Advertisment

ପଞ୍ଚମ ଖେଳାଳି ଭାବେ IPLରେ ୫ ହଜାର ରନ୍‌ ପୂରଣ କଲେ ଧାୱନ

ଦୁବାଇ: ଦିଲ୍ଲୀ କ୍ୟାପିଟାଲ୍ ଓପନ୍‌ର ବ୍ୟାଟ୍ସମ୍ୟାନ୍‌ ଶିଖର ଧାୱନଙ୍କ ଧମାକା। ଆଇପିଏଲ୍‌ର ୫ମ ବ୍ୟାଟ୍ସମ୍ୟାନ୍‌ ଭାବେ ୫ ହଜାର ରନ୍‌ ପୂରଣ କଲେ ଶିଖର। ଚଳିତ ଆଇପିଏଲ୍ ସିଜନରେ ଶିଖର ଧାୱନଙ୍କ ଜବରଦସ୍ତ ଫର୍ମ ଜାରି ରହିଛି। ବିଶେଷକରି ଗତ ୩ଟି ମ୍ୟାଚ୍‌ରେ ଶିଖର ୬୯, ୫୭ ଓ ୧୦୧ ରନ୍‌ କରିଛନ୍ତି। ଚଳିତ ଆଇପିଏଲ୍‌ ସେ ଦ୍ୱିତୀୟ ସର୍ବାଧିକ ସ୍କୋର୍‌ କରିଥିବା ବ୍ୟାଟ୍ସମ୍ୟାନ୍‌ ଭାବେ ୪୨୧ ରନ୍‌ ସଂଗ୍ରହ କରିଛନ୍ତି। ଏହି ତାଲିକାରେ ପ୍ରଥମ ସ୍ଥାନରେ […]

ଅଦ୍ୟତନ ହୋଇଛି
ପଞ୍ଚମ ଖେଳାଳି ଭାବେ IPLରେ ୫ ହଜାର ରନ୍‌ ପୂରଣ କଲେ ଧାୱନ

dhawan

Advertisment

ଦୁବାଇ: ଦିଲ୍ଲୀ କ୍ୟାପିଟାଲ୍ ଓପନ୍‌ର ବ୍ୟାଟ୍ସମ୍ୟାନ୍‌ ଶିଖର ଧାୱନଙ୍କ ଧମାକା। ଆଇପିଏଲ୍‌ର ୫ମ ବ୍ୟାଟ୍ସମ୍ୟାନ୍‌ ଭାବେ ୫ ହଜାର ରନ୍‌ ପୂରଣ କଲେ ଶିଖର। ଚଳିତ ଆଇପିଏଲ୍ ସିଜନରେ ଶିଖର ଧାୱନଙ୍କ ଜବରଦସ୍ତ ଫର୍ମ ଜାରି ରହିଛି। ବିଶେଷକରି ଗତ ୩ଟି ମ୍ୟାଚ୍‌ରେ ଶିଖର ୬୯, ୫୭ ଓ ୧୦୧ ରନ୍‌ କରିଛନ୍ତି। ଚଳିତ ଆଇପିଏଲ୍‌ ସେ ଦ୍ୱିତୀୟ ସର୍ବାଧିକ ସ୍କୋର୍‌ କରିଥିବା ବ୍ୟାଟ୍ସମ୍ୟାନ୍‌ ଭାବେ ୪୨୧ ରନ୍‌ ସଂଗ୍ରହ କରିଛନ୍ତି। ଏହି ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି କିଂସ ଇଲେଭେନ୍ ପଞ୍ଜାବର କେଏଲ୍‌ ରାହୁଲ।

Advertisment

ତେବେ ଦୁବାଇଠାରେ ଆଜି ଦିଲ୍ଲୀ ଓ ପଞ୍ଜାବ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଶିଖର ଆଇପିଏଲ୍‌ରେ ୫ ହଜାର ସ୍କୋର୍ ଲିଷ୍ଟରେ ସାମିଲ ହୋଇପାରିଛନ୍ତି। ତେବେ ଏହି ତାଲିକାରେ ୫୭୫୮ ସ୍କୋର୍ ସହିତ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କ୍ୟାପ୍ଟେନ୍‌ ବିରାଟ କୋହଲି ପ୍ରଥମ ସ୍ଥାନରେ ରହିଛନ୍ତି। ଦ୍ୱିତୀୟରେ ଅଛନ୍ତି ଚେନ୍ନାଇ ସୁପର କିଂ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା। ସେ ୫୩୬୮ ରନ୍‌ କରିଛନ୍ତି। କିନ୍ତୁ ଦୁର୍ଭାଗ୍ୟ ବଶତଃ ସେ ଚଳିତ ଥର ଆଇପିଏଲ୍‌ରେ ଭାଗ ନେଇପାରି ନାହାନ୍ତି। ସେହିପରି ରୋହିତ ଶର୍ମା ୫୧୫୮ ଓ ଡେଭିଡ୍‌ ୱାର୍ଣ୍ଣର ୫୦୩୭ ରନ୍ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ