Advertisment

ସ୍ୱତନ୍ତ୍ର ସଫ୍ଟୱେରରେ ହେବ କର୍କଟ ଚିକିତ୍ସା

ଚେନ୍ନାଇ: ଭାରତରେ ଦିନକୁ ଦିନ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପାଖାପାଖି ବାର୍ଷିକ ୮୦ ହଜାର ନୂଆ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି। ଏହି ଦୂରାରୋଗ୍ୟରୁ ମୁକ୍ତି ପାଇବା ବଡ କଷ୍ଟକର ଓ ବ୍ୟୟବହୁଳ। ସାମାନ୍ୟତମ ଅବହେଳା ଜୀବନ ନେଇଯାଇପାରେ। ଏପରି ସ୍ଥିତିର ମୁକାବିଲା ପାଇଁ ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲର ମେଡିକାଲ ଅନକୋଲୋଜୀ ନିର୍ଦ୍ଦେଶକଙ୍କ ତତ୍ୱବଧାନରେ ଏକ ସ୍ୱତନ୍ତ୍ର ସଫ୍ଟୱେୟାର ପ୍ରସ୍ତୁତ କରାଯାଇଛି। ଏହାକୁ ରୋଗୀର ଶରୀରର ବିଭିନ୍ନ ଅଂଶରେ ଖଞ୍ଜି ଦିଆଯିବ। ଏହା […]

ସ୍ୱତନ୍ତ୍ର ସଫ୍ଟୱେରରେ ହେବ କର୍କଟ ଚିକିତ୍ସା

cancer-cells-dividing

Advertisment

ଚେନ୍ନାଇ: ଭାରତରେ ଦିନକୁ ଦିନ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପାଖାପାଖି ବାର୍ଷିକ ୮୦ ହଜାର ନୂଆ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି। ଏହି ଦୂରାରୋଗ୍ୟରୁ ମୁକ୍ତି ପାଇବା ବଡ କଷ୍ଟକର ଓ ବ୍ୟୟବହୁଳ। ସାମାନ୍ୟତମ ଅବହେଳା ଜୀବନ ନେଇଯାଇପାରେ। ଏପରି ସ୍ଥିତିର ମୁକାବିଲା ପାଇଁ ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲର ମେଡିକାଲ ଅନକୋଲୋଜୀ ନିର୍ଦ୍ଦେଶକଙ୍କ ତତ୍ୱବଧାନରେ ଏକ ସ୍ୱତନ୍ତ୍ର ସଫ୍ଟୱେୟାର ପ୍ରସ୍ତୁତ କରାଯାଇଛି।

Advertisment

ଏହାକୁ ରୋଗୀର ଶରୀରର ବିଭିନ୍ନ ଅଂଶରେ ଖଞ୍ଜି ଦିଆଯିବ। ଏହା ଏଭଳି ପ୍ରୋଗ୍ରାମିଂ ହୋଇଛି ଯେ,ଏହି ରୋଗ ସମ୍ବନ୍ଧିୟ କୌଣସି ତ୍ରୁଟି ପରିଲକ୍ଷତ ହେଲେ ସଙ୍ଗେ ସଙ୍ଗେ ସୂଚନା ଦେଇଦେବ। ସମୟରେ ଏଥିରେ ସୁଧାର ଆଣି ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ପ୍ରଦାନ କରିହେବ। ଏହି ସପ୍ଟୱେୟାରର ନାମ ଦିଆଯାଇଛି ‘ଓନ୍କୋ କଲେକ୍ଟ’।

କର୍କଟ ରୋଗୀଙ୍କ ଚିକିତ୍ସା ଦିଆଯିବା ବେଳେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ପ୍ରକାଶ ପାଇଥାଏ। ଏହାକୁ ରୋକିବାକୁ ଏହି ସଫ୍ଟୱେୟାର କାର୍ଯ୍ୟ କରିବ। ଏହି ସ୍ୱତନ୍ତ୍ର ସଫ୍ଟୱେୟାରଟି ପରୀକ୍ଷାମୂଳକଭାବେ ସଫଳ ହେଲେ ଦେଶର ବିଭିନ୍ନ ହସ୍ପିଟାଲରେ ବ୍ୟବହାର କରାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ