/odishatv-khabar/media/post_attachments/uploadimage/library/16_9/16_9_0/cricketers_1626501980.jpg)
cricketers
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ର ଅଧିନାୟକ ବିରାଟ କୋହଲିଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ଦେବାପାଇଁ ବିସିସିଆଇ ସୁପାରିଶ କରିଛି। ପୂର୍ବରୁ ୨୦୧୬ରେ କୋହଲିଙ୍କ ନାଁ ସୁପାରିଶ କରାଯାଇଥିଲା।
Advertisment
କିନ୍ତୁ ସେହି ବର୍ଷ ରିଓ ଅଲମ୍ପିକରେ ପଦକ ଜିତିଥିବା ପି.ଭି.ସିନ୍ଧୁ, ସାକ୍ଷୀ ମଲ୍ଲିକ ଓ ଦୀପା କର୍ମକାରଙ୍କୁ ରାଜୀବଗାନ୍ଧି ଖେଳରତ୍ନ ପୁରସ୍କାର ମିଳିବାରୁ ବିରାଟ ବାଦ୍ ପଡିଥିଲେ।
ସେହିପରି ୧୯ବର୍ଷରୁ କମ୍ ଦଳର କୋଚ୍ ଥିବା ରାହୁଲ ଦ୍ରାବିଡଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ସୁପାରିଶ ହୋଇଛି। ରାହୁଲଙ୍କ କୋଚିଂ ସହାୟତାରେ ଟିମ୍ ଇଣ୍ଡିଆ ୧୯ବର୍ଷରୁ କମ୍ ବିଶ୍ୱକପ୍ ଟାଇଟଲ ହାସଲ କରିଥିଲା। ଏଥିସହ ଅନେକ ଜୁନିୟର ଖେଳାଳି ସିନିୟର ଦଳରେ ସ୍ଥାନ ପାଇଛନ୍ତି।
Advertisment
ଜୀବନ ବ୍ୟାପୀ ଅବଦାନ ପାଇଁ ଭାରତୀୟ କ୍ରିକେଟର ଦଳର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କରଙ୍କ ନାଁ ଧ୍ୟାନଚାନ୍ଦ ପୁରସ୍କାର ପାଇଁ ସୁପାରିଶ କରିଛି ବିସିସିଆଇ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)