/odishatv-khabar/media/post_attachments/uploadimage/library/16_9/16_9_0/sushil_1626498857.jpg)
sushil
ଗୋଲ୍ଡ କୋଷ୍ଟ : ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଅଷ୍ଟମ ଦିନରେ ଚମକିଲେ ଭାରତୀୟ ରେସଲର୍। ଆଜି ଭାରତ ପାଇଁ ୨ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛନ୍ତି ଭାରତୀୟ କୁସ୍ତିଯୋଦ୍ଧା। ଷ୍ଟାର୍ ରେସଲର୍ ସୁଶିଲ କୁମାର ୭୪ କିଲୋଗ୍ରାମ ବର୍ଗରେ ଦକ୍ଷିଣ ଆଫ୍ରିକା ପ୍ରତିଦ୍ୱନ୍ଦ୍ୱୀଙ୍କୁ ୮୦ ସେକେଣ୍ଡରେ ପରାସ୍ତ କରି ସ୍ୱର୍ଣ୍ଣ ଜିତିଛନ୍ତି।
ଏହା ସୁଶିଲଙ୍କ ତୃତୀୟ ରାଜ୍ୟଗୋଷ୍ଠୀ ସ୍ୱର୍ଣ୍ଣପଦକ। ସେହିପରି କୁସ୍ତିରେ ଆଜି ସ୍ୱର୍ଣ୍ଣ ଆଣିଛନ୍ତି ଯୁବ କୁସ୍ତିଯୋଦ୍ଧା ରାହୁଲ ଆୱାରେ। ୫୭ କିଲୋଗ୍ରାମ୍ ବର୍ଗରେ କାନାଡାର ଷ୍ଟିବେନ୍ ତାକାଶିଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଛନ୍ତି ରାହୁଲ।
ସେପଟେ ୫୩ କିଲୋଗ୍ରାମ୍ ବର୍ଗରେ ବବିତା କୁମାରୀ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି। ଫାଇନାଲରେ ତାଙ୍କୁ କାନାଡାର ଡାଏନା ୱେକର୍ ପରାସ୍ତ କରିଥିଲେ। ଅନ୍ୟପକ୍ଷରେ ୭୬ କିଲୋଗ୍ରାମ୍ ବର୍ଗରେ ମହିଳା ରେସଲର୍ କିରଣ ମଧ୍ୟ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହାପୂର୍ବରୁ ଆଜି ଭାରତ ପାଇଁ ପ୍ରଥମ ପଦକ ଆଣିଥିଲେ ସୁଟର୍ ତେଜସ୍ୱିନୀ ସାଓ୍ୱନ୍ତ। ସେ ୫୦ ମିଟର ରାଇଫଲ୍ ପ୍ରୋନ୍ ଇଭେଣ୍ଟରେ ଏହି ପଦକ ଜିତିଛନ୍ତି। ଆଜିର ୩ ପଦକ ସହ ଭାରତର ପଦକ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)