Advertisment

ଭାରତୀୟ ପୁରୁଷ ହକି ଦଳର କୋଚ୍‌ ପଦରୁ ହଟିଲେ ହରେନ୍ଦ୍ର ସିଂ

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଦଳର କୋଚ୍‌ ହରେନ୍ଦ୍ର ସିଂଙ୍କୁ ଗତକାଲି ତାଙ୍କ ପଦରୁ ହଟାଇ ଦିଆଯାଇଛି। ଏନେଇ ଗତକାଲି ହକି ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି। ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ହରେନ୍ଦ୍ରଙ୍କୁ ଭାରତୀୟ ସିନିଅର୍‌ ପୁରୁଷ ହକି ଟିମ୍‌ର କୋଚ ପଦରୁ ହଟାଇ ଦିଆଯାଇଛି। ତାଙ୍କୁ ଜୁନିଅର୍‌ ନ୍ୟାସନାଲ୍‌ ହକି ଟିମ୍‌ର କୋଚ୍‌ ଭାବେ ଦାୟିତ୍ୱ ମିଳିବ ବୋଲି ଜଣାପଡ଼ିଛି। ୨୦୧୮ ମସିହା ମେ’ ମାସରେ ହରେନ୍ଦ୍ରଙ୍କୁ ଟିମ୍‌ ଇଣ୍ଡିଆର ପୁରୁଷ ହକି […]

author-image
Otv Khabar Bureau
ଭାରତୀୟ ପୁରୁଷ ହକି ଦଳର କୋଚ୍‌ ପଦରୁ ହଟିଲେ ହରେନ୍ଦ୍ର ସିଂ

Harendra Singh

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଦଳର କୋଚ୍‌ ହରେନ୍ଦ୍ର ସିଂଙ୍କୁ ଗତକାଲି ତାଙ୍କ ପଦରୁ ହଟାଇ ଦିଆଯାଇଛି। ଏନେଇ ଗତକାଲି ହକି ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଛି।

Advertisment

ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ହରେନ୍ଦ୍ରଙ୍କୁ ଭାରତୀୟ ସିନିଅର୍‌ ପୁରୁଷ ହକି ଟିମ୍‌ର କୋଚ ପଦରୁ ହଟାଇ ଦିଆଯାଇଛି। ତାଙ୍କୁ ଜୁନିଅର୍‌ ନ୍ୟାସନାଲ୍‌ ହକି ଟିମ୍‌ର କୋଚ୍‌ ଭାବେ ଦାୟିତ୍ୱ ମିଳିବ ବୋଲି ଜଣାପଡ଼ିଛି। ୨୦୧୮ ମସିହା ମେ’ ମାସରେ ହରେନ୍ଦ୍ରଙ୍କୁ ଟିମ୍‌ ଇଣ୍ଡିଆର ପୁରୁଷ ହକି ଦଳର କୋଚ୍‌ କରାଯାଇଥିଲା।

ବର୍ତ୍ତମାନ ହକି ଇଣ୍ଡିଆ ନୂଆ କୋଚ୍‌ ପଦ ପାଇଁ ଆବେଦନ ପତ୍ର ଗ୍ରହଣ କରିବ। ନୂଆ କୋଚ ନିଯୁକ୍ତି ହେବା ପର୍ଯ୍ୟନ୍ତ ହକି ଇଣ୍ଡିଆର ହାଇପରଫର୍ମାନ୍ସ ନିର୍ଦ୍ଦେଶକ ଡାଭିଡ୍‌ ଜନ୍‌ ଓ ବର୍ତ୍ତମାନର ଆନାଲିଟିକାଲ କୋଚ୍‌ କ୍ରିସ୍‌ କିରେଇଲୋ କୋଚିଂ ଦାୟିତ୍ୱ ସମ୍ଭାଳିବେ।

Advertisment

ଗତ ସୋମବାର ଦିନ ହକି ଇଣ୍ଡିଆର ହାଇପରଫର୍ମାନ୍ସ ଓ ଡେଭଲପମେଣ୍ଟ କମିଟିର ବୈଠକ ବସିଥିଲା। ଏଥିରେ ଅଧ୍ୟକ୍ଷ ଡଃ ଆର୍‌ପି ସିଂ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହିଥିଲେ। ସର୍ବସମ୍ମତିକ୍ରମେ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରାପ୍ତ ହରେନ୍ଦ୍ର ସିଂଙ୍କୁ ସିନିଅର୍‌ ପୁରୁଷ ହକି ଟିମ୍‌ର କୋଚ ପଦରୁ ହଟାଇବାକୁ ନିଷ୍ପତ୍ତି ହୋଇଥିଲା।

Advertisment
Advertisment