Advertisment

ଗାଭାସ୍କରଙ୍କ ସାଥୀ କ୍ରିକେଟର୍ କରୋନରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର୍ ଓ ଉତ୍ତର ପ୍ରଦେଶର କ୍ୟାବିନେଟ୍‌ ମନ୍ତ୍ରୀ ଚେତନ୍ ଚୌହାନଙ୍କ କରୋନାରେ ଆକ୍ରାନ୍ତ ହୋଇଛି। ଶନିବାର ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି, ତାହା ପରେ ତାଙ୍କୁ ଲକ୍ଷ୍ନୌସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କର ପୂରା ପରିବାରର କରୋନା ଟେଷ୍ଟ କରାଯାଉଛି। ଶୁକ୍ରବାର ଚୌହାନଙ୍କର କରୋନା ଟେଷ୍ଟ କରାଯାଇଥିଲା। ଶନିବାର ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ଲକ୍ଷ୍ନୌର ପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉତ୍ତର ପ୍ରଦେଶର ମନ୍ତ୍ରୀମଣ୍ଡଳରେ ଚୌହାନଙ୍କ ପାଖରେ […]

author-image
Ranjeet Kumar Jena
ଗାଭାସ୍କରଙ୍କ ସାଥୀ କ୍ରିକେଟର୍ କରୋନରେ ଆକ୍ରାନ୍ତ

chetan1

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର୍ ଓ ଉତ୍ତର ପ୍ରଦେଶର କ୍ୟାବିନେଟ୍‌ ମନ୍ତ୍ରୀ ଚେତନ୍ ଚୌହାନଙ୍କ କରୋନାରେ ଆକ୍ରାନ୍ତ ହୋଇଛି। ଶନିବାର ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି, ତାହା ପରେ ତାଙ୍କୁ ଲକ୍ଷ୍ନୌସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କର ପୂରା ପରିବାରର କରୋନା ଟେଷ୍ଟ କରାଯାଉଛି।

Advertisment

ଶୁକ୍ରବାର ଚୌହାନଙ୍କର କରୋନା ଟେଷ୍ଟ କରାଯାଇଥିଲା। ଶନିବାର ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ଲକ୍ଷ୍ନୌର ପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉତ୍ତର ପ୍ରଦେଶର ମନ୍ତ୍ରୀମଣ୍ଡଳରେ ଚୌହାନଙ୍କ ପାଖରେ ସେନା କଲ୍ୟାଣ, ହୋମଗାର୍ଡ, ପିଆରଡି ଏବଂ ନାଗରିକ ସୁରକ୍ଷା ମନ୍ତ୍ରାଳୟ ରହିଛି।

https://twitter.com/cricketaakash/status/1282009055314227200?s=20

ଚୌହାନଙ୍କ ଆକ୍ରାନ୍ତ ଥିବା ନେଇ ପୂର୍ବତନ କ୍ରିକେଟର୍ ଆକାଶ ଚୋପ୍ରା ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଚୋପ୍ରା କହିଛନ୍ତି, "ଚେତନ ଚୌହାନଙ୍କର କରୋନା ଟେଷ୍ଟ ପଜିଟିଭ୍ ଆସିଛି। ଆପଣଙ୍କର ଶୀଘ୍ର ସୁସ୍ଥ ହେବା ନେଇ ମୁଁ କାମନା କରୁଛି। ବାସ୍ତବରେ ଏହା ବହୁତ କଠିନ ସମୟ।" ସେହିପରି ପୂର୍ବତନ ପେସ୍ ବୋଲର ଆରପି ସିଂହ ମଧ୍ୟ ଚେତନ ଚୌହାନଙ୍କ ଶୀଘ୍ର ଆରୋଗ୍ୟର କାମନା କରିଛନ୍ତି।
ସୂଚନାଯୋଗ୍ୟ, ଚେତନ ଚୌହାନ୍ ଭାରତ ପକ୍ଷରୁ ୧୯୬୯ରୁ ୧୯୭୮ ମଧ୍ୟରେ ୪୦ ଟେଷ୍ଟ ଓ ମାତ୍ର ୭ଟି ଦିନିକିଆ ଖେଳିଛନ୍ତି।

Advertisment

publive-image

ସେ ଟେଷ୍ଟରେ ୩୧.୫୭ ହାରରେ ୨୦୮୪ ରନ୍ କରିଛନ୍ତି, ଯେଉଁଥିରେ ତାଙ୍କର ସର୍ବୋଚ୍ଚ ସ୍କୋର ୯୭ ରନ୍ ରହିଛି। ସେହିପରି ଅନ୍ତର୍ଜାତୀୟ ଦିନିକିଆରେ ତାଙ୍କ ନାଁରେ ୧୫୩ ରହିଛି। ଭାରତର ପୂର୍ବତନ ଅଧିନାୟକ ସୁନୀଲ୍ ଗାଭାସ୍କରଙ୍କ ଚୌହାନଙ୍କର ଓପନିଂ ଯୋଡ଼ି ବେଶ୍ ସଫଳ ରହିଥିଲା। ଦୁହେଁ ୧୯୭୦ ଦଶକରେ ୧୦ଥର ଶତକୀୟ ଭାଗିଦାରୀ କରିଥିଲେ ଏବଂ ଏକାଠି ୩ହଜାରରୁ ଅଧିକ ରନ୍ କରିଛନ୍ତି।

Advertisment
Advertisment