/odishatv-khabar/media/post_attachments/uploadimage/library/16_9/16_9_0/duty-up-2_1626760349.jpg)
duty-up 2
ଭୁବନେଶ୍ୱର : ଜାକର୍ତ୍ତା ଏସିଅାନ୍ ଗେମ୍ସରେ ଚମକିବା ପରେ ଓଡ଼ିଶା ଫେରିଛନ୍ତି ଦୂତୀ ଚାନ୍ଦ୍। ଦୂତୀ ଅାଜି ଓଡ଼ିଶା ଫେରିବା ପରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।
Advertisment
ଏହାସହ ମୁଖ୍ୟମନ୍ତ୍ରୀ ଦୂତୀଙ୍କ ପାଇଁ ଘୋଷଣା କରିଥିବା ୩ କୋଟି ଟଙ୍କାର ଚେକ୍ ମଧ୍ୟ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ଦୂତୀ ଅାଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଅାଯାଇଥିଲା।
ରାଜ୍ୟ କ୍ରୀଡ଼ା ବିଭାଗ, ଓଡ଼ିଶା ଅାଥଲେଟିକ୍ ଅାସୋସିଏସନର ଅଧିକାରୀ ଓ ଭୁବନେଶ୍ୱର ମେୟର ପ୍ରମୁଖ ଉପସ୍ଥିତ ରହି ଫୁଲତୋଡ଼ା ଦେଇ ଦୂତୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।
Advertisment
ଚଳିତ ଏସିଅାନ୍ ଗେମ୍ସରେ ଦୂତୀ ଦୁଇ ଦୁଇଟି ରୌପ୍ୟ ପଦକ ହାସଲ କରିଛନ୍ତି। ୧୦୦ ଓ ୨୦୦ ମିଟର୍ ଦୌଡରେ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ସଫଳତା ହାସଲ କରି ଉଭୟ ଦେଶ ଓ ରାଜ୍ୟ ପାଇଁ ଗୌରବ ଅାଣିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)