/odishatv-khabar/media/post_attachments/uploadimage/library/16_9/16_9_0/17_1625129507.jpg)
17
ଦୁବାଇ: ଚଳିତ ଆଇପିଏଲର ଅନ୍ତିମ ପର୍ଯ୍ୟାୟ ମ୍ୟାଚ୍ରେ ଚାରିଥରର ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହୋଇଛନ୍ତି। ଏହି ଫାଇନାଲ୍ ଫାଇଟରେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପଟେନ୍ ଶ୍ରେୟସ ଆୟର୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବୋଲିଂ କରିବା ପାଇଁ ପଡ଼ିଆକୁ ଓହ୍ଲାଇଥିଲା।
ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୫୬ ରନ୍ କରିଛି। ଦିଲ୍ଲୀର ଓପନ୍ର ମାର୍କସ୍ ଷ୍ଟୋଇନିସକୁ ଟ୍ରେଣ୍ଟ୍ ବୋଲ୍ଟ ପ୍ରଥମ ବଲରେ ପ୍ୟାଭିଲିୟନ୍କୁ ଫରିବା ପରେ ଦଳ ଚିନ୍ତାରେ ପଡ଼ିଯାଇଥିଲା। କିନ୍ତୁ ଏହାପରେ ପୁଣି ବୋଲ୍ଟ ରାହାଣେଙ୍କୁ ଆଉଟ୍ କରି ଦଳକୁ ଝଟ୍କା ଦେଇଥିଲେ। ଜବରଦସ୍ତ ଫର୍ମରେ ଥିବା ଓପ୍ନର ଶିଖର୍ ଧୱନ୍ ଭଲ ଷ୍ଟାର୍ଟ କରିଥିଲେ ହେଁ ଖରାପ ଶଟ୍ ଖେଳି ପାଭିଲିୟନ୍ ଫେରିଥିଲେ।
ଦଳ ପକ୍ଷରୁ ଧୱନ ୧୫ ରନ୍ କରିଥିବାବେଳେ ହେଟ୍ମୟର ୫ ଏବଂ ଅକ୍ସର ୯ ରନ୍ କରିଥିଲେ। ତେବେ ଶ୍ରେୟସ୍ ଏବଂ ପନ୍ତଙ୍କ ଭାଗିଦାରୀ ରନ୍ ସ୍କୋରରକୁ ଆଗକୁ ନେଇଯାଇଥିଲା। ଶ୍ରେୟସ୍ ଆୟର ୫୦ ବଲ୍ରେ ସର୍ବାଧିକ ୬୫ ରନ୍କରି ଅପରାଜିତ ଥିଲେ ଏବଂ ଋଷଭ ୩୮ ବଲ୍ରେ ୫୬ ରନ୍ କରି ନିଲେଙ୍କ ବଲ୍ରେ ଆଉଟ୍ ହୋଇ ପାଭିଲିୟନ୍ ଫେରିଥିଲେ।
ମୁମ୍ୱାଇ ପକ୍ଷରୁ ବୋଲ୍ଟ ସର୍ବାଧିକ ୩ଟି ୱିକେଟ୍ ନେଇଥିବାବେଳେ ନିଲେ ୨ଟି ଏବଂ ଜୟନ୍ତ ଗୋଟିଏ ୱିକେଟ୍ ନେଇଥିଲେ। ତେବେ ୧୫୭ ରନ୍ର ଟର୍ଗେଟ୍ ନେଇ ମୁମ୍ୱାଇ ପଡ଼ିଆକୁ ଓହ୍ଲାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)