Advertisment

ମ୍ୟାଚରେ ବ୍ୟାଟ୍ସମ୍ୟାନ୍ ମାରିଲେ ୪୮ ଛକା ଏବଂ ୭୦ ଚୌକା !

ଢାକା : ବାଂଲାଦେଶରେ ୫୦ ଓଭର ବିଶିଷ୍ଟ ଦ୍ୱିତୀୟ ଶ୍ରେଣୀ ମ୍ୟାଚରେ ବ୍ୟାଟ୍ସମ୍ୟାନ୍ ୪୮ ଛକା ଏବଂ ୭୦ ଚୌକା ମାରିଛନ୍ତି, ଯାହା ବଳରେ ଏହି ମ୍ୟାଚରେ ମୋଟ ୮୧୮ ରନ୍ ହୋଇଛି। ଢାକାସ୍ଥିତ ସିଟି କ୍ଲବ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ଘରୋଇ ମ୍ୟାଚରେ ନର୍ଥ ବେଙ୍ଗଲ କ୍ରିକେଟ୍ ଏକାଡେମୀ ୪୬ ରନରେ ଟ୍ୟାଲେଣ୍ଟ୍ ହଣ୍ଟ କ୍ରିକେଟ୍ ଏକାଡେମୀକୁ ପରାସ୍ତ କରିଛି। ନର୍ଥ ବେଙ୍ଗଲ କ୍ରିକେଟ୍ ଏକାଡେମୀ ପ୍ରଥମେ ବ୍ୟାଟିଂ କରି ୪ ୱିକେଟରେ ୪୩୨ ରନ୍ […]

author-image
Pradesh Pratyush
ମ୍ୟାଚରେ ବ୍ୟାଟ୍ସମ୍ୟାନ୍ ମାରିଲେ ୪୮ ଛକା ଏବଂ ୭୦ ଚୌକା !

cricket

ଢାକା : ବାଂଲାଦେଶରେ ୫୦ ଓଭର ବିଶିଷ୍ଟ ଦ୍ୱିତୀୟ ଶ୍ରେଣୀ ମ୍ୟାଚରେ ବ୍ୟାଟ୍ସମ୍ୟାନ୍ ୪୮ ଛକା ଏବଂ ୭୦ ଚୌକା ମାରିଛନ୍ତି, ଯାହା ବଳରେ ଏହି ମ୍ୟାଚରେ ମୋଟ ୮୧୮ ରନ୍ ହୋଇଛି। ଢାକାସ୍ଥିତ ସିଟି କ୍ଲବ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ଘରୋଇ ମ୍ୟାଚରେ ନର୍ଥ ବେଙ୍ଗଲ କ୍ରିକେଟ୍ ଏକାଡେମୀ ୪୬ ରନରେ ଟ୍ୟାଲେଣ୍ଟ୍ ହଣ୍ଟ କ୍ରିକେଟ୍ ଏକାଡେମୀକୁ ପରାସ୍ତ କରିଛି।

Advertisment

ନର୍ଥ ବେଙ୍ଗଲ କ୍ରିକେଟ୍ ଏକାଡେମୀ ପ୍ରଥମେ ବ୍ୟାଟିଂ କରି ୪ ୱିକେଟରେ ୪୩୨ ରନ୍ କରିଥିଲା। ଜବାବରେ ଟ୍ୟାଲେଣ୍ଟ୍ ହଣ୍ଟ କ୍ରିକେଟ୍ ଏକାଡେମୀ ୭ ୱିକେଟରେ ୩୮୬ ରନ୍ କରିବାକୁ ସକ୍ଷମ ହୋଇଥିଲା। ନର୍ଥ ବେଙ୍ଗଲର ଖେଳାଳିମାନେ ୨୭ ଏବଂ ବିରୋଧୀ ଟିମ୍ ୨୧ ଛକା ମାରିଥିଲେ।

ବାଂଲାଦେଶର ଘରୋଇ କ୍ରିକେଟ୍ ମ୍ୟାଚରେ ଅନେକଥର ଅପ୍ରତ୍ୟାଶିତ ଫଳାଫଳ ଦେଖିବାକୁ ମିଳିଛି। ଏହି କାରଣରୁ ଏଠାରେ ମ୍ୟାଚ୍ ଫିକ୍ସିଂ ଅଭିଯୋଗ ଲାଗିବା ସାଧାରଣ କଥା। ଏହା ପୂର୍ବରୁ ୨୦୧୭ରେ ଏଠାରେ ଏକ ମ୍ୟାଚ୍ ବେଳେ ଜଣେ ବୋଲର ୱାଇଡ୍ ଏବଂ ନୋ’ ବଲ୍ ଦ୍ୱାରା ୯୨ ରନ୍ ବ୍ୟୟ କରିଥିଲେ ଏବଂ ଏହି କାରଣରୁ ତାଙ୍କ ଉପରେ ୧୦ ବର୍ଷର ବାସନ୍ଦାଦେଶ ଲାଗିଥିଲା।

Advertisment
Advertisment
Advertisment