Advertisment

ଭୋଜପୁରୀ ଗୀତରେ ଧମାଲ୍ କଲେ ଗେଲ୍

ଦୁବାଇ: କରୋନା ମହାମାରୀ ଯୋଗୁ ଏଥର ଭାରତ ବଦଳରେ ୟୁଏଇରେ ଖେଳାଯାଉଛି ଆଇପିଏଲର ୧୩ଶ ସଂସ୍କରଣ। ଟୁର୍ଣ୍ଣାମେଣ୍ଟର ୨ୟ ଦିନରେ ଅର୍ଥାତ୍ ରବିବାର ମୁହାଁମୁହିଁ ହୋଇଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗସ୍ ଇଲେଭେନ୍ ପଞ୍ଜାବ। ତେବେ ମ୍ୟାଚ୍ ପୂର୍ବରୁ କିଙ୍ଗସ୍ ଇଲେଭେନ୍ ପଞ୍ଜାବର ଅଫିସିଆଲ୍‌ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ଖୁବ୍ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓରେ ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲଙ୍କୁ ବସ୍ ଭିତରେ ଭୋଜପୁରୀ ଗୀତରେ ଡାନ୍ସ କରୁଥିବାର ଦେଖିବାକୁ ମିଳିଛି। […]

author-image
Ranjeet Kumar Jena
ଭୋଜପୁରୀ ଗୀତରେ ଧମାଲ୍ କଲେ ଗେଲ୍

gayle

ଦୁବାଇ: କରୋନା ମହାମାରୀ ଯୋଗୁ ଏଥର ଭାରତ ବଦଳରେ ୟୁଏଇରେ ଖେଳାଯାଉଛି ଆଇପିଏଲର ୧୩ଶ ସଂସ୍କରଣ। ଟୁର୍ଣ୍ଣାମେଣ୍ଟର ୨ୟ ଦିନରେ ଅର୍ଥାତ୍ ରବିବାର ମୁହାଁମୁହିଁ ହୋଇଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗସ୍ ଇଲେଭେନ୍ ପଞ୍ଜାବ। ତେବେ ମ୍ୟାଚ୍ ପୂର୍ବରୁ କିଙ୍ଗସ୍ ଇଲେଭେନ୍ ପଞ୍ଜାବର ଅଫିସିଆଲ୍‌ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ଖୁବ୍ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓରେ ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲଙ୍କୁ ବସ୍ ଭିତରେ ଭୋଜପୁରୀ ଗୀତରେ ଡାନ୍ସ କରୁଥିବାର ଦେଖିବାକୁ ମିଳିଛି।

Advertisment

https://twitter.com/lionsdenkxip/status/1307660895456129024?s=20

ମ୍ୟାଚ୍ ପାଇଁ ବସ୍ ଷ୍ଟାଡିୟମ ଅଭିମୁଖେ ଯାଉଥିବା ବେଳେ ଗେଲ୍ ସାଥୀ ଖେଳାଳିଙ୍କ ସହ ଖୁବ୍ ଡାନ୍ସ କରିଥିଲେ। ଲୋକପ୍ରିୟ ଭୋଜପୁରୀ ଗୀତ 'ରାଜା, ରାଜା, ରାଜା କରେଜା ମେ ସମା ଜା… ତାଳରେ ଗେଲ ନିଜକୁ ରୋକିପାରିନଥିଲେ। ତେବେ ଏହି କ୍ୟାରିବିୟାନ୍ ଖେଳାଳିଙ୍କୁ ପ୍ରଥମଥର ଲାଗି ହିନ୍ଦି କିମ୍ବା ଭୋଜପୁରୀ ଗୀତରେ ମଜା କରୁଥିବାର ଦେଖିବାକୁ ମିଳିନାହିଁ। ଏହା ପୂର୍ବରୁ ମଧ୍ୟ ମ୍ୟାଚ୍ ସମୟରେ କିମ୍ବା ମ୍ୟାଚ୍ ପୂର୍ବରୁ ଗେଲଙ୍କୁ ଭାରତୀୟ ସଂଗୀତର ଖୁବ୍ ମଜା ଉଠାଇବାର ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ଆଜି ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ଗେଲ୍ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇନାହାନ୍ତି। ଯାହାକୁ ନେଇ ପ୍ରଶଂସକଙ୍କ ମନରେ ନିରାଶ ଖେଳିଯାଇଛି। ତେବେ ପରବର୍ତ୍ତୀ ମ୍ୟାଚରେ ହୁଏତ ଗେଲଙ୍କୁ ସୁଯୋଗ ମିଳିବା ନେଇ ପ୍ରଶଂସକ ଆଶାବାଦୀ ଅଛନ୍ତି।

Advertisment
Advertisment
Advertisment