Advertisment

୧୯୦ ରନ୍‌ର ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇଲା ହାଇଦ୍ରାବାଦ

ଆବୁ ଧାବି: ଚଳିତ ଆଇପିଏଲ୍‌ର ଦ୍ୱିତୀୟ କ୍ୱାଲିଫାୟରରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଛନ୍ତି। ଆବୁ ଧାବିର ଶେଖ୍‌ ଜାୟେଦ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ପ୍ରଥମେ ଟସ୍‌ ଜିତି ଦିଲ୍ଲୀ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ହାଇଦ୍ରାବାଦ ପ୍ରଥମେ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍‌ ହରାଇ ୧୮୯ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ହାଇଦ୍ରାବାଦ ୧୯୦ ରନ୍‌ର […]

author-image
Otv Khabar Bureau
୧୯୦ ରନ୍‌ର ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇଲା ହାଇଦ୍ରାବାଦ

6

ଆବୁ ଧାବି: ଚଳିତ ଆଇପିଏଲ୍‌ର ଦ୍ୱିତୀୟ କ୍ୱାଲିଫାୟରରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଛନ୍ତି। ଆବୁ ଧାବିର ଶେଖ୍‌ ଜାୟେଦ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ପ୍ରଥମେ ଟସ୍‌ ଜିତି ଦିଲ୍ଲୀ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ହାଇଦ୍ରାବାଦ ପ୍ରଥମେ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା।

Advertisment

ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ୍‌ ହରାଇ ୧୮୯ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ହାଇଦ୍ରାବାଦ ୧୯୦ ରନ୍‌ର ଟାର୍ଗେଟ୍‌ ନେଇ ବର୍ତ୍ତମାନ ପଡ଼ିଆକୁ ଓହ୍ଲାଇଛି।

ଦିଲ୍ଲୀ ପକ୍ଷରୁ ଶିଖର ଧୱନ୍ ସର୍ବାଧିକ ୫୦ ବଲ୍‌ରେ ୭୮ ରନ୍‌ କରି ସନ୍ଦୀପ ଶର୍ମାଙ୍କ ବଲ୍‌ରେ ଏଲ୍‌ବିଡବ୍ଲୁ ହୋଇ ପାଭିଲିୟନ୍‌ ଫେରିଥିଲେ। ସେହିପରି ଷ୍ଟୋଇନି ୨୭ ବଲ୍‌ରେ ୩୮ ରନ୍‌ କରିଥିବାବେଳେ ଶ୍ରେୟସ ୨୧ ରନ୍‌ କରି ଆଉଟ୍‌ ହୋଇଥିଲେ ଏବଂ ହେଟ୍‌ମୟର ୪୨ରନ୍‌ କରି ଅପରାଜିତ ଥିଲେ।

Advertisment

ତେବେ ଏହି ମ୍ୟାଚ୍‌ ଉଭୟ ଦଳ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ମ୍ୟାଚ୍‌ର ବିଜୟୀ ଟିମ୍  ମୁମ୍ୱାଇ ବିପକ୍ଷରେ ଫାଇନାଲ୍‌ ଖେଳିବ।

Advertisment
Advertisment