/odishatv-khabar/media/post_attachments/uploadimage/library/16_9/16_9_0/Untitled-1-2_1625327463.jpg)
Untitled-1
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଜଗତ ପାଇଁ ଦୁଃଖଦ ଖବର। ଭାରତର ପୂର୍ବତନ କ୍ରିକେଟର୍ ସଦାଶିବ ରାଓଜୀ ପାଟିଲଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ଭାରତ ପକ୍ଷରୁ ଏକମାତ୍ର ଟେଷ୍ଟ ମ୍ୟାଚ୍ ଖେଳିଥିବା ସଦାଶିବ ପାଟିଲ ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
କୋହ୍ଲାପୁର ଜିଲ୍ଲା କ୍ରିକେଟ୍ ସଂଘର ପୂର୍ବତନ ପଦାଧିକାରୀ ରମେଶ କଦମ କହିଛନ୍ତି, 'କୋହ୍ଲାପୁରର ରୁଇକର କଲୋନୀରେ ନିଜ ବାସଭବନରେ ମଙ୍ଗଳବାର ଭୋରରେ ଶୋଇଥିବା ସଦାଶିବ ପାଟିଲଙ୍କର ଦେହାନ୍ତ ହୋଇଥିଲା।' ଜଣେ ପେସ୍ ବୋଲର ଅଲରାଉଣ୍ଡର ଭାବେ ସଦାଶିବ ୧୯୫୫ରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ଗୋଟିଏ ଟେଷ୍ଟରେ ହିଁ ଭାରତର ପ୍ରତିନିଧିତ୍ୱ କରିଥିଲେ।
ତେବେ ଏହା ପରେ ତାଙ୍କୁ ଦେଶ ପକ୍ଷରୁ ଆଉ ପ୍ରତିନିଧିତ୍ୱ କରିବା ପାଇଁ ସୁଯୋଗ ମିଳିନାହିଁ। ପାଟିଲ୍ ୧୯୫୨ରୁ ୧୯୬୪ ପର୍ଯ୍ୟନ୍ତ ମହାରାଷ୍ଟ୍ର ପକ୍ଷରୁ ୩୬ ପ୍ରଥମଶ୍ରେଣୀ ମ୍ୟାଚରେ ୮୬୬ ରନ୍ ଏବଂ ୮ ୱିକେଟ୍ ନେଇଛନ୍ତି। ସେ ରଣଜୀ ଟ୍ରଫିରେ ମହାରାଷ୍ଟ୍ର ଟିମର କ୍ୟାପଟେନ୍ ମଧ୍ୟ ଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)