Advertisment

ଚୀନ୍‌କୁ ଆଉଏକ ଝଟ୍‌କା, ଆଇପିଏଲ୍ ସ୍ପନସରଶିପରୁ ହଟିଲା 'VIVO'

ନୂଆଦିଲ୍ଲୀ: ଭାରତ-ଚୀନ୍ ବିବାଦର ପ୍ରଭାବ ୨୦୨୦ ଆଇପିଏଲ୍ ଉପରେ ପଡ଼ିଛି। ଚଳିତ ବର୍ଷ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ରେ ‘VIVO’ ଟାଇଟଲ୍ ସ୍ପନସରରୁ ହଟିଯାଇଛି। ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲର ବୈଠକରେ ଚାଇନିଜ୍ ସ୍ପନସରକୁ ରିଟେନ୍ କରିବା ପରେ ଚାରିଆଡ଼ୁ ଏହାର ବିରୋଧ କରାଯାଉଥିଲା। ତେବେ ଲଗାତର ବିରୋଧ ପ୍ରଭାବରେ ଏବେ ଏହି ଚାଇନିଜ୍ ମୋବାଇଲ୍ କମ୍ପାନୀ ନିଜ ତରଫରୁ ଆଇପିଏଲରୁ ହଟିବାକୁ ନିଷ୍ପତ୍ତି ନେଇଛି। ଆଇପିଏଲ୍ ସହ ‘VIVO’ର ଚୁକ୍ତି ଆଉ ତିନିବର୍ଷ ବାକି ରହିଛି। ଏଥିପାଇଁ […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
ଚୀନ୍‌କୁ ଆଉଏକ ଝଟ୍‌କା, ଆଇପିଏଲ୍ ସ୍ପନସରଶିପରୁ ହଟିଲା 'VIVO'

vi

ନୂଆଦିଲ୍ଲୀ: ଭାରତ-ଚୀନ୍ ବିବାଦର ପ୍ରଭାବ ୨୦୨୦ ଆଇପିଏଲ୍ ଉପରେ ପଡ଼ିଛି। ଚଳିତ ବର୍ଷ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ରେ 'VIVO' ଟାଇଟଲ୍ ସ୍ପନସରରୁ ହଟିଯାଇଛି। ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲର ବୈଠକରେ ଚାଇନିଜ୍ ସ୍ପନସରକୁ ରିଟେନ୍ କରିବା ପରେ ଚାରିଆଡ଼ୁ ଏହାର ବିରୋଧ କରାଯାଉଥିଲା। ତେବେ ଲଗାତର ବିରୋଧ ପ୍ରଭାବରେ ଏବେ ଏହି ଚାଇନିଜ୍ ମୋବାଇଲ୍ କମ୍ପାନୀ ନିଜ ତରଫରୁ ଆଇପିଏଲରୁ ହଟିବାକୁ ନିଷ୍ପତ୍ତି ନେଇଛି।

Advertisment

ଆଇପିଏଲ୍ ସହ 'VIVO'ର ଚୁକ୍ତି ଆଉ ତିନିବର୍ଷ ବାକି ରହିଛି। ଏଥିପାଇଁ ଚାଇନିଜ ମୋବାଇଲ୍ କମ୍ପାନୀ ୨୦୨୧, ୨୦୨୨ ଓ ୨୦୨୩ ସଂସ୍କରଣରେ ପୁଣିଥରେ ଆଇପିଏଲ୍‌ ସହ ଜଡ଼ିତ ହେବ। ଆଇପିଏଲ୍‌ର ଚଳିତ ସଂସ୍କରଣ ପାଇଁ ବିସିସିଆଇ ନୂଆ ପ୍ରାୟୋଜକର ଘୋଷଣା କରିବ। ଭାରତ-ଚୀନ୍ ବିବାଦ ପରଠାରୁ ଭାରତରେ ଚାଇନିଜ୍ ସାମଗ୍ରୀର ଦୃଢ଼ ବିରୋଧ କରାଯାଉଛି।

ଜୁନ୍ ମାସରେ ଲଦାଖର ଗଲୱାନ ଘାଟିରେ ଭାରତ ଓ ଚୀନ୍ ସେନା ମଧ୍ୟରେ ସଂଘର୍ଷ ପରେ ଦେଶରେ ଚୀନ୍ ବିରୋଧରେ ଖୁବ୍ ଆକ୍ରୋଶ ଦେଖିବାକୁ ମିଳିଛି। ତେବେ ଲୋକଙ୍କ ମନରେ ଥିବା ଏହି ଭାବନାକୁ ଆଖି ଆଗରେ ରଖି ବିସିସିଆଇ ବଡ଼ ନିଷ୍ପତ୍ତି ନେଇଛି।

Advertisment

ଚୀନର ଏହି ସ୍ମାର୍ଟଫୋନ୍ କମ୍ପାନୀ ୨୦୧୮ରେ ୨୧୯୯ କୋଟି ଟଙ୍କା ଖର୍ଚ୍ଚ କରି ୫ ବର୍ଷ ପାଇଁ ଆଇପିଏଲର ଟାଇଟଲ୍ ସ୍ପନସର୍ ଚୁକ୍ତି ହାସଲ କରିଥିଲା। ଏହି ଚୁକ୍ତି ୨୦୨୨ରେ ଶେଷ ହୋଇଥାନ୍ତା। ଯେହେତୁ ଚଳିତ ବର୍ଷ VIVO ଆଇପିଏଲ ସ୍ପନସରରୁ ହଟିଯାଇଛି, ତେଣୁ ଏହି ଚୁକ୍ତି ଏବେ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

ଆରଏସଏସ୍ ସହ ଯୋଡ଼ି ହୋଇଥିବା ସ୍ୱଦେଶୀ ଜାଗରଣ ମଞ୍ଚ ଚାଇନିଜ୍ କମ୍ପାନୀ ସହ ଚୁକ୍ତି ବାତିଲ୍ କରିବାକୁ ବିସିସିଆଇକୁ କହିଥିଲା। ସ୍ୱଦେଶୀ ଜାଗରଣ ମଞ୍ଚର ସହସଂଯୋଜକ ଅଶ୍ୱିନୀ ମହାଜନ କହିଛନ୍ତି, ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲ୍ ଦେଶର ଭାବନା ଓ ସାଧାରଣ ଲୋକଙ୍କ ସଂକଳ୍ପ ବିରୋଧରେ ନୂଆ ଆଇପିଏଲ୍‌ ସିଜନ୍ ପାଇଁ ଏକ ଚାଇନିଜ୍ କମ୍ପାନୀ ସହ ଚୁକ୍ତି କରିଛି।

ତେବେ ଏହି ଚାଇନିଜ୍ କମ୍ପାନୀ ସହ ହୋଇଥିବା ଚୁକ୍ତି ସମ୍ବନ୍ଧରେ ବିସିସିଆଇ ପୁନର୍ବିଚାର କରୁ ଆମେ ଚାହୁଁଛୁ। ଯଦି ଆଇପିଏଲ୍‌ ଗଭର୍ଣ୍ଣିଂ କାଉନସିଲ୍ ଚାଇନିଜ୍ କମ୍ପାନୀ ସହ ଚୁକ୍ତି ବାତିଲ୍‌ ନକରେ, ତାହେଲେ ଆମେ ଦେଶର ଲୋକଙ୍କୁ ନିଦେବନ କରିବୁ ଯେ ସେମାନେ ଆଇପିଏଲକୁ ବୟକଟ୍ କରିବେ।

Advertisment
Advertisment