bcci
ନୂଆଦିଲ୍ଲୀ: ଗୋଟିଏ ପଟେ ଚୀନର ଉତ୍ପାଦନ ଓ କମ୍ପାନୀକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଚାଲିଛି, ଅନ୍ୟପଟେ ବିସିସିଆଇ ଚାଇନା ମୋବାଇଲ୍ କମ୍ପାନୀ ଦ୍ୱାରା ଭାରତକୁ ଫାଇଦା ହେଉଥିବା କହିଛି ବିସିସିଆଇ। ବର୍ତ୍ତମାନ ଭାରତର ଲୋକପ୍ରିୟ କ୍ରିକେଟ୍ ଲିଗ୍ ଆଇପିଏଲର ମୁଖ୍ୟ ଟାଇଟଲ୍ ସ୍ପନସର୍ ଅଛି 'ଭିଭୋ'। ଏହି ଚାଇନା କମ୍ପାନୀ ସହ ଚୁକ୍ତି ରଦ୍ଦ ହେବନି ବୋଲି କହିଛନ୍ତି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୂମାଲ୍। ସେ କହିଛନ୍ତି, ଆଗାମୀ ଦିନରେ ଯଦି ଆବଶ୍ୟକ ପଡ଼େ, ତାହେଲେ ବିସିସିଆଇ ଚାଇନା କମ୍ପାନୀକୁ ବୟକଟ୍ କରିବାକୁ ପ୍ରସ୍ତୁତ, କିନ୍ତୁ ବର୍ତ୍ତମାନ ଆଇପିଏଲର ଟାଇଟଲ୍ ସ୍ପନସର୍ ଥିବା ଭିଭୋ ସହ ଚୁକ୍ତି ବାତିଲ ହେବ ନାହିଁ।
ସେ ଆହୁରି କହିଛନ୍ତି, 'ଆଇପିଏଲରେ ଚାଇନା କମ୍ପାନୀରୁ ଆସୁଥିବା ଟଙ୍କାରୁ ଭାରତକୁ କେବଳ ଫାଇଦା ହିଁ ହେଉଛି। ଯଦି ଆମେ ଭାବାତ୍ମକ ହୋଇ ଭାବିବା, ତାହେଲେ ସବୁ ବିତର୍କ ପଛରେ ପଡ଼ିଯିବ। ଆମକୁ ବୁଝିବାକୁ ହେବ ଯେ ଆମେ ଚୀନର ହିତ ପାଇଁ ଚାଇନା କମ୍ପାନୀର ସହଯୋଗ କଥା କହୁଛୁ ନା ଭାରତର ହିତ ପାଇଁ ଚାଇନା କମ୍ପାନୀଠାରୁ ସହାୟତା ନେଉଛୁ। ମୋ ମତରେ ଚାଇନା କମ୍ପାନୀ ଦ୍ୱାରା ଆମକୁ ଫାଇଦା ହେଉଛି।'
ସୂଚନାଯୋଗ୍ୟ, ଗତବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ଓପୋ ମୋବାଇଲ୍ କମ୍ପାନୀ ଭାରତୀୟ ଟିମର ପ୍ରାୟୋଜକ ଥିଲା। କିନ୍ତୁ ଏହା ପରେ ବେଙ୍ଗାଲୁରୁସ୍ଥିତ ଶିକ୍ଷ ବିଷୟକ ଷ୍ଟାର୍ଟ ଅପ୍ ବାଇଜୁସ୍ ଚାଇନା କମ୍ପାନୀର ସ୍ଥାନ ନେଇଥିଲା ଏବଂ ଭାରତୀୟ ଟିମର ପ୍ରାୟୋଜକ ହୋଇଥିଲା।
ଏହାକୁ ନେଇ ଧୂମାଲ୍ କହିଛନ୍ତି, 'ମୁଁ ବି ଚାଇନା ଉତ୍ପାଦନ ଉପରେ ନିର୍ଭର କରିବା ସପକ୍ଷରେ ନାହିଁ। ଯେପର୍ଯ୍ୟନ୍ତ ଚାଇନା କମ୍ପାନୀକୁ ଭାରତରେ ବ୍ୟବସାୟ କରିବା ପାଇଁ ଅନୁମତି ଅଛି, ତାହେଲେ ଆଇପିଏଲ୍ ଭଳି ବଡ଼ ବ୍ରାଣ୍ଡର ସେମାନଙ୍କ ଦ୍ୱାରା ଆୟୋଜନ କରାଯିବାରେ କୌଣସି ସମସ୍ୟା ନାହିଁ।'
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/bcci_1627294409.jpg)