Advertisment

ମୁସଲିମ୍ କ୍ରିକେଟର୍‌ଙ୍କ ଉପରେ ଢାଳିଲେ ବିଅର୍, ଆଉ ତା' ପରେ…

ନୂଆଦିଲ୍ଲୀ: କ୍ରିକେଟ୍‌ ଜଗତରେ ଏବେ ଗୋଟିଏ ଘଟଣାକୁ ନେଇ ବିବାଦ ଦେଖା ଦେଇଛି। ଏହି ଘଟଣା ଘଟିଛି ଇଂଲଣ୍ଡରେ, ଯେଉଁଠାରେ ବିଜୟ ଉତ୍ସବରେ ମସଗୁଲ୍ ହୋଇ ଜଣେ ମୁସଲିମ୍ କ୍ରିକେଟରଙ୍କ ଉପରେ ବିଅର୍ ଢଳାଯାଇଛି। ଲଣ୍ଡନର ଲର୍ଡ୍ସ ଗ୍ରାଉଣ୍ଡରେ ବବ୍ ୱିଲିସ୍ ଟ୍ରଫିର ଫାଇନାଲ୍ ମୁକାବିଲାରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଫାଇନାଲରେ ଏସେକ୍ସ ଟିମ୍ ସମରସେଟ୍‌ ହରାଇ ଟାଇଟଲ୍ ଜିତିଛି। ଟାଇଟଲ୍‌ ଜିତିବା ପରେ ଟିମ୍ ଶ୍ୟାମ୍ପେନ୍ ଏବଂ ବିଅର୍ ଦ୍ୱାରା ବିଜୟ ଉତ୍ସବ ମନାଇଥିଲେ। […]

author-image
Ranjeet Kumar Jena
ମୁସଲିମ୍ କ୍ରିକେଟର୍‌ଙ୍କ ଉପରେ ଢାଳିଲେ ବିଅର୍, ଆଉ ତା' ପରେ…

ESSEX

ନୂଆଦିଲ୍ଲୀ: କ୍ରିକେଟ୍‌ ଜଗତରେ ଏବେ ଗୋଟିଏ ଘଟଣାକୁ ନେଇ ବିବାଦ ଦେଖା ଦେଇଛି। ଏହି ଘଟଣା ଘଟିଛି ଇଂଲଣ୍ଡରେ, ଯେଉଁଠାରେ ବିଜୟ ଉତ୍ସବରେ ମସଗୁଲ୍ ହୋଇ ଜଣେ ମୁସଲିମ୍ କ୍ରିକେଟରଙ୍କ ଉପରେ ବିଅର୍ ଢଳାଯାଇଛି। ଲଣ୍ଡନର ଲର୍ଡ୍ସ ଗ୍ରାଉଣ୍ଡରେ ବବ୍ ୱିଲିସ୍ ଟ୍ରଫିର ଫାଇନାଲ୍ ମୁକାବିଲାରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଫାଇନାଲରେ ଏସେକ୍ସ ଟିମ୍ ସମରସେଟ୍‌ ହରାଇ ଟାଇଟଲ୍ ଜିତିଛି। ଟାଇଟଲ୍‌ ଜିତିବା ପରେ ଟିମ୍ ଶ୍ୟାମ୍ପେନ୍ ଏବଂ ବିଅର୍ ଦ୍ୱାରା ବିଜୟ ଉତ୍ସବ ମନାଇଥିଲେ।

Advertisment

Cricket: English team accused of cultural insensitivity after controversial  celebration - NZ Herald

ତେବେ ଏହି ବିଜୟ ଉତ୍ସବରେ ଟିମର ସିନିୟର୍ ଖେଳାଳି ବିଲ୍ ବଟଲମ୍ୟାନ୍ ନିଜ ଟିମର ସାଥୀ ମୁସଲିମ୍ କ୍ରିକେଟର୍ ଫିରୋଜ ଖୁସିଙ୍କ ମୁଣ୍ଡ ଉପରେ ବିଅର୍ ଢାଳିଥିଲେ। ତେବେ ଏହି ଘଟଣାକୁ ନେଇ ଖୁବ୍ ହଙ୍ଗାମା ହୋଇଛି। ବିଶେଷ କରି ଇଷ୍ଟ ଲଣ୍ଡନରେ ଥିବା ବ୍ରିଟିଶ୍ ଏସିଆନ୍ ସମ୍ପ୍ରଦାୟ ଏଭଳି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏପରିକି ଘଟଣା ପରେ କ୍ଲବକୁ କ୍ଷମା ମାଗିବା ପାଇଁ ଦାବି କରାଯାଇଛି।

ତେବେ କ୍ଲବ୍ କ୍ଷମା ମାଗିବା ବଦଳରେ ଏକ ବୟାନ୍ ଜାରି କରିଛି। ଏସେକ୍ସ କ୍ଲବ୍ ପକ୍ଷରୁ କୁହାଯାଇଛି, ଏସେକ୍ସ ପୂରା କାଉଣ୍ଟି ଓ ଏହାର ଆଖପାଖ ଅଞ୍ଚଳରେ ବହୁ ବିବିଧ ସମ୍ପ୍ରଦାୟ ମଧ୍ୟରେ ନିଜ କାମ ପାଇଁ ଗର୍ବ ଅନୁଭବ କରେ। ପର୍ଯ୍ୟାପ୍ତ ସମୟ ପାଇଁ ଏସେକ୍ସ ପାଖରେ ବିଭିନ୍ନ ପୃଷ୍ଠଭୂମି, ଧର୍ମର ଖେଳାଳିଙ୍କ ସହ ବହୁତ ବିବିଧ ଟିମ୍ ମହଜୁଦ୍ ଅଛି, ଯେଉଁଠାରେ କ୍ରିକେଟ୍ ଏହି ସମ୍ପ୍ରଦାୟଙ୍କ ହୃଦୟରେ ଅଛି।

Advertisment

Essex accused of cultural insensitivity after player pours beer on head of Muslim  team-mate at Lord's

ନ୍ୟାଶନାଲ୍ କ୍ରିକେଟ୍‌ ଲିଗର ସହସଂସ୍ଥାପକ ସାଜିଦ୍ ପଟେଲ୍ ମଧ୍ୟ ଏହି ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ଏହି ଘଟଣାକୁ ଅପରାଧ କହି ଇଂଲଣ୍ଡ ଟିମର ଉଦାହରଣ ଦେଇଛନ୍ତି। ୨୦୧୯ ୱାର୍ଲ୍ଡ କପ୍ ଫାଇନାଲରେ ଇଂଲଣ୍ଡ ଟିମ୍ ବିଜୟ ଉତ୍ସବ ମନାଇବା ବେଳେ ଆଦିଲ୍ ରଶିଦ୍ ଓ ମୋଇନ୍ ଅଲ୍ଲିଙ୍କର ଖୁବ୍ ଧ୍ୟାନ ରଖିଥିଲା। ଇଂଲଣ୍ଡ ଟିମ୍ ଯେତେବେଳେ ବିଜୟ ଉତ୍ସବ ମନାଉଥିଲା, ସେତେବେଳେ ଦୁଇ ଜଣ (ମୋଇନ୍ ଓ ରଶିଦ୍)ଙ୍କୁ ସାମାନ୍ୟ ସାଇଡ୍ ହେବାକୁ ଇସାରା ଦିଆଯାଇଥିଲା।

Advertisment
Advertisment