Advertisment

ଦୁନିଆର ସବୁଠାରୁ ମହଙ୍ଗା କାର୍ କିଣିଲେ ରୋନାଲ୍ଡୋ

ରୋମ୍: ପର୍ତ୍ତୁଗାଲ୍ ଟିମର ଷ୍ଟାର୍ ଫୁଟବଲର ତଥା ନାମୀ ଫୁଟବଲ୍ କ୍ଲବ୍ ଜୁଭେଣ୍ଟସର ମୁଖ୍ୟ ଖେଳାଳି କ୍ରିଷ୍ଟିଆନୋ ନିଜର ବିଳାସପୂର୍ଣ୍ଣ ଜୀବନ ପାଇଁ ଖୁବ୍ ଚର୍ଚ୍ଚାରେ ଥାନ୍ତି। ଏବେ ରୋନାଲ୍ଡୋ ଏବେ ଦୁନିଆର ସବୁଠାରୁ ମହଙ୍ଗା କାର୍ Bugatti La Voiture Noire କିଣିଛନ୍ତି। ରୋନାଲ୍ଡୋ ଯେଉଁ କ୍ଲବ୍ ପକ୍ଷରୁ ଫୁଟବଲ୍ ଖେଳନ୍ତି, ସେହି କ୍ଲବ୍ ନିକଟରେ ୩୬ତମ ସିରି-ଏ ଚାମ୍ପିୟନଶିପରେ ବିଜେତା ହୋଇଥିଲା। ଏହା ପରେ ସେ ନିଜ ପାଇଁ ଉପହାର ସ୍ୱରୂପ ଏହି କାର୍ […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
ଦୁନିଆର ସବୁଠାରୁ ମହଙ୍ଗା କାର୍ କିଣିଲେ ରୋନାଲ୍ଡୋ

ddd

ରୋମ୍: ପର୍ତ୍ତୁଗାଲ୍ ଟିମର ଷ୍ଟାର୍ ଫୁଟବଲର ତଥା ନାମୀ ଫୁଟବଲ୍ କ୍ଲବ୍ ଜୁଭେଣ୍ଟସର ମୁଖ୍ୟ ଖେଳାଳି କ୍ରିଷ୍ଟିଆନୋ ନିଜର ବିଳାସପୂର୍ଣ୍ଣ ଜୀବନ ପାଇଁ ଖୁବ୍ ଚର୍ଚ୍ଚାରେ ଥାନ୍ତି। ଏବେ ରୋନାଲ୍ଡୋ ଏବେ ଦୁନିଆର ସବୁଠାରୁ ମହଙ୍ଗା କାର୍ Bugatti La Voiture Noire କିଣିଛନ୍ତି।

Advertisment

ରୋନାଲ୍ଡୋ ଯେଉଁ କ୍ଲବ୍ ପକ୍ଷରୁ ଫୁଟବଲ୍ ଖେଳନ୍ତି, ସେହି କ୍ଲବ୍ ନିକଟରେ ୩୬ତମ ସିରି-ଏ ଚାମ୍ପିୟନଶିପରେ ବିଜେତା ହୋଇଥିଲା। ଏହା ପରେ ସେ ନିଜ ପାଇଁ ଉପହାର ସ୍ୱରୂପ ଏହି କାର୍ କିଣିଛନ୍ତି। ଏହି କାରର ଦାମ ଶୁଣିଲେ ସମସ୍ତଙ୍କର ହୋଶ୍ ଉଡ଼ିଯିବ। ଏହି କାର୍‌କୁ କିଣିବା ପାଇଁ ସେ ପ୍ରାୟ ୮.୫ ମିଲିୟନ୍ ୟୁରୋ ଅର୍ଥାତ୍ ୭୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।

View this post on Instagram

You choose the view 😉😅

A post shared by Cristiano Ronaldo (@cristiano) on

Advertisment


ରୋନାଲ୍ଡୋ ଯେଉଁ କାର୍ କିଣିଛନ୍ତି, ତାକୁ ପ୍ରସ୍ତୁତ କରିଥିବା କମ୍ପାନୀ ଏହିଭଳି ମାତ୍ର ୧୦ଟି କାର୍ ହିଁ ତିଆରି କରିଛି। ୩୫ ବର୍ଷୀୟ ଷ୍ଟାର୍ ଫୁଟବଲର ରୋନାଲ୍ଡୋ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ କାର୍‌ର ଫଟୋ ପୋଷ୍ଟ କରି ଏହାର ସୂଚନା ଦେଇଛନ୍ତି। ଦୁନିଆର ସବୁଠାରୁ ମହଙ୍ଗା କାରର ମାଲିକ ରୋନାଲ୍ଡୋଙ୍କ ଗ୍ୟାରେଜରେ ଏବେ ଯେତେ କାର୍ ଅଛି, ସେସବୁର ଦାମକୁ ଯଦି ମିଶାଯାଏ, ତାହେଲେ ଏହା ୩୦ ମିଲିୟନ୍ ହେବ। ଅର୍ଥାତ୍ ରୋନାଲ୍ଡୋଙ୍କ ପାଖରେ ୨୬୪ କୋଟିରୁ ଅଧିକ ଟଙ୍କାର କାର୍ ଉପଲବ୍ଧ ଅଛି।

publive-image

Bugatti La Voiture Noire କାର୍ ଘଣ୍ଟାପ୍ରତି ୩୮୦ କିମି ସ୍ପୀଡରେ ଯାଇପାରିବ। ମାତ୍ର ୨.୪ ସେକେଣ୍ଡରେ ଏହି କାର୍‌ର ବେଗ ୬୦ କିମି ପର୍ଯ୍ୟନ୍ତ ପହଞ୍ଚିପାରିବ। ତେବେ ଏହି କାର୍ ପାଇଁ ରୋନାଲ୍ଡୋଙ୍କୁ ୨୦୨୧ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ଏବଂ ଆସନ୍ତାବର୍ଷ ହିଁ ତାଙ୍କୁ ଏହି କାରର ଡେଲିଭରୀ ମିଳିବ।

publive-image

ନିକଟରେ 'Bugatti' ଓ 'ନାଇକି' ମିଶି ରୋନାଲ୍ଡୋଙ୍କ ପାଇଁ ଏକ ସ୍ୱତନ୍ତ୍ର ବୁଟ୍ ପ୍ରସ୍ତୁତ କରିଛନ୍ତି। ସ୍ପୋଟ୍ସୱେର୍ ବ୍ରାଣ୍ଡ ଅଟୋମୋବାଇଲ୍ ବ୍ରାଣ୍ଡ ସହ ମିଶି 'ନାଇକି ମର୍କ୍ୟୁରିଆଲ୍ ସୁପରଫ୍ଲାଇ CR7 Dieci' ଲଞ୍ଚ୍ କରିଛି, ଯାହା ସେଣ୍ଟୋଡାଇସି କିମ୍ବା Bugatti La Voiture Noireଠାରୁ ପ୍ରେରଣା ପାଇଛି।

Advertisment
Advertisment