Advertisment

ହଟିଲେ ବାବର, ମଲାନ୍ ନୂଆ ନମ୍ବର ୱାନ୍ ଟି-୨୦ ବ୍ୟାଟ୍ସମ୍ୟାନ୍

ନୂଆଦିଲ୍ଲୀ: ପାକିସ୍ତାନୀ ଦିନିକିଆ ଓ ଟି-୨୦ ଦଳର କ୍ୟାପଟେନ୍ ବାବର ଆଜମଙ୍କୁ ଶକ୍ତ ଝଟକା ଲାଗିଛି। ଆଜମ ଟି-୨୦ ରାଙ୍କିଙ୍ଗର ଶୀର୍ଷ ହରାଇଛନ୍ତି। ବୁଧବାର ଆଇସିସି ପକ୍ଷରୁ ଜାରି ହୋଇଥିବା ସଦ୍ୟ ଟି-୨୦ ରାଙ୍କିଙ୍ଗରେ ବାବରଙ୍କୁ ହଟାଇ ଇଂଲଣ୍ଡର ବାମହାତୀ ବ୍ୟାଟ୍ସମ୍ୟାନ୍ ଡେୱିଡ୍ ମଲାନ୍ ଏକ ନମ୍ବର ସ୍ଥାନ ଦଖଲ କରିଛନ୍ତି। 🎉 Dawid Malan rises to No.1 🎉 The England batsman, who topped the run-scoring charts in the #ENGvAUS […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
ହଟିଲେ ବାବର, ମଲାନ୍ ନୂଆ ନମ୍ବର ୱାନ୍ ଟି-୨୦ ବ୍ୟାଟ୍ସମ୍ୟାନ୍

malan

ନୂଆଦିଲ୍ଲୀ: ପାକିସ୍ତାନୀ ଦିନିକିଆ ଓ ଟି-୨୦ ଦଳର କ୍ୟାପଟେନ୍ ବାବର ଆଜମଙ୍କୁ ଶକ୍ତ ଝଟକା ଲାଗିଛି। ଆଜମ ଟି-୨୦ ରାଙ୍କିଙ୍ଗର ଶୀର୍ଷ ହରାଇଛନ୍ତି। ବୁଧବାର ଆଇସିସି ପକ୍ଷରୁ ଜାରି ହୋଇଥିବା ସଦ୍ୟ ଟି-୨୦ ରାଙ୍କିଙ୍ଗରେ ବାବରଙ୍କୁ ହଟାଇ ଇଂଲଣ୍ଡର ବାମହାତୀ ବ୍ୟାଟ୍ସମ୍ୟାନ୍ ଡେୱିଡ୍ ମଲାନ୍ ଏକ ନମ୍ବର ସ୍ଥାନ ଦଖଲ କରିଛନ୍ତି।

Advertisment

https://twitter.com/ICC/status/1303604425483784192?s=20

ଅଷ୍ଟ୍ରେଲିଆ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଦମଦାର ପ୍ରଦର୍ଶନ ଯୋଗୁ ମଲାନଙ୍କୁ ଏହି ଉପହାର ମିଳିଛି। ମଲାନ୍ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ମୋଟ ୧୨୯ ରନ୍ କରିଥିଲେ। ମଲାନ୍ ପ୍ରଥମ ଟି-୨୦ ମ୍ୟାଚରେ ୬୬ ରନ୍ କରିଥିଲେ, ଯେଉଁଥିପାଇଁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ମିଳିଥିଲା। ଏହା ପରେ ସେ ୨ୟ ମ୍ୟାଚରେ ୪୨ ଏବଂ ୨୧ ରନର ଇନିଂସ୍ ଖେଳିଥିଲେ। ଏହି ସଫଳତା କାରଣରୁ ତାଙ୍କୁ ଏକାଥରେକ ୪ଟି ସ୍ଥାନର ଫାଇଦା ହୋଇଛି। ଗତ ବର୍ଷ ନଭେମ୍ବରରେ ମଲାନ୍ କ୍ୟାରିୟରର ସର୍ବଶ୍ରେଷ୍ଠ ୨ୟ ସ୍ଥାନ ହାସଲ କରିଥିଲେ।

The break might make me rusty, but I can't forget the basics' - Babar Azam

ଟି-୨୦ ରାଙ୍କିଙ୍ଗରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍ ଆଜମ୍ ଏବେ ମଲାନଙ୍କ ପଛକୁ ଦୁଇ ନମ୍ବର ସ୍ଥାନରେ ଅଛନ୍ତି। ଅଷ୍ଟ୍ରେଲୀୟ ଅଧିନାୟକ ଆରୋନ୍ ଫିଞ୍ଚ ତୃତୀୟ ସ୍ଥାନରେ ଅପରିବର୍ତ୍ତିତ ଥିବାବେଳେ ଭାରତୀୟ ଟପ୍ ଅର୍ଡର ବ୍ୟାଟସମ୍ୟାନ୍ କେଏଲ୍ ରାହୁଲ ରାଙ୍କିଙ୍ଗର ଚତୁର୍ଥ ସ୍ଥାନକୁ ଖସି ଆସିଛନ୍ତି।

Advertisment

ବୋଲିଂରେ ଆଫଗାନୀ ଲେଗ୍ ସ୍ପିନର୍ ରସିଦ୍ ଖାନ୍ ଏକ ନମ୍ବର ସ୍ଥାନ କାଏମ ରଖିଥିବାବେଳେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର୍ କେନ୍ ରିଚାର୍ଡସନ୍ ପ୍ରଥମ ଥର ପାଇଁ ଟପ୍ ଟେନ୍ ତାଲିକାକୁ ଆସିଛନ୍ତି। ରିଚାର୍ଡସନ୍ ଦଶମ ସ୍ଥାନରେ ଅଛନ୍ତି। ସେହିଭଳି ଅଲରାଉଣ୍ଡର ତାଲିକାରେ ଆଫଗାନସ୍ତାନର ମହମ୍ମଦ ନବୀ ଏକ ନମ୍ବରରେ ଥିବାବେଳେ ଗ୍ଲେନ୍ ମ୍ୟାକ୍ସୱେଲ୍ ଇଂଲଣ୍ଡ ସିରିଜର ପ୍ରଦର୍ଶନ ବଳରେ ଦ୍ୱିତୀୟ ସ୍ଥାନ ଦଖଲ କରିଛନ୍ତି।

ଅନ୍ୟପକ୍ଷରେ ଟି-୨୦ ଟିମ୍ ରାଙ୍କିଙ୍ଗରେ ଅଷ୍ଟ୍ରେଲିଆ ପୁଣିଥରେ ଶୀର୍ଷ ସ୍ଥାନକୁ ଫେରିଛି। ଅଷ୍ଟ୍ରେଲିଆର ୨୭୫ ରେଟିଂ ପଏଣ୍ଟ ସହ ପ୍ରଥମ ସ୍ଥାନରେ ଥିବା ବେଳେ ଇଂଲଣ୍ଡ ୨୭୧ ରେଟିଂ ପଏଣ୍ଟ ସହ ୨ୟରେ ରହିଛି। ଭାରତ ତୃତୀୟ ଏବଂ ପାକିସ୍ତାନ ଚତୁର୍ଥ ସ୍ଥାନରେ ରହିଛି।

Advertisment
Advertisment