Advertisment

ସେପ୍ଟେମ୍ବର ୧୫ରୁ ଆରମ୍ଭ ହୋଇପାରେ IPL ମ୍ୟାଚ୍

IPL ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର ! ସେପ୍ଟେମ୍ବର ୧୫ରୁ ଆରମ୍ଭ ହୋଇପାରେ IPL ମ୍ୟାଚ୍

ସେପ୍ଟେମ୍ବର ୧୫ରୁ ଆରମ୍ଭ ହୋଇପାରେ IPL ମ୍ୟାଚ୍

ipl2021

Advertisment

ନୂଆଦିଲ୍ଲୀ: ମେ’ ୨୯ ରେ ଅନୁଷ୍ଠିତ ହେବାକୁ ଥିବା ବିସିସିଆଇର ସ୍ୱତନ୍ତ୍ର ଏଜିଏମ୍‌ରେ ଆଇପିଏଲ୍ ୨୦୨୧ ର ଅବଶିଷ୍ଟ ୩୧ ଟି ମ୍ୟାଚ୍ ଖାଳାଯିବା ନେଇ ନିଷ୍ପତ୍ତି ନିଆଯାଇପାରେ । IPL ୨୦୨୧କୁ ଶେଷ କରିବା ପାଇଁ ବୋର୍ଡ ଯୋଜନା କରୁଛି ବୋଲି ସୂଚନା ରହିଛି । ଏକ ରିପୋର୍ଟ ଅନୁଯାୟୀ, ଭାରତୀୟ ଦଳର ଇଂଲଣ୍ଡ ଗସ୍ତ ଶେଷ ହେବା ପରେ, ସେପ୍ଟେମ୍ବର-ଅକ୍ଟୋବରରେ ୟୁଏଇରେ ଅବଶିଷ୍ଟ ଆଇପିଏଲ ମ୍ୟାଚ ଆୟୋଜନ କରିବାକୁ ବୋର୍ଡ ଚାହୁଁଛି । ଜୁନ୍ ୧୮ରୁ ଭାରତ ଇଂଲଣ୍ଡ ଗସ୍ତ ଆରମ୍ଭ କରିବ । ସେଠାରେ ପ୍ରଥମେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଫାଇନାଲ୍ ମ୍ୟାଚ ଖେଳିବ । ଏହା ପରେ ଅଗଷ୍ଟ ୪ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚଟି ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ ଖେଳାଯିବ ।

Advertisment

ଟିମ୍ ଇଣ୍ଡିଆର ଇଂଲଣ୍ଡ ଗସ୍ତ ୧୪ ସେପ୍ଟେମ୍ବରରେ ଶେଷ ହେବ ଏବଂ ବିସିସିଆଇ ଟି -୨୦ ବିଶ୍ୱକପ ପୂର୍ବରୁ ୧୫ ସେପ୍ଟେମ୍ବରରୁ ୧୫ ଅକ୍ଟୋବର ମଧ୍ୟରେ ଏକ ମାସର ସମୟ ପାଇବ । ତେବେ ବିସିସିଆଇ ଏପର୍ଯ୍ୟନ୍ତ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) କୁ ଆନୁଷ୍ଠାନିକ ଭାବେ ଅନୁରୋଧ କରିନାହିଁ । କିନ୍ତୁ କୁହାଯାଉଛି ଯେ, ଦ୍ୱିତୀୟ ଟେଷ୍ଟ ଏବଂ ତୃତୀୟ ଟେଷ୍ଟ ମ୍ୟାଚ୍ ମଧ୍ୟରେ ଥିବା ୯ ଦିନର ବ୍ୟବଧାନକୁ କମାଇ ୪ ଦିନ କରିବା ନେଇ ବିସିସିଆଇ ୱେଲ୍ସ କ୍ରିକେଟ ବୋର୍ଡ ସହ ଆଲୋଚନା କରିପାରେ । ଏହାଦ୍ୱାରା ଆଇପିଏଲ୍ ପାଇଁ ବିସିସିଆଇକୁ ଅଧିକ ସମୟ ମିଳିପାରିବ।

ଏକ ଜାତୀୟ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ, ଯଦି ଦୁଇ ଟେଷ୍ଟ ମ୍ୟାଚ୍ ମଧ୍ୟରେ ଅନ୍ତର ୪ ଦିନ ହୋଇଯାଏ ତେବେ ବିସିସିଆଇକୁ ଅଧିକ ୫ ଦିନର ସମୟ ମିଳିବ। ଅନ୍ୟପଟେ ଆଇପିଏଲର ଅବଶିଷ୍ଟ ମ୍ୟାଚ୍ ପାଇଁ ବିସିସିଆଇ ବିଦେଶୀ ଖେଳାଳିଙ୍କୁ ମଧ୍ୟ ସାମିଲ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି । ଇଂଲଣ୍ଡ କ୍ରିକେଟରଙ୍କୁ ବ୍ରିଟେନରୁ ୟୁଏଇକୁ ପଠାଇବା ପାଇଁ ଯୋଜନା କରାଯାଉଛି ।

Advertisment

"ଯଦି ଦୁଇଟି ଟେଷ୍ଟ ମ୍ୟାଚ୍ ମଧ୍ୟରେ ସମୟ ବ୍ୟବଧାନ ହ୍ରାସ ନହୁଏ, ତେବେ ଏହି ୩୦ ଦିନ ମଧ୍ୟରେ ଭାରତୀୟ ଦଳ ଏବଂ ଇଂଲଣ୍ଡ କ୍ରିକେଟରଙ୍କୁ ୟୁଏଇକୁ ବ୍ରିଟେନରୁ ଆଣିବା ପାଇଁ ଗୋଟିଏ ଦିନ ସ୍ୱତନ୍ତ୍ର ରଖିବାକୁ ପଡିବ। ଆହୁରି ମଧ୍ୟ, ନକ୍ଆଉଟ୍ ପର୍ଯ୍ୟାୟ ପାଇଁ ପାଞ୍ଚ ଦିନ ଅଲଗା ରଖିବାକୁ ପଡିବ । ଏହି କାରଣରୁ ବିସିସିଆଇ ପାଖରେ ୨୭ ଟି ମ୍ୟାଚ୍ ପୂରଣ କରିବାକୁ ମାତ୍ର ୨୪ ଦିନ ସମୟ ରହିବ । ଏହି ୱିଣ୍ଡୋରେ ଆଠଟି ଶନିବାର ଏବଂ ରବିବାର ରହିଛି । ଯାହାର ଅର୍ଥ ହେଉଛି ୱିକେଣ୍ଡରେ ଡବଲ୍ ହେଡର୍ ମାଧ୍ୟମରେ ୧୬ ଟି ମ୍ୟାଚ୍ ଖେଳାଯାଇପାରେ । ଏହା ପରେ ବିସିସିଆଇକୁ ୧୯ ଦିନରେ କେବଳ ୧୧ ଟି ମ୍ୟାଚ୍ କରିବାକୁ ପଡିବ । ଶେଷରେ ବିସିସିଆଇ ପାଖରେ ଆହୁରି ଏକ ସପ୍ତାହ ସମୟ ଅତିରିକ୍ତ ରହିବ ।

IPL 2021 IPL UAE Cricket Match England Vs India
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ