Advertisment

ଭୁବନେଶ୍ୱରରେ ଅନୀଲ କୁମ୍ବଲେ

ଭୁବନେଶ୍ୱର : ଭୁବନେଶ୍ୱରରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ ଅନୀଲ କୁମ୍ବଲେ।  ଓଡ଼ିଶା ନଲେଜ୍ ହବ୍ ବକ୍ତୃତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟର କ୍ରୀଡ଼ା ଓ କ୍ରୀ଼ଡ଼ାର ବିକାଶ ଦିଗରେ ସେ ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି। ରାଜ୍ୟରେ କ୍ରୀଡ଼ାର ବିକାଶ ଲାଗି ତ୍ରୁଣମୂଳ ସ୍ତରରେ ଅଧିକ ପ୍ରତିଯୋଗିତାର ଆବଶ୍ୟକତା ଥିବା କହିଛନ୍ତି ଟିମ ଇଣ୍ଡିଆର ଏହି ପୂର୍ବତନ କ୍ରିକେଟର ।  ଓଡ଼ିଶାରେ କ୍ରୀଡ଼ାର ଉନ୍ନତି ଲାଗି ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସେ ପ୍ରଶଂସା […]

author-image
Pradesh Pratyush
ଭୁବନେଶ୍ୱରରେ ଅନୀଲ କୁମ୍ବଲେ

anil kumble

ଭୁବନେଶ୍ୱର : ଭୁବନେଶ୍ୱରରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ ଅନୀଲ କୁମ୍ବଲେ।  ଓଡ଼ିଶା ନଲେଜ୍ ହବ୍ ବକ୍ତୃତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟର କ୍ରୀଡ଼ା ଓ କ୍ରୀ଼ଡ଼ାର ବିକାଶ ଦିଗରେ ସେ ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି।

Advertisment

ରାଜ୍ୟରେ କ୍ରୀଡ଼ାର ବିକାଶ ଲାଗି ତ୍ରୁଣମୂଳ ସ୍ତରରେ ଅଧିକ ପ୍ରତିଯୋଗିତାର ଆବଶ୍ୟକତା ଥିବା କହିଛନ୍ତି ଟିମ ଇଣ୍ଡିଆର ଏହି ପୂର୍ବତନ କ୍ରିକେଟର ।

publive-image ଓଡ଼ିଶାରେ କ୍ରୀଡ଼ାର ଉନ୍ନତି ଲାଗି ରାଜ୍ୟ ସରକାରଙ୍କ ପଦକ୍ଷେପକୁ ସେ ପ୍ରଶଂସା କରିଛନ୍ତି । ଏହା ଦ୍ୱାରା ଆଗାମୀ ଦିନରେ ଓଡ଼ିଶାରୁ ବହୁ ସଫଳ କ୍ରୀଡ଼ାବିତ ସୃଷ୍ଟି ହେବେ ବୋଲି କହିଛନ୍ତି କୁମ୍ବଲେ।

Advertisment

ସେହିଭଳି ରୋହିତ ଓ ବିରାଟଙ୍କ ମଧ୍ୟରେ କିଏ ଭଲ ଅଧିନାୟକ ପ୍ରଶ୍ନରେ କୁମ୍ବଲେ ଉଭୟଙ୍କୁ ସମାନ କହିଥିବା ବେଳେ ମାହିଙ୍କ ଅବସର ପ୍ରସଙ୍ଗରେ ସାମ୍ବାଦିକଙ୍କ ପ୍ରଶ୍ନକୁ ଚତୁରତାର ସହ ଏଡାଇ ଯାଇଥିଲେ।

Advertisment
Advertisment