/odishatv-khabar/media/post_attachments/uploadimage/library/16_9/16_9_0/virat_1626689147.jpg)
virat
ଗୌହାଟି : ବିରାଟଙ୍କ ଆଉ ଜଣେ ଜବରା ଫ୍ୟାନ୍। ଭଙ୍ଗା ମୋବାଇଲରେ ତିଆରି କଲେ ବିରାଟ କୋହଲିଙ୍କ ପ୍ରତିମୂର୍ତ୍ତି । ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହେବେ । ଏହି ଫଟୋଟି ପେନସିଲ୍ କିମ୍ବା ତୁଳୀରେ ତିଆରି କରାଯାଇନାହିଁ । ସାମ୍ନାରୁ ଦେଖିଲେ ଲାଗୁଛି ସତେ ଯେମିତି ପେନସିଲ୍ କିମ୍ବା ତୁଳୀରେ ତିଆରି ହୋଇଛି ବିରାଟଙ୍କ ପ୍ରତିମୂର୍ତ୍ତି ।
ହେଲେ ଯଦି ଏହାକୁ ଯେ କୌଣସି ଏକ ପାର୍ଶ୍ୱ କିମ୍ବା ନିକଟରୁ ଦେଖିବେ ତେବେ ଜାଣିପାରିବେ ଏହା ମୋବାଇଲରେ ତିଆରି ହୋଇଛି । ଭଙ୍ଗା ଓ ପୁରୁଣା ମୋବାଇଲ ସଂଗ୍ରହ କରି ପ୍ରତିମୂର୍ତ୍ତିକୁ ତିଆରି କରିଛନ୍ତି ଗୌହାଟିର ରାହୁଲ ପ୍ରତିକ ନାମକ ଜଣେ ବିରାଟ କୋହଲିଙ୍କ ଫ୍ୟାନ୍ ।
View this post on InstagramPortrait of @virat.kohli using old phones. How is that for fan love! ?? #TeamIndia
A post shared by Team India (@indiancricketteam) on
ଆଜିଠୁ ଗୌହାଟିରେ ଆରମ୍ଭ ହେଉଥିବା ପ୍ରଥମ ଟି-୨୦ ପୂର୍ବରୁ ରାହୁଲ ପ୍ରତିମୂର୍ତ୍ତିକୁ ଦେଖାଇ ବିରାଟଙ୍କୁ ସର୍ପ୍ରାଇଜ୍ ଦେଇଛନ୍ତି । ଗୌହାଟିରେ ରହୁଥିବା ରାହୁଲ ଏହି ପ୍ରତିମୂର୍ତ୍ତିକୁ ତିଆରି କରିବା ପାଇଁ ୬ ଦିନ ସମୟ ନେଇଥିଲେ । କ୍ୟାପଟେନ ବିରାଟ କୋହଲି ପ୍ରତିମୂର୍ତ୍ତିରେ ଅଟୋଗ୍ରାଫ ଦେବା ସହ ରାହୁଲଙ୍କୁ ପ୍ରଶଂସା କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)