Advertisment

ଅର୍ଦ୍ଧଶତକ ମାରିବା ପରେ ଚାଲିଗଲା ଖେଳାଳିଙ୍କ ଜୀବନ

ହାଇଦ୍ରାବାଦ: କ୍ରିକେଟ୍ ମଇଦାନରେ ଅନେକ ଅଘଟଣ ଘଟିଥାଏ ଏବଂ ଖେଳାଳିଙ୍କ ଜୀବନ ଚାଲିଯାଇଥାଏ। ହାଇଦ୍ରାବାଦର କ୍ରିକେଟର୍ ବୀରେନ୍ଦ୍ର ନାଏକଙ୍କ ସହ କିଛି ଏଭଳି ଘଟିଛି, ଯାହା କେହିବି ଭାବିପାରିବେ ନାହିଁ। ରବିବାର ଏ-୩ ଡିଭିଜନ୍ ଦିନିକିଆ ଲିଗ୍ ମ୍ୟାଚରେ ମରେଡପଲ୍ଲୀ ବ୍ଲୁଜ ବିପକ୍ଷରେ ସେ ଅର୍ଦ୍ଧଶତକ ମାରି ଆଉଟ୍ ହୋଇଥିଲେ। ଏହା ପରେ ସେ ପ୍ୟାଭିଲିୟନ୍ ଫେରିଥିଲେ, ଯେଉଁଠାରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା। ଏକ ଇଂରାଜୀ ଖବରକାଗଜ ଡେକାନ୍ କ୍ରୋନିକିଲର ରିପୋର୍ଟ ଅନୁଯାୟୀ, ରବିବାର ହୋଇଥିବା […]

author-image
Pradesh Pratyush
ଅର୍ଦ୍ଧଶତକ ମାରିବା ପରେ ଚାଲିଗଲା ଖେଳାଳିଙ୍କ ଜୀବନ

cricket

ହାଇଦ୍ରାବାଦ: କ୍ରିକେଟ୍ ମଇଦାନରେ ଅନେକ ଅଘଟଣ ଘଟିଥାଏ ଏବଂ ଖେଳାଳିଙ୍କ ଜୀବନ ଚାଲିଯାଇଥାଏ। ହାଇଦ୍ରାବାଦର କ୍ରିକେଟର୍ ବୀରେନ୍ଦ୍ର ନାଏକଙ୍କ ସହ କିଛି ଏଭଳି ଘଟିଛି, ଯାହା କେହିବି ଭାବିପାରିବେ ନାହିଁ। ରବିବାର ଏ-୩ ଡିଭିଜନ୍ ଦିନିକିଆ ଲିଗ୍ ମ୍ୟାଚରେ ମରେଡପଲ୍ଲୀ ବ୍ଲୁଜ ବିପକ୍ଷରେ ସେ ଅର୍ଦ୍ଧଶତକ ମାରି ଆଉଟ୍ ହୋଇଥିଲେ। ଏହା ପରେ ସେ ପ୍ୟାଭିଲିୟନ୍ ଫେରିଥିଲେ, ଯେଉଁଠାରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା।

Advertisment

ଏକ ଇଂରାଜୀ ଖବରକାଗଜ ଡେକାନ୍ କ୍ରୋନିକିଲର ରିପୋର୍ଟ ଅନୁଯାୟୀ, ରବିବାର ହୋଇଥିବା ମୁକାବିଲାରେ ୪୧ ବର୍ଷୀୟ ବୀରେନ୍ଦ୍ର ୬୬ ରନର ଦମଦାର ଇନିଂସ୍ ଖେଳିଥିଲେ। ସେ ୱିକେଟ୍ ପଛରେ କ୍ୟାଚ୍ ଆଉଟ୍ ହୋଇଥିଲେ। ତେବେ କୁହାଯାଉଛି ଯେ ବୀରେନ୍ଦ୍ର ଅମ୍ପାୟାରଙ୍କ ନିଷ୍ପତ୍ତିରେ ନାଖୁସ୍ ଥିଲେ। ବୀରେନ୍ଦ୍ରଙ୍କ ମତରେ ବଲ୍ ତାଙ୍କ ବ୍ୟାଟକୁ ସ୍ପର୍ଶ କରିନଥିଲା। ବୀରେନ୍ଦ୍ର ଯେମିତି ପ୍ୟାଭିଲିୟନରେ ପହଞ୍ଚିଲେ, ହଠାତ୍ ତାଙ୍କ ମୁଣ୍ଡ କାନ୍ଥରେ ପିଟି ହୋଇଯାଇଥିଲା ଏବଂ ସେ ତଳେ ପଡ଼ିଯାଇଥିଲେ। ଏହା ପରେ ସାଥୀ ଖେଳାଳି ତାଙ୍କୁ କାର ଯୋଗେ ହସ୍ପିଟାଲ୍ ନେଇଥିଲେ, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ।

ତେବେ ବୀରେନ୍ଦ୍ରଙ୍କ ମୃତ୍ୟୁ ହାର୍ଟଆଟାକ୍ କାରଣରୁ ହୋଇଥିବା କୁହାଯାଉଛି। ବୀରେନ୍ଦ୍ରଙ୍କ ଭାଇ ଅବିନାଶ ପୁଲିସକୁ ସୂଚନା ଦେଇଥିଲେ ଯେ ବୀରେନ୍ଦ୍ରଙ୍କ ଛାତିଜନିତ ସସମ୍ୟା ଥିଲା ଏବଂ ସେ ଏଥିପାଇଁ ଔଷଧ ସେବନ କରୁଥିଲେ। ବୀରେନ୍ଦ୍ରଙ୍କ ମୃତ ଶରୀର ପୋଷ୍ଟମର୍ଟମ ପାଇଁ ପଠାଯାଇଛି ଏବଂ ଏହା ପରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ବୀରେନ୍ଦ୍ର ନାଏକ ମହାରାଷ୍ଟ୍ରର ସାୱନ୍ତୱଡିରେ ରହୁଥିଲେ ଏବଂ ସେହିଠାରେ ହିଁ ତାଙ୍କର କ୍ରିୟାକର୍ମ ହେବ।

Advertisment

ତେବେ କ୍ରିକେଟ୍ ମଇଦାନରେ ପ୍ରଥମଥର ପାଇଁ କୌଣସି କ୍ରିକେଟରଙ୍କ ହାର୍ଟଆଟାକ୍ ଯୋଗୁ ମୃତ୍ୟୁ ହୋଇନାହିଁ। ହାଇଦ୍ରାବାଦରେ ଗତବର୍ଷ ଜାନୁଆରୀ ୨୭ ତାରିଖରେ ଏକ ଦିବାରାତ୍ର ମ୍ୟାଚ୍ ବେଳେ ଆନ୍ଥୋନୀ ନାମକ କ୍ରିକେଟରଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଗତବର୍ଷ ଭୋପାଳରେ ମଧ୍ୟ ଅରବିନ୍ଦ ହନୋତିଆ ନାମଙ୍କ କ୍ରିକେଟରଙ୍କ ହାର୍ଟଆଟାକ୍ ଯୋଗୁ ମୃତ୍ୟୁ ହୋଇଥିଲା।

Advertisment
Advertisment