/odishatv-khabar/media/post_attachments/uploadimage/library/16_9/16_9_0/bajaranga_1626499026.jpg)
bajaranga
ଗୋଲ୍ଡ କୋଷ୍ଟ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ସକାଳୁ ସକାଳୁ ସୁଟିଂରେ ଭାରତ ଦୁଇଟି ସ୍ୱର୍ଣ୍ଣ ହାତେଇ ଥିବା ବେଳେ ତୃତୀୟ ସ୍ୱର୍ଣ୍ଣଟି କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଦେଇଛନ୍ତି। ଏହା ଭାରତର ୧୭ ତମ ସ୍ୱର୍ଣ୍ଣ ପଦକ। ଫ୍ରିଷ୍ଟାଇଲ୍ ୬୫ କେଜି ବର୍ଗରେ ୱେଲ୍ସର କୁସ୍ତିଯୋଦ୍ଧା କେନ୍ ଚିରାଗଙ୍କୁ ୧୦-୦ରେ ହରାଇ ଏହି ଗୌରବ ହାସଲ କରିଛନ୍ତି ବଜରଙ୍ଗ।ପୂର୍ବରୁ କୁସ୍ତିରେ ରାହୁଲ ଅୱାରେ ଓ ସୁଶିଲ୍ କୁମାର ଦେଶ ପାଇଁ ସ୍ୱର୍ଣ୍ଣ ଜିତିଥିଲେ।
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶୁକ୍ରବାର ଭଲ ଆରମ୍ଭ କରିଥିଲା ଭାରତ। ଆଜି ଭାରତୀୟ ସୁଟରମାନଙ୍କ ଟାର୍ଗେଟ୍ ସ୍ୱର୍ଣ୍ଣ ପଦକ ଉପରେ ରହିଥିଲା। ସୁଟିଂରେ ତେଜସ୍ୱିନୀ ସାୱନ୍ତ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଥିଲେ। ଏହାପରେ ଆରମ୍ଭ ହୋଇଯାଇଥିଲା ସ୍ୱର୍ଣକ ପଦକ ବର୍ଷା। ସାୱନ୍ତଙ୍କ ପରେ ଅନିଶ ଭନୱାଲା ମଧ୍ୟ ସ୍ୱର୍ଣ୍ଣ ପଦକ ହାତେଇଥିଲେ। ଆଉ ଏବେ କୁସ୍ତିରେ ସ୍ୱର୍ଣ୍ଣ ପଦକ ହାତେଇଲେ ବଜରଙ୍ଗ ପୁନିଆ। ସେହିପରି ଅଞ୍ଜୁମ ମୁଦଗିଲଙ୍କୁ ରୌପ୍ୟ ପଦକ ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)