/odishatv-khabar/media/post_attachments/uploadimage/library/16_9/16_9_0/SANJU_1625287463.jpg)
SANJU
ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ଯୋଗୁ ଭାରତରୁ ୟୁଏଇ ସ୍ଥାନାନ୍ତର ହୋଇଥିବା ଆଇପିଏଲର ୧୩ତମ ସଂସ୍କରଣରେ ଛକାର ବର୍ଷା ଦେଖିବାକୁ ମିଳିଛି। ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ମାତ୍ର ୧୦ଟି ମ୍ୟାଚ୍ ଖେଳାଯାଇଛି, ଯେଉଁଥିରେ ଲାଗିଛି ୧୫୩ ବର୍ଷା। ଯାହାକି କୌଣସି ସଂସ୍କରଣର ପ୍ରଥମ ୧୦ଟି ମ୍ୟାଚରେ ସର୍ବାଧିକ ଛକା ବୋଲି କୁହାଯାଉଛି।
ଟୁର୍ଣ୍ଣାମେଣ୍ଟରେ ତିନୋଟି ଷ୍ଟାଡିୟମରେ ମ୍ୟାଚ୍ ଖେଳାଯାଉଛି। ତେବେ ଶାରଜାରେ ବଲ୍ ଅଧିକଥର ବାଉଣ୍ଡ୍ରୀ ପାର୍ ହୋଇଛି। ଶାରଜାରେ ଏପର୍ଯ୍ୟନ୍ତ ୨ଟି ମ୍ୟାଚ୍ ଖେଳାଯାଇଛି, ଯେଉଁଥିରେ ୬୨ଟି ଛକା ମରାଯାଇଛି। ବିଶେଷତ ଶାରଜା ଅନ୍ୟ ଦୁଇ ଷ୍ଟାଡିୟମ ତୁଳନାରେ ବହୁତ ଛୋଟ ଏବଂ ଏହାର ପିଚ୍ ମଧ୍ୟ ସମ୍ପୂର୍ଣ୍ଣ ଫ୍ଲାଟ୍। ତେଣୁ ଏଠାରେ ଯେଉଁ ଦୁଇଟି ମ୍ୟାଚ୍ ଖେଳାଯାଇଛି, ସବୁ ମ୍ୟାଚରେ ସ୍କୋର ୨୦୦ ଟପିଛି।
/odishatv-khabar/media/post_attachments/ibnlive/uploads/2020/09/1601321574_ishan-kishan.jpg)
ଚଳିତ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ଛକାର ରେକର୍ଡ ରାଜସ୍ଥାନ ରୟାଲ୍ସ ଟିମର ସଞ୍ଜୁ ସାମସନଙ୍କ ନାଁରେ ରହିଛି। ସାମସନ୍ ୨ଟି ମ୍ୟାଚରେ ମୋଟ ୧୫୯ ରନ୍ କରିଛନ୍ତି, ଯେଉଁଥିରେ ୧୬ ଛକା ସାମିଲ୍ ଅଛି। ତାଙ୍କ ପରକୁ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଟିମର ମୟଙ୍କ ଅଗ୍ରୱାଲ୍ (୧୧ ଛକା), ଇଶାନ୍ କିଷନ (୯ ଛକା), ଲୋକେଶ ରାହୁଲ୍ (୯ ଛକା) ଏବଂ ରାହୁଲ୍ ତେୱାତିଆ (୭ ଛକା) ରହିଛନ୍ତି। ଆସନ୍ତା ଏବେ ଜାଣିବା ଟୁର୍ଣ୍ଣାମେଣ୍ଟରେ କେଉଁ ଗ୍ରାଉଣ୍ଡରେ କେତେ ଛକା ମରାଯାଇଛି।
/odishatv-khabar/media/post_attachments/ibnlive/uploads/2020/09/1601221092_mayank-agarwal.jpg)
ଶାରଜା କ୍ରିକେଟ୍ ଷ୍ଟାଡିୟମ: ଶାରଜା ହେଉଛି ଦୁନିଆର ଅନ୍ୟତମ ଆଇକନିକ୍ ଷ୍ଟାଡିୟମ। ୧୭ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମରେ ୬୨ଟି ଛକା ମରାଯାଇଛି। ଏଠାରେ ପ୍ରଥମ ମ୍ୟାଚ୍ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର୍ କିଙ୍ଗସ୍ ମଧ୍ୟରେ ଖେଳାଯାଇଥିଲା, ଯେଉଁଥିରେ ଉଭୟ ଦଳ ୩୩ଟି ଛକା ମାରିଥିଲେ। ସେହିପରି ରାଜସ୍ଥାନ ରୟାଲ୍ସ ଓ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ମଧ୍ୟରେ ଖେଳାଯାଇଥିବା ୨ୟ ମୁକାବିଲାରେ ୨୯ଟି ଛକା ମରାଯାଇଛି। ତେଣୁ ଏହି ଷ୍ଟାଡିୟମରେ ମ୍ୟାଚ୍ ପିଛା ୩୧ଟି ଛକା ମରାଯାଇଛି।
ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ:୨୫ହଜାର ଦର୍ଶକଙ୍କ କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମରେ ଏପର୍ଯ୍ୟନ୍ତ ଚଳିତ ଟୁର୍ଣ୍ଣାମେଣ୍ଟର ୫ଟି ମୁକାବିଲା ଖେଳାଯାଇଛି। ଏହା ମଧ୍ୟ ୟୁଏଇର ସବୁଠାରୁ ବଡ଼ କ୍ରିକେଟ୍ ଷ୍ଟାଡିୟମ। ତେଣୁ ଏଠାରେ ନିୟମିତ ଭାବେ ବଲକୁ ବାଉଣ୍ଡ୍ରୀ ପାର୍ କରିବା କଷ୍ଟକର ହୋଇଥାଏ। ତଥାପି ଏଠାରେ ବ୍ୟାଟ୍ସମ୍ୟାନମାନେ ୫୮ଟି ଛକା ମାରିଛନ୍ତି। ଯାହାକି ମ୍ୟାଚ୍ ପିଛା ୧୧.୬ ହାରରେ ଛକା ମରାଯାଇଛି।
ଶେଖ ଜାୟେଦ ଷ୍ଟାଡିୟମ (ଆବୁଧାବି): ଏହା ଦୁନିଆର ଅନ୍ୟତମ ବଡ଼ ଗ୍ରାଉଣ୍ଡ, ଯେଉଁଠାରେ ବ୍ୟାଟ୍ସମ୍ୟାନଙ୍କ ପକ୍ଷେ ବାଉଣ୍ଡ୍ରୀ କ୍ଲିୟର୍ କରିବା ସହଜ ହୋଇନଥାଏ। ୨୦୧୦ ପରଠାରୁ ଏଠାରେ ୯୩ଟି ଟି-୨୦ ମ୍ୟାଚ୍ ଖେଳାଯାଇଛି ଏବଂ ଏଠାରେ ଓଭର ପିଛା ୭.୦୩ ହାରରେ ରନ୍ ହୋଇଛି, ଯାହାକି ୟୁଏଇରେ ତିନୋଟି ଭେନ୍ୟୁ ତୁଳନାରେ ସର୍ବନିମ୍ନ। ଚଳିତ ଟୁର୍ଣ୍ଣାମେଣ୍ଟରେ ଏଠାରେ ୩ଟି ମ୍ୟାଚରୁ ୩୩ଟି ଛକା ମରାଯାଇଛି।
/odishatv-khabar/media/post_attachments/post_image/post_image_964da25.jpg)
ମ୍ୟାଚ୍ ପିଛା ଛକା
ପ୍ରଥମ ମ୍ୟାଚ୍: ସିଏସକେ ବନାମ ମୁମ୍ବାଇ ଇଣ୍ତିଆନ୍ସ- ୯ ଛକା (ଆବୁ ଧାବି)
୨ୟ ମ୍ୟାଚ୍: ଦିଲ୍ଲୀ କ୍ୟାପିଟାଲ୍ସ ବନାମ କିଙ୍ଗସ୍ ଇଲେଭେନ୍ ପଞ୍ଜାବ – ୧୨ ଛକା (ଦୁବାଇ)
ତୃତୀୟ ମ୍ୟାଚ୍: ସନରାଇଜର୍ସ ହାଇଦ୍ରାବାଦା ବନାମ ଆରସିବି- ୭ ଛକା (ଦୁବାଇ)
ଚତୁର୍ଥ ମ୍ୟାଚ୍: ରାଜସ୍ଥାନ ରୟାଲ୍ସ ବନାମ ସିଏସକେ- ୩୩ ଛକା (ଶାରଜା)
ପଞ୍ଚମ ମ୍ୟାଚ୍: କେକେଆର୍ ବନାମ ମୁମ୍ବାଇ ଇଣ୍ଡିଆନ୍ସ-୧୬ ଛକା (ଆବୁ ଧାବି)
ଷଷ୍ଠ ମ୍ୟାଚ୍: କିଙ୍ଗସ୍ ଇଲେଭେନ୍ ପଞ୍ଜାବ ବନାମ ଆରସିବି-୧୦ ଛକା (ଦୁବାଇ)
ସପ୍ତମ ମ୍ୟାଚ୍: ସିଏସକେ ବନାମ ଦିଲ୍ଲୀ କ୍ୟାପିଟାଲ୍ସ – ୩ ଛକା (ଦୁବାଇ)
ଅଷ୍ଟମ ମ୍ୟାଚ୍: ସନରାଇଜର୍ସ ହାଇଦ୍ରାବାଦ ବନାମ କେକେଆର୍-୮ ଛକା (ଆବୁ ଧାବି)
ନବମ ମ୍ୟାଚ୍: ରାଜସ୍ଥାନ ରୟାଲ୍ସ ବନାମ କିଙ୍ଗସ୍ ଇଲେଭେନ୍ ପଞ୍ଜାବ- ୨୯ ଛକା (ଶାରଜା)
ଦଶମ ମ୍ୟାଚ୍: ଆରସିବି ବନାମ ମୁମ୍ବାଇ ଇଣ୍ଡିଆନ୍ସ- ୨୬ ଛକା (ଦୁବାଇ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)