Advertisment

ଲକ୍ଷାଧିକ ଟଙ୍କାର ଚାକିରି ଛାଡ଼ି ସମାଜସେବା କରୁଛନ୍ତି ଏହି କ୍ରିକେଟରଙ୍କ ପତ୍ନୀ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ତଥା ଫିଲ୍ଡର ସୁରେଶ ରାଇନା ନିଜର ଶାନ୍ତସ୍ୱଭାବ ଆଚରଣ ପାଇଁ ଖୁବ୍ ପରିଚିତ। ଗୋଟିଏ ପରେ ରାଇନା କ୍ରିକେଟ୍‌ ମଇଦାନରେ କମାଲ୍‌ କରୁଥିବା ବେଳେ ତାଙ୍କ ପତ୍ନୀ ପ୍ରିୟଙ୍କା ମଧ୍ୟ ସମାଜରେ ନିଜର ମହତ କାମ ପାଇଁ ସବୁବେଳେ ଚର୍ଚ୍ଚିତ ଥାନ୍ତି। ଉଭୟ ରାଇନା ଓ ପ୍ରିୟଙ୍କା ନିଜ ଝିଅ ନାଁରେ ଏକ ଫାଉଣ୍ଡେସନ୍ କରିଛନ୍ତି, ଯେଉଁଥିରେ ହଜାର ହଜାର ଗରିବ ଉପକୃତ ହେଉଛନ୍ତି। ଏହି ଫାଉଣ୍ଡେସନରେ ପ୍ରିୟଙ୍କାର ଅଧିକ […]

author-image
Ranjeet Kumar Jena
ଲକ୍ଷାଧିକ ଟଙ୍କାର ଚାକିରି ଛାଡ଼ି ସମାଜସେବା କରୁଛନ୍ତି ଏହି କ୍ରିକେଟରଙ୍କ ପତ୍ନୀ

suresh

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ତଥା ଫିଲ୍ଡର ସୁରେଶ ରାଇନା ନିଜର ଶାନ୍ତସ୍ୱଭାବ ଆଚରଣ ପାଇଁ ଖୁବ୍ ପରିଚିତ। ଗୋଟିଏ ପରେ ରାଇନା କ୍ରିକେଟ୍‌ ମଇଦାନରେ କମାଲ୍‌ କରୁଥିବା ବେଳେ ତାଙ୍କ ପତ୍ନୀ ପ୍ରିୟଙ୍କା ମଧ୍ୟ ସମାଜରେ ନିଜର ମହତ କାମ ପାଇଁ ସବୁବେଳେ ଚର୍ଚ୍ଚିତ ଥାନ୍ତି। ଉଭୟ ରାଇନା ଓ ପ୍ରିୟଙ୍କା ନିଜ ଝିଅ ନାଁରେ ଏକ ଫାଉଣ୍ଡେସନ୍ କରିଛନ୍ତି, ଯେଉଁଥିରେ ହଜାର ହଜାର ଗରିବ ଉପକୃତ ହେଉଛନ୍ତି।

Advertisment

publive-imageଏହି ଫାଉଣ୍ଡେସନରେ ପ୍ରିୟଙ୍କାର ଅଧିକ ଯୋଗଦାନ ରହିଛି, କାରଣ ରାଇନା ଅଧିକାଂଶ ସମୟ କ୍ରିକେଟରେ ବ୍ୟସ୍ତ ରୁହନ୍ତି। କିନ୍ତୁ ରାଇନା ଯେବେବି ସମୟ ପାଆନ୍ତି, ଫାଉଣ୍ଡେସନରେ ନିଜର ମୂଲ୍ୟବାନ୍ ସମୟ ଦିଅନ୍ତି। ଫାଉଣ୍ଡେସନ୍ କରିବା ପୂର୍ବରୁ ପ୍ରିୟଙ୍କା ବ୍ୟାଙ୍କିଙ୍ଗ୍ ସେକ୍ଟରରେ ଥିଲେ, ଯେଉଁଠାରେ ତାଙ୍କର ଲକ୍ଷାଧିକ ଟଙ୍କାର ପ୍ୟାକେଜ୍ ଥିଲା। କିନ୍ତୁ ଆଜି ସେ ଲକ୍ଷାଧିକ ଟଙ୍କାର ଚାକିରି ଛାଡ଼ି ସମାଜସେବାରେ ଯୋଡ଼ି ହୋଇଛନ୍ତି।

publive-imageଭାରତର ବାମହାତୀ ବ୍ୟାଟ୍ସମ୍ୟାନ୍ ରାଇନାଙ୍କୁ ବିବାହ କରିବା ପୂର୍ବରୁ ପ୍ରିୟଙ୍କା ନେଦରଲ୍ୟାଣ୍ଡରେ ବ୍ୟାଙ୍କିଙ୍ଗ୍ ସେକ୍ଟରରେ କାମ କରୁଥିଲେ। ସେ ବି-ଟେକ୍ କରିଥିଲେ ଏବଂ ଏହା ପରେ ଏକ ଆଇଟି ପ୍ରଫେସନାଲ୍ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ୨୦୧୫ରେ ସେ ରାଇନାଙ୍କୁ ବିବାହ କରିଥିଲେ। ତାଙ୍କର ପ୍ରଥମ ଝିଅ ଗ୍ରେସିଆଙ୍କ ଜନ୍ମ ହେବା ପରେ ସେ ଭାରତ ପଳାଇ ଆସିଥିଲେ। ଏହା ପରେ ରାଇନା ଓ ପ୍ରିୟଙ୍କା ନିଜ ଝିଅ ନାଁରେ ଏକ ଚ୍ୟାରିଟି ଫାଉଣ୍ଡେସନ୍ ଆରମ୍ଭ କରିଥିଲେ। ଗରିବ ପିଲାଙ୍କୁ ସହାୟତା କରିବା ଏହି ଫାଉଣ୍ଡେସନର ମୁଖ୍ୟ ଉଦ୍ଦେଶ୍ୟ।

Advertisment

publive-imageମହିଳାଙ୍କୁ ସଶକ୍ତ କରାଇବା ସହ ପିଲାମାନଙ୍କୁ ନେଇ ଜଡ଼ିତ ଜରୁରୀ ନିଷ୍ପତ୍ତି ନେବା ପାଇଁ ଏହି ଫାଉଣ୍ଡେସନ୍ ପ୍ରେରଣା ଯୋଗାଇଥାଏ। ଏହାସହ ଯେଉଁ ଗର୍ଭବତୀ ମହିଳା ପିଲାଙ୍କୁ ଜନ୍ମ ଦିଅନ୍ତି, ସେମାନଙ୍କୁ ଉପଯୁକ୍ତ ଖାଦ୍ୟପାନ ସମ୍ବନ୍ଧିତ ସୂଚନା ଦେବା ସହ ଲୋକଙ୍କୁ ସଚେତନ କରାଇବାର କାମ ମଧ୍ୟ କରୁଛି ତାଙ୍କ ଫାଉଣ୍ଡେସନ୍। ତେଣୁ ଦୁହିଁଙ୍କର ଏହି ସମାଜସେବା ନିଶ୍ଚିତ ଭାବେ ପ୍ରଶଂସାଯୋଗ୍ୟ।

Advertisment
Advertisment