Advertisment

ଚେନ୍ନାଇର ଜବରଦସ୍ତ କମବ୍ୟାକ୍, ୧୬୨ ରନରେ ଅଟକିଲା ଡିଫେଣ୍ଡିଂ ଚାମ୍ପିୟନ୍

ଆବୁ ଧାବି: କରୋନା କଟକଣା ଭିତରେ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୩ଶ ସଂସ୍କରଣର ବିଗୁଲ୍ ବାଜି ସାରିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର୍ କିଙ୍ଗସ୍ ଓ ରୋହିତ୍ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍‌ ହରାଇ ୧୬୨ ରନ୍ କରିଛି। ଫଳରେ ଉଦଘାଟନୀ ମ୍ୟାଚ୍ ଜିତିବା ଲାଗି ଧୋନିଙ୍କ ଟିମକୁ ୧୬୩ ରନ୍ […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
ଚେନ୍ନାଇର ଜବରଦସ୍ତ କମବ୍ୟାକ୍, ୧୬୨ ରନରେ ଅଟକିଲା ଡିଫେଣ୍ଡିଂ ଚାମ୍ପିୟନ୍

csk

ଆବୁ ଧାବି: କରୋନା କଟକଣା ଭିତରେ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ୧୩ଶ ସଂସ୍କରଣର ବିଗୁଲ୍ ବାଜି ସାରିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର୍ କିଙ୍ଗସ୍ ଓ ରୋହିତ୍ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍‌ ହରାଇ ୧୬୨ ରନ୍ କରିଛି। ଫଳରେ ଉଦଘାଟନୀ ମ୍ୟାଚ୍ ଜିତିବା ଲାଗି ଧୋନିଙ୍କ ଟିମକୁ ୧୬୩ ରନ୍ କରିବାକୁ ପଡ଼ିବ।

Advertisment

ମୁମ୍ବାଇ ତରଫରୁ ସୌରଭ ତିୱାରୀ ସର୍ବାଧିକ ୪୨ ରନ୍ କରିଥିବା ବେଳେ କ୍ୱିଣ୍ଟନ୍ ଡି'କକ୍‌ ୩୩ ରନର ଇନିଂସ୍ ଖେଳିଛନ୍ତି। ତେବେ ଟିମର ବାକି କୌଣସି ବ୍ୟାଟ୍ସମ୍ୟାନ୍ ଆଖିଦୃଶିଆ ସ୍କୋର କରିନାହାନ୍ତି। ସିଏସକେ ପକ୍ଷରୁ ଲୁଙ୍ଗି ଏନଗିଡ଼ି ସର୍ବାଧିକ ୩ଟି ଏବଂ ରବୀନ୍ଦ୍ର ଜାଡେଜା ଓ ଦୀପକ ଚହର୍ ୨ଟି ସଫଳତା ପାଇଛନ୍ତି।

ଶେଖ ଜାୟେଦ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଜରେ ସିଏସକେ କ୍ୟାପଟେନ୍ ଧୋନି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ମୁମ୍ବାଇକୁ ଭଲ ଷ୍ଟାର୍ଟ ଦେଇଥିଲେ ଡି'କକ୍ ଓ କ୍ୟାପଟେନ୍ ରୋହିତ୍। ବିଶେଷକରି ଡି'କକ୍ ପ୍ରାରମ୍ଭିକ ଆକ୍ରମଣ କରି ମୁମ୍ବାଇକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ଡି'କକ୍ ଓ ରୋହିତ୍ ପ୍ରଥମ ୱିକେଟ୍‌ ପାଇଁ ୪୬ ରନ୍ ଯୋଡ଼ିଥିଲେ।

Advertisment

ରୋହିତ୍ ୧୨ ରନ୍ କରି ପୀୟୂଷ ଚାୱଲାଙ୍କ ଶିକାର ହୋଇଥିଲେ। ପରେ ଡି'କକ୍ ମଧ୍ୟ ନିଜ ୱିକେଟ୍‌ ହରାଇ ବସିଥିଲେ। ଡି'କକ୍ ୨୦ ବଲରେ ୫ ଚୌକା ସହ ୩୩ ରନ୍ କରି ସାମ୍ କୁରାନଙ୍କ ବଲରେ ଆଉଟ୍ ହୋଇଥିଲେ। ମିଡିଲ୍ ଅର୍ଡରରେ ସୌରଭ ତିୱାରୀ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିବା ବେଳେ ସୂର୍ଯ୍ୟକୁମାର ଯାଦବ (୧୭), ହାର୍ଦ୍ଦିକ ପାଣ୍ଡ୍ୟା (୧୪) ଓ କାଇରନ୍ ପୋଲାର୍ଡ (୧୮) ବଡ଼ ଶଟ୍ ଖେଳିବା ଚକ୍କରରେ ୱିକେଟ୍‌ ଦେଇ ବସିଥିଲେ।

ତିୱାରୀ ୩୧ ବଲରେ ୩ ଚୌକା ଓ ୧ ଛକା ସହାୟତାରେ ୪୨ ରନ୍ କରି ଆଉଟ୍ ହୋଇଥିଲେ। ଶେଷକ୍ରମରେ କୃନାଲ୍ ପାଣ୍ଡ୍ୟା ୩, ଜେମ୍ସ ପାଟିନସନ୍ ୧୧, ରାହୁଲ୍ ଚହର୍ ଅପରାଜିତ ୨ ଓ ଯଶପ୍ରୀତ ବୁମରା ଅପରାଜିତ ୫ ରନ୍ କରିଛନ୍ତି।

Advertisment
Advertisment