Advertisment

ଗାର୍ଲଫ୍ରେଣ୍ଡଙ୍କ ପାଇଁ କୋଭିଡ୍ ନିୟମ ଭାଙ୍ଗିଲେ ଏହି କ୍ରିକେଟର୍!

ଲଣ୍ଡନ: ଇଂଲଣ୍ଡର ଷ୍ଟାର୍ ପେସ୍ ବୋଲର ଜୋଫ୍ରା ଆର୍ଚର୍ ୱେଷ୍ଟଇଣ୍ଡିଜ୍ ବିପକ୍ଷ ୨ୟ ଟେଷ୍ଟ ପୂର୍ବରୁ ଜୈବ ସୁରକ୍ଷିତ କୋଭିଡ୍-୧୯ ନିୟମ ଉଲ୍ଲଙ୍ଘନ କରି ଦଣ୍ଡିତ ହୋଇଛନ୍ତି। ଏହି କାରଣରୁ ତାଙ୍କୁ ୨ୟ ଟେଷ୍ଟରୁ ବାଦ୍ ଦିଆଯାଇଛି। ଏବେ ଆର୍ଚର ୫ ଦିନିଆ ଆଇସୋଲେସନରେ ରହିଛନ୍ତି। ପ୍ରଥମ ଟେଷ୍ଟ ମ୍ୟାଚ୍ ପରେ ସବୁ ଖେଳାଳିଙ୍କୁ ସାଉଥମ୍ପଟନରୁ ଅଲଗା ଅଲଗା ଗାଡ଼ିରେ ମାଞ୍ଚେଷ୍ଟର ପହଞ୍ଚିବାର ଥିଲା। କିନ୍ତୁ ଆର୍ଚର ମାଞ୍ଚେଷ୍ଟର ଯିବା ପୂର୍ବରୁ ସୋମବାର ଆର୍ଚର୍ ବ୍ରିଟନସ୍ଥିତ ନିଜ […]

author-image
Ranjeet Kumar Jena
ଗାର୍ଲଫ୍ରେଣ୍ଡଙ୍କ ପାଇଁ କୋଭିଡ୍ ନିୟମ ଭାଙ୍ଗିଲେ ଏହି କ୍ରିକେଟର୍!

archer

ଲଣ୍ଡନ: ଇଂଲଣ୍ଡର ଷ୍ଟାର୍ ପେସ୍ ବୋଲର ଜୋଫ୍ରା ଆର୍ଚର୍ ୱେଷ୍ଟଇଣ୍ଡିଜ୍ ବିପକ୍ଷ ୨ୟ ଟେଷ୍ଟ ପୂର୍ବରୁ ଜୈବ ସୁରକ୍ଷିତ କୋଭିଡ୍-୧୯ ନିୟମ ଉଲ୍ଲଙ୍ଘନ କରି ଦଣ୍ଡିତ ହୋଇଛନ୍ତି। ଏହି କାରଣରୁ ତାଙ୍କୁ ୨ୟ ଟେଷ୍ଟରୁ ବାଦ୍ ଦିଆଯାଇଛି। ଏବେ ଆର୍ଚର ୫ ଦିନିଆ ଆଇସୋଲେସନରେ ରହିଛନ୍ତି।

Advertisment

ପ୍ରଥମ ଟେଷ୍ଟ ମ୍ୟାଚ୍ ପରେ ସବୁ ଖେଳାଳିଙ୍କୁ ସାଉଥମ୍ପଟନରୁ ଅଲଗା ଅଲଗା ଗାଡ଼ିରେ ମାଞ୍ଚେଷ୍ଟର ପହଞ୍ଚିବାର ଥିଲା। କିନ୍ତୁ ଆର୍ଚର ମାଞ୍ଚେଷ୍ଟର ଯିବା ପୂର୍ବରୁ ସୋମବାର ଆର୍ଚର୍ ବ୍ରିଟନସ୍ଥିତ ନିଜ ଘରକୁ ଯିବାକୁ ନିଷ୍ପତ୍ତି ନେଇଥିଲେ, ଯେଉଁଠାରେ ତାଙ୍କ ଗାର୍ଲଫ୍ରେଣ ରୁହନ୍ତି। ତେବେ କୁହାଯାଉଛି ଯେ ଆର୍ଚର୍ କେବଳ ନିଜ ଗାର୍ଲଫେଣ୍ଡଙ୍କୁ ହିଁ ଭେଟିବା ପାଇଁ ଘରକୁ ଯାଇଥିଲେ। ଏଥିପାଇଁ ମଧ୍ୟ ଆର୍ଚରଙ୍କୁ ଖୁବ୍ ସମାଲୋଚନା କରାଯାଉଛି।

ଆର୍ଚରଙ୍କ ଏହି ନିଷ୍ପତ୍ତି ତାଙ୍କ ଉପରେ ଭାରୀ ପଡ଼ିଥିଲା ଏବଂ ଇଂଲଣ୍ଡ କ୍ରିକେଟ୍ ବୋର୍ଡ କଡ଼ା କାର୍ଯ୍ୟାନୁଷ୍ଠାନ ପୂର୍ବକ ତାଙ୍କୁ ଆସୋଲେସନକୁ ପଠାଇ ଦେଇଥିଲେ। ଏହା ପରେ ତାଙ୍କର ଦୁଇଥର କୋଭିଡ୍ ଟେଷ୍ଟ କରାଯିବ। ଯଦି ଦୁଇଥର ଯାକ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଲା, ତାହେଲେ ସେ ଟିମକୁ କମବ୍ୟାକ୍ କରିପାରିବେ।

Advertisment

ନିଜର ଏହି ବଡ଼ ଭୁଲ୍ ପାଇଁ ଆର୍ଚର ପଶ୍ଚାତାପ କରିଛନ୍ତି। ସେ ନିଜ ଭୁଲ୍ ପାଇଁ ସମସ୍ତଙ୍କୁ କ୍ଷମା ମାଗିଛନ୍ତି। ଆର୍ଚର୍ କହିଛନ୍ତି, ଯାହା କିଛି ହେଲା, ସେଥିପାଇଁ ମୁଁ ଦୁଃଖିତ। ମୁଁ କେବଳ ନିଜକୁ ନୁହେଁ ବରଂ ପୂରା ଟିମ୍ ଏବଂ ମ୍ୟାନେଜମେଣ୍ଟକୁ ବିପଦରେ ପକାଇ ଦେଇଛି।

ଇଂଲଣ୍ଡର ପୂର୍ବତନ କ୍ୟାପଟେନ୍ ମାଇକେଲ୍ ଆଥରଟନ୍ ୨ୟ ଟେଷ୍ଟର ପ୍ରଥମ ଦିବସରେ ଲାଇଭ୍ କମେଣ୍ଟ୍ରୀ ସମୟରେ ଆର୍ଚରଙ୍କୁ ଜୈବ-ସୁରକ୍ଷିକ କୋଭିଡ୍-୧୯ ପ୍ରୋଟୋକଲ୍ ଉଲ୍ଲଙ୍ଘନକୁ 'ମୁର୍ଖାମୀ' ବୋଲି କହିଛନ୍ତି। କାରଣ ତାଙ୍କର ଏହି ଦାୟିତ୍ୱହୀନ କାମ ଦ୍ୱାରା ୱେଷ୍ଟଇଣ୍ଡିଜ୍ ବିପକ୍ଷ ୨ୟ ଟେଷ୍ଟ ପୂର୍ବରୁ ଚୂଡ଼ାନ୍ତ ଏକାଦଶ ପ୍ରଭାବିତ ହୋଇଛି।

Advertisment
Advertisment