Advertisment

୨୦୪ ରନରେ ଆଣ୍ଠେଇଲା ଇଂଲଣ୍ଡ

ସାଉଥମ୍ପଟନ୍: ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭ୍ରମଣକାରୀ ଦଳର ବୋଲରମାନେ ଚମତ୍କାର ବୋଲିଂ କରିଛନ୍ତି। କ୍ୟାପଟେନ୍ ଜେସନ୍ ହୋଲ୍ଡର ଓ ଶାନନ୍ ଗାବ୍ରିଏଲଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ଇଂଲଣ୍ଡ ଟିମ୍ ପ୍ରଥମ ଇନିଂସରେ ୨୦୪ ରନରେ ଅଲଆଉଟ୍ ହୋଇଛି। ଇଣ୍ଡିଜ୍ ପକ୍ଷରୁ ହୋଲ୍ଡର ୨୦ ଓଭରରେ ୪୨ ରନ୍ ଦେଇ ୬ଟି ୱିକେଟ୍ ନେଇଥିବା ବେଳେ ଗାବ୍ରିଏଲ୍ ୬୨ ରନ୍ ଦେଇ ୪ଟି ସଫଳତା ପାଇଛନ୍ତି। […]

author-image
Ranjeet Kumar Jena
୨୦୪ ରନରେ ଆଣ୍ଠେଇଲା ଇଂଲଣ୍ଡ

eng-vs-wi

ସାଉଥମ୍ପଟନ୍: ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ତିନିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭ୍ରମଣକାରୀ ଦଳର ବୋଲରମାନେ ଚମତ୍କାର ବୋଲିଂ କରିଛନ୍ତି। କ୍ୟାପଟେନ୍ ଜେସନ୍ ହୋଲ୍ଡର ଓ ଶାନନ୍ ଗାବ୍ରିଏଲଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ଇଂଲଣ୍ଡ ଟିମ୍ ପ୍ରଥମ ଇନିଂସରେ ୨୦୪ ରନରେ ଅଲଆଉଟ୍ ହୋଇଛି।

Advertisment

ଇଣ୍ଡିଜ୍ ପକ୍ଷରୁ ହୋଲ୍ଡର ୨୦ ଓଭରରେ ୪୨ ରନ୍ ଦେଇ ୬ଟି ୱିକେଟ୍ ନେଇଥିବା ବେଳେ ଗାବ୍ରିଏଲ୍ ୬୨ ରନ୍ ଦେଇ ୪ଟି ସଫଳତା ପାଇଛନ୍ତି। ଇଂଲଣ୍ଡ ପକ୍ଷରୁ କ୍ୟାପଟେନ୍ ବେନ୍ ଷ୍ଟୋକ୍ସ ସର୍ବାଧିକ ୪୩ ରନ୍ କରିଛନ୍ତି। ଏହାର ଜବାବରେ ଇଣ୍ଡିଜ୍ ଶେଷ ରିପୋର୍ଟ ଲେଖା ହେବା ସୁଦ୍ଧା ୧ ୱିକେଟ୍ ହରାଇ ୫୭ ରନ୍ କରିଛି।

ବର୍ଷା ଯୋଗୁ ପ୍ରଥମ ଦିନରେ ମାତ୍ର ୧୭.୪ ଓଭର ଖେଳ ସମ୍ଭବ ହୋଇଥିଲା, ଯେଉଁଥିରେ ଇଂଲଣ୍ଡ ୧ ୱିକେଟ୍ ହରାଇ ୩୫ ରନ୍ କରିଥିଲା। ୨ୟ ଦିବସରେ ଇଂଲଣ୍ଡର ଟପଅର୍ଡର୍ ସମ୍ପୂର୍ଣ୍ଣ ଫେଲ୍ ମାରିଥିଲେ। ଆରମ୍ଭରୁ ହିଁ ଘରୋଇ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା।

Advertisment

ଦଳ ଏକ ସମୟରେ ୮୭ ରନ୍ ଭିତରେ ଅଧା ବ୍ୟାଟ୍ସମ୍ୟାନଙ୍କୁ ହରାଇଥିବା ବେଳେ ଷ୍ଟୋକ୍ସ ଓ ଜୋସ୍ ବଟଲର୍ ଷଷ୍ଠ ୱିକେଟ୍ ପାଇଁ ୬୭ ରନର ଯୋଗଦାନ କରିଥିଲେ। କିନ୍ତୁ ଏହା ପରେ ଦଳ ତା'ର ବାକି ୫ ୱିକେଟ୍ ୫୦ ରନ୍ ଭିତରେ ହରାଇ ୨୦୪ ରନରେ ସୀମିତ ରହିଥିଲା। ଇଂଲଣ୍ଡ ପକ୍ଷରୁ ବଟଲର୍ ୩୫, ଡମ୍ ବେସ୍ ୩୧, ରୋରୀ ବର୍ନସ୍ ୩୦, ଜୋ ଡେନଲୀ ୧୮, ଓଲି ପୋପ୍ ୧୨ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

Advertisment
Advertisment