Advertisment

ଆଇପିଏଲରେ ଡେବ୍ୟୁ କଲେ ଓଡ଼ିଆ ପୁଅ

ଭୁବନେଶ୍ୱର: ଚଳିତ ଆଇପିଏଲରେ ଡେବ୍ୟୁ କରିଛନ୍ତି ଓଡ଼ିଆ ପୁଅ। ବରଗଡ଼ ଜିଲ୍ଲା କଣ୍ଟାପାଲିର ଅନୀଲ ମେହେର୍ ଚଳିତ ଆଇପିଏଲର ବ୍ରଡକାଷ୍ଟ ସ୍କୋରର ହୋଇଛନ୍ତି। ବରଗଡ଼ ଜିଲ୍ଲାରୁ କୌଣସି ପ୍ରତିଷ୍ଠିତ ଅନ୍ତର୍ଜାତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ସ୍କୋରରେ ଭାବେ କାମ କରି ଅନୀଲ ଓଡ଼ିଶାକୁ ନୂଆ ପରିଚୟ ଦେଇଛନ୍ତି। ଆଜି ଆବୁଧାବିରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗସ୍ ମଧ୍ୟରେ ଖେଳାଯାଇଥିବା ଉଦଘାଟନୀ ମ୍ୟାଚରେ ଅନୀଲ ପଦାର୍ପଣ କରିଛନ୍ତି। ଏ ନେଇ ଅନୀଲ୍‌ କହିଛନ୍ତି, ଦୀର୍ଘ ବର୍ଷେ-ଦୁଇ ବର୍ଷ […]

author-image
Ranjeet Kumar Jena
ଆଇପିଏଲରେ ଡେବ୍ୟୁ କଲେ ଓଡ଼ିଆ ପୁଅ

anil-kumar

ଭୁବନେଶ୍ୱର: ଚଳିତ ଆଇପିଏଲରେ ଡେବ୍ୟୁ କରିଛନ୍ତି ଓଡ଼ିଆ ପୁଅ। ବରଗଡ଼ ଜିଲ୍ଲା କଣ୍ଟାପାଲିର ଅନୀଲ ମେହେର୍ ଚଳିତ ଆଇପିଏଲର ବ୍ରଡକାଷ୍ଟ ସ୍କୋରର ହୋଇଛନ୍ତି। ବରଗଡ଼ ଜିଲ୍ଲାରୁ କୌଣସି ପ୍ରତିଷ୍ଠିତ ଅନ୍ତର୍ଜାତୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ସ୍କୋରରେ ଭାବେ କାମ କରି ଅନୀଲ ଓଡ଼ିଶାକୁ ନୂଆ ପରିଚୟ ଦେଇଛନ୍ତି। ଆଜି ଆବୁଧାବିରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗସ୍ ମଧ୍ୟରେ ଖେଳାଯାଇଥିବା ଉଦଘାଟନୀ ମ୍ୟାଚରେ ଅନୀଲ ପଦାର୍ପଣ କରିଛନ୍ତି।

Advertisment

ଏ ନେଇ ଅନୀଲ୍‌ କହିଛନ୍ତି, ଦୀର୍ଘ ବର୍ଷେ-ଦୁଇ ବର୍ଷ ଧରି ମୁଁ ଚାକିରି ପାଇଁ ପ୍ରୟାସ ଚଳାଇ ଆସିଥିଲି। ଦିଲ୍ଲୀର EL ଗ୍ରାଫିକ୍ସ କମ୍ପାନୀରେ ମୁଁ ଚାକିରି ପାଇଛି। ମୁଁ ସେଠାରେ ଅପରେଟର୍ ଭାବେ ନିଯୁକ୍ତି ପାଇଛି। କିନ୍ତୁ ଏବେ ମୁଁ କେବଳ ସ୍କୋରିଂ କାମ କରୁଛି।

ମୁଁ ବି ଜଣେ କ୍ରିକେଟର୍ ହେବା ପାଇଁ ଆଶା କରିଥିଲି। ଏପରିକି ମୁଁ କ୍ରିକେଟ୍ ମଧ୍ୟ ଖେଳିଛି। ଆଇପିଏଲ୍ ଭଳି ପ୍ଲାଟଫର୍ମରେ ଜଣେ ଖେଳାଳି ଭାବେ ଖେଳିବା ମୋର ଇଚ୍ଛା ଥିଲା। କିନ୍ତୁ ତାହା ହୋଇପାରିଲା ନାହିଁ। ତଥାପି ଆଇପିଏଲରେ ସାମିଲ୍ ହୋଇପାରି ଥିବାରୁ ମୁଁ ବହୁତ ଖୁସି ବୋଲି କହିଛନ୍ତି ଅନୀଲ।

Advertisment

Advertisment
Advertisment