1
ପୃଥିବୀର ପଡୋଶୀ ଗ୍ରହ ଶୁକ୍ରର ଭୂପୃଷ୍ଠ ଏବଂ ଏହାର ସଂରଚନାର ଅନୁସନ୍ଧାନ ପାଇଁ ତିନୋଟି ମିଶନ ଘୋଷଣା ହୋଇଥିଲା। ଏହାର ମାତ୍ର ଗୋଟିଏ ମାସ ପରେ, ନୂତନ ଅନୁସନ୍ଧାନ ସୂଚାଇ ଦେଇଛି ଯେ ଗ୍ରହଟି ଭୌଗୋଳିକ ସ୍ତରରେ ସକ୍ରିୟ ଅଛି। ଭୂପୃଷ୍ଠ ତଥ୍ୟର ବିଶ୍ଳେଷଣ ଟେକ୍ଟୋନିକ୍ ଗତିବିଧିର ପ୍ରମାଣ ଦର୍ଶାଏ, ଯାହା ପରସ୍ପର ବିରୁଦ୍ଧରେ ଚାପ ପ୍ରୟୋଗ କରୁଛନ୍ତି।
ପ୍ରୋସିଡିଙ୍ଗସ୍ ଅଫ୍ ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍ସ ପତ୍ରିକାରେ ପ୍ରକାଶିତ ନୂତନ ଅନୁସନ୍ଧାନରେ କୁହାଯାଇଛି ଯେ ଏହି ଟେକ୍ଟୋନିକ୍ ଗତିବିଧି ଆମ ସୌର ପ୍ରଣାଳୀରେ ପୃଥିବୀର ଭିତର ଅଂଶ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଦେଖାଯାଏ ନାହିଁ। ଟେକ୍ଟୋନିକ୍ସ ହେଉଛି ପ୍ଲେଟଗୁଡିକର ବୃହତ ଆକାରର ଗତି ଯାହା ପୃଥିବୀର ଆଭ୍ୟନ୍ତରୀଣ ପୃଷ୍ଠକୁ ଗଠନ କରେ।
/odishatv-khabar/media/post_attachments/wp-content/uploads/2021/06/2-64.jpg)
ବୈଜ୍ଞାନିକମାନେ ଆଶାବାଦୀ ଯେ ଭେନୁଟିନ୍ ଲିଥୋସ୍ଫିଅର୍ ଅଧ୍ୟୟନ ପୃଥିବୀରେ ଟେକ୍ଟୋନିକ୍ସ କିପରି କାର୍ଯ୍ୟ କରେ ସେ ସମ୍ବନ୍ଧରେ ଏକ ଗଭୀର ତଥ୍ୟ ଦେଇପାରେ।
ଅନୁସନ୍ଧାନକାରୀମାନେ ଶୁକ୍ରର ପୃଷ୍ଠକୁ ଜାଣିବା ପାଇଁ ନାସାର ମ୍ୟାଗେଲାନ ମିଶନରୁ ରାଡାର ଫଟୋକୁ ବିଶ୍ଳେଷଣ କରିଥିଲେ ଯାହା ଲିଥୋସ୍ଫିଅରର ବଡ଼ ବ୍ଲକଗୁଡିକୁ ହଟେଇଥିବା ଦେଖାଯାଏ। ଏହି ଟିମ୍ ଏକ କମ୍ପ୍ୟୁଟର ମଡେଲ ସୃଷ୍ଟି କରି ଦେଖିଲେ ଯେ ସ୍ଲୋ-ମୋସନ ପୃଥିବୀର ଟେକ୍ଟୋନିକ୍ସ ସହିତ ସମାନ ଥିଲା।
“ଏହି ପର୍ଯ୍ୟବେକ୍ଷଣଗୁଡିକରୁ ଜଣାପଡେ ଯେ ଆଭ୍ୟନ୍ତରୀଣ ଗତି ଶୁକ୍ର ଉପରେ ଭୂପୃଷ୍ଠର ବିକୃତିକୁ ଚଳାଉଛି, ଯାହା ପୃଥିବୀରେ ଘଟେ। ପୃଥିବୀର ପ୍ଲେଟ୍ ଟେକ୍ଟୋନିକ୍ସ କନ୍ଭେକ୍ସନ୍ ଉତପ୍ତ ମେଣ୍ଟାଲ୍ ଦ୍ୱାରା ପରିଚାଳିତ। ଏହି ମେଣ୍ଟାଲ୍ କେଉଁଠି ଗରମ ହୋଇଥାଏ ତ କେଉଁଠି ଥଣ୍ଡା। ଏହା ଗତି କରେ, ଏବଂ ସେହି ଗତିର କିଛି ଅଂଶ ପୃଥିବୀ ପୃଷ୍ଠକୁ ସ୍ଥାନାନ୍ତରିତ ହୋଇଛି।” ଉତ୍ତର କାରୋଲିନା ଷ୍ଟେଟ୍ ୟୁନିଭରସିଟିର ଗ୍ରହ ବିଜ୍ଞାନର ସହଯୋଗୀ ପ୍ରଫେସର ପଲ୍ ବାଇର୍ନ ଏକ ବିବୃତ୍ତିରେ ଏହା କହିଛନ୍ତି।
/odishatv-khabar/media/post_attachments/wp-content/uploads/2021/06/Untitled-1-95.jpg)
ଗ୍ରହରେ ଟେକ୍ଟୋନିକ୍ ପ୍ଲେଟ୍ ଗତିବିଧିର ନୂତନ ବିଶ୍ଳେଷଣ ଏହାକୁ ପୃଥିବୀ ସହିତ ସମାନ କରିଥାଏ ଏବଂ ଏହାର କଠିନ ବାହ୍ୟ ସେଲର ପୂର୍ବ ଅନୁମାନକୁ ବିରୋଧ କରେ। ପୃଥିବୀର ମଧ୍ୟ ଟେକ୍ଟୋନିକ୍ ପ୍ଲେଟ୍ ଘର୍ଷଣ ହୋଇ ଭାଙ୍ଗିଛି ଏବଂ ମହାଦେଶ ଗଠନକୁ ଆଗେଇ ନେଇଛି।
ସେ ଆହୁରି ମଧ୍ୟ କହିଛନ୍ତି। “ଆମେ ଶୁକ୍ର ଉପରେ ଟେକ୍ଟୋନିକ୍ ବିକୃତିର ଏକ ଅଜ୍ଞାତ ଢାଞ୍ଚା ଚିହ୍ନଟ କରିଛୁ, ଯାହା ପୃଥିବୀ ପରି ଭିତରର ଗତି ଦ୍ୱାରା ପରିଚାଳିତ। ଯଦିଓ ଆମେ ବର୍ତ୍ତମାନ ପୃଥିବୀରେ ଦେଖୁଥିବା ଟେକ୍ଟୋନିକ୍ସଠାରୁ ଭିନ୍ନ, ତଥାପି ଏହା ଗ୍ରହ ପୃଷ୍ଠରେ ପ୍ରକାଶିତ ଆଭ୍ୟନ୍ତରୀଣ ଗତିର ପ୍ରମାଣ।”
ତେବେ ଶୁକ୍ର ଆଗ୍ନେୟଗିରି କାର୍ଯ୍ୟକଳାପର ଏକ ହଟ ଜୋନ୍ ଅଟେ ଏବଂ ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ଯେ ଏହା ଏହା ନୂତନ ସଂସ୍କରଣ, ଯାହାର କିଛି ଅଂଶ ନୂଆ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/1-75_1625222631.jpg)