Advertisment

ଆସନ୍ତା କାଲି ଭାରତ ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍

ଲଣ୍ଡଂନ: ଆସନ୍ତା କାଲି ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏଥିପାଇଁ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରୁଛନ୍ତି। ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଖେଳାଯିବ ଏହି ମ୍ୟାଚ। ଏଜବାଷ୍ଟନରେ ହୋଇଥିବା ପ୍ରଥମ ଟେଷ୍ଟକୁ ଜିତିବା ପରେ ଇଂଲଣ୍ଡର ମନୋବଳ ବେଶ ଦୃଢ ରହିଛି। ସେପଟେ ପ୍ରଥମ ଟେଷ୍ଟର ପରାଜୟର ପ୍ରତିଶୋଧ ନେଇପାରେ ଟିମ୍ ଇଣ୍ଡିଆ। ପ୍ରଥମ ଟେଷ୍ଟରେ ଭାରତୀୟ ବୋଲର ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା। ଅଧିନାୟକ ବିରାଟ […]

author-image
Otv Khabar Bureau
ଆସନ୍ତା କାଲି ଭାରତ ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍

virat

ଲଣ୍ଡଂନ: ଆସନ୍ତା କାଲି ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏଥିପାଇଁ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରୁଛନ୍ତି। ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଖେଳାଯିବ ଏହି ମ୍ୟାଚ। ଏଜବାଷ୍ଟନରେ ହୋଇଥିବା ପ୍ରଥମ ଟେଷ୍ଟକୁ ଜିତିବା ପରେ ଇଂଲଣ୍ଡର ମନୋବଳ ବେଶ ଦୃଢ ରହିଛି। ସେପଟେ ପ୍ରଥମ ଟେଷ୍ଟର ପରାଜୟର ପ୍ରତିଶୋଧ ନେଇପାରେ ଟିମ୍ ଇଣ୍ଡିଆ। ପ୍ରଥମ ଟେଷ୍ଟରେ ଭାରତୀୟ ବୋଲର ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା।

Advertisment

ଅଧିନାୟକ ବିରାଟ କୋହଲିଙ୍କୁ ଛାଡିଦେଲେ ଅନ୍ୟ ବ୍ୟାଟ୍ସମ୍ୟାନ ବିଫଳ ହେବାରୁ ଭାରତ ପରାସ୍ତ ହୋଇଥିଲା। ଭାରତ ଏପର୍ଯ୍ୟନ୍ତ ଲର୍ଡସରେ ୧୭ ଟି ଟେଷ୍ଟ ଖେଳିଥିବା ବେଳେ କେବଳ ୨ଟି ମ୍ୟାଚରେ ବିଜୟ ଲାଭ କରିଛି। ୪ଟି ଡ୍ର ଏବଂ ୧୧ଟି ମ୍ୟାଚରେ ଭାରତ ପରାଜିତ ହୋଇଛି।

Advertisment
Advertisment