ipl match
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୧ର ଅବଶିଷ୍ଟ ମ୍ୟାଚ୍ ଗୁଡ଼ିକ ଏବେ ସେପ୍ଟେମ୍ବରରେ ୟୁଏଇରେ ଅନୁଷ୍ଠିତ ହେବ । ବିସିସିଆଇର ଏକ ସ୍ୱତନ୍ତ୍ର ବୈଠକରେ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଏବେ ଆଇପିଏଲ୍ ସହିତ ଜଡିତ ଆଉ ଏକ ଖୁସି ଖବର ଆସୁଛି । ରିପୋର୍ଟ ଅନୁଯାୟୀ, ଆଇପିଏଲର ଆବଶିଷ୍ଟ ୩୧ଟି ମ୍ୟାଚ୍, ଖାଲି ଷ୍ଟାଡିୟମ ନୁହେଁ ବରଂ ଦର୍ଶକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବ । ୟୁଏଇ ଷ୍ଟାଡିୟମରେ ୫୦ ପ୍ରତିଶତ ପ୍ରଶଂସକଙ୍କୁ ପ୍ରବେଶ ଅନୁମତି ଦିଆଯିବ । କିନ୍ତୁ ଏଥିପାଇଁ କେବଳ ଗୋଟିଏ ସର୍ତ୍ତ ପୂରଣ କରିବାକୁ ହେବ ।
କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ୟୁଏଇ କ୍ରିକେଟ୍ ବୋର୍ଡର ଅଧିକାରୀ କହିଛନ୍ତି, ‘ୟୁଏଇରେ ଆଇପିଏଲ୍ ମ୍ୟାଚ୍ ଫ୍ୟାନମାନଙ୍କ ଗହଣରେ ଅନୁଷ୍ଠିତ ହୋଇପାରିବ । ଅର୍ଥାତ୍ ଷ୍ଟାଡିୟମରେ ୫୦ ପ୍ରତିଶତ ଲୋକଙ୍କୁ ପ୍ରବେଶ ଅନୁମତି ଦିଆଯାଇପାରିବ । ଏଥିରେ ବିସିସିଆଇର ମଧ୍ୟ କୌଣସି କ୍ଷତି ହେବ ନାହିଁ । ୟୁଏଇର ନିୟମ ଅନୁଯାୟୀ, ଯେଉଁମାନେ କରୋନା ଟିକା ନେଇ ସାରିଛନ୍ତି, ସେହି ମାନେ ହିଁ ଷ୍ଟାଡିୟମ ଭିତରକୁ ଯାଇ ମ୍ୟାଚର ମଜା ନେଇପାରିବେ ।
ଦୁବାଇରେ ବିସିସିଆଇ ଅଧିକାରୀ
ବିସିସିଆଇର ଅଧିକାରୀମାନେ ଏବେ ଦୁବାଇରେ ଅଛନ୍ତି । ସେମାନେ ଇସିବି ଏବଂ ୟୁଏଇ ସହିତ ଆଇପିଏଲ ସମ୍ବନ୍ଧୀୟ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରୁଛନ୍ତି । ବିସିସିଆଇ ସଚିବ ଜୟ ଶାହା, କୋଷାଧ୍ୟକ୍ଷ ଅରୁଣ ସିଂ ଧୁମଲ, ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଏବଂ ଯୁଗ୍ମ ସଚିବ ଜୟଶ ଜର୍ଜ ସୋମବାର ଦୁବାଇରେ ପହଞ୍ଚିଛନ୍ତି । ବିସିସିଆଇର ଏହି ଅଧିକାରୀମାନେ ଆଇପିଏଲ ସହ ଜଡିତ ପ୍ରସଙ୍ଗରେ ଆଲୋଚନା ପାଇଁ ସେଠାରେ ପହଞ୍ଚିଛନ୍ତି । ଏଥିରେ ମୁଖ୍ୟ ପ୍ରସଙ୍ଗ ହେଉଛି ହୋଟେଲ ଗୁଡ଼ିକର ଭଡା । କାରଣ ଦୁବାଇ ଏକ୍ସପୋ ଯୋଗୁଁ ସେଠାରେ ଥିବା ହୋଟେଲ ଗୁଡ଼ିକର ମୂଲ୍ୟ ବହୁତ ଅଧିକ ରହିଥିବ ବୋଲି ଆଶଙ୍କା କରାଯାଉଛି ।
ଗତ ବର୍ଷ ମଧ୍ୟ କରୋନା ଭାଇରସ ଯୋଗୁଁ ଭାରତରେ ଆଇପିଏଲ ଅନୁଷ୍ଠିତ ହୋଇପାରି ନଥିଲା । ଏହି କାରଣରୁ ଆବୁଧାବି, ଶାରଜା ଏବଂ ଦୁବାଇରେ ଆଇପିଏଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ତେବେ ସେହି ସମୟରେ ଖାଲି ଷ୍ଟାଡିୟମରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । କୌଣସି ଦର୍ଶକଙ୍କୁ ଷ୍ଟାଡିୟମ ଭିତରକୁ ଛଡ଼ା ଯାଇନଥିଲା । କିନ୍ତୁ ଏଥର ଷ୍ଟାଡିୟମର କ୍ଷମତା ଅନୁଯାୟୀ ତାର ୫୦ ପ୍ରତିଶତ ଦର୍ଶକ ଷ୍ଟାଡିୟମରେ ବସି ଖେଳ ଦେଖିପାରିବେ । ଏହାଦ୍ୱାରା ଟିଭିରେ ଆଇପିଏଲ୍ ମ୍ୟାଚ୍ ଦେଖୁଥିବା ଦର୍ଶକ ମଧ୍ୟ ଖୁସି ହେବେ ।
ଅନ୍ୟପଟେ ୟୁଏଇରେ ହେବାକୁ ଥିବା IPL ୨୦୨୧, କେବେ ଆରମ୍ଭ ହେବ ସେନେଇ ଏବେ ସୁଦ୍ଧା ତାରିଖ ସ୍ଥିର ହୋଇନାହିଁ । କିନ୍ତୁ ଯାହା ଖବର ରହିଛି, ସେପ୍ଟେମ୍ବର ୧୯ରୁ ଆଇପିଏଲ ଆରମ୍ଭ ହେବାର ସମ୍ଭାବନା ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/BeFunky-collage-4_1622478897.jpg)