/odishatv-khabar/media/post_attachments/uploadimage/library/16_9/16_9_0/CSK_1625383997.jpg)
CSK
ନୂଆଦିଲ୍ଲୀ: ଆଇପିଏଲର ୧୩ଶ ସଂସ୍କରଣ ପ୍ରସ୍ତୁତି ପୂର୍ବରୁ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସକୁ ବଡ଼ ଝଟକା ଲାଗିଛି। ଟିମର ଜଣେ ଷ୍ଟାର୍ ବୋଲର ଏବଂ କିଛି ସଦସ୍ୟଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିବା ସୂଚନା ମିଳିଛି। ତେବେ କେଉଁ ଖେଳାଳି, ସପୋର୍ଟ ଷ୍ଟାଫ୍ ଏବଂ ଅଧିକାରୀଙ୍କର ରିପୋର୍ଟ ପଜିଟିଭ୍ ଆସିଛି, ତାହା ଜଣା ପଡିନାହିଁ।
ରିପୋର୍ଟରେ ଦର୍ଶାଯାଇଛି ଯେ ଦୁବାଇରେ ଅବତରଣ କରିବା ପରେ ଅନେକ ସଦସ୍ୟଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଫଳସ୍ୱରୂପ, ଚେନ୍ନାଇ ସୁପର କିଙ୍ଗସ୍ ଆଉ ସପ୍ତାହକ ତା'ର କ୍ୱାରେଣ୍ଟିନ୍ ଅବଧିକୁ ବଢ଼ାଇବ। ବିସିସିଆଇ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ଚେନ୍ନାଇ ସୁପର୍ କିଙ୍ଗସ୍ ଟିମ୍ ସୁରକ୍ଷା ପାଇଁ ସମସ୍ତ ପ୍ରୋଟୋକଲ୍ ପାଳନ କରୁଛି। କିନ୍ତୁ ଏହା ସତ୍ତ୍ୱେ ଟିମ୍ ସଦସ୍ୟଙ୍କର ରିପୋର୍ଟ କିପରି ପଜିଟିଭ୍ ଆସିଲା, ତାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି।
ଚେନ୍ନାଇ ସୁପରକିଙ୍ଗର ମୋଟ ୧୦ ଜଣ ସଦସ୍ୟଙ୍କୁ କରୋନା ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ଜଣେ ଭାରତୀୟ ଖେଳାଳି ମଧ୍ୟ ରହିଥିବା ସୂଚନା ମିଳିଛି। ଚେନ୍ନାଇ ଦଳ ଅଗଷ୍ଟ ୨୧ ତାରିଖରେ ଦୁବାଇରେ ପହଞ୍ଚିଥିଲା। ଏହା ପରେ ଟିମ୍ ୬ ଦିନ କ୍ୱାରେଣ୍ଟିନରେ ରହିଥିଲା। କିନ୍ତୁ ଏହାକୁ ଆଉ ସପ୍ତାହେ ପାଇଁ ବଢ଼ାଇ ଦିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)