Advertisment

୨୦୧୬-୧୭ରେ ବ୍ୟାପୀଥିଲା କରୋନା ଭାଇରସ୍!

ବୁହାନ: କରୋନା ଭାଇରସ୍‌ ଯୋଗୁଁ ଏବେ ସାରା ବିଶ୍ୱ ଭୟଙ୍କର ପରିସ୍ଥିତି ଦେଇ ଗତିକରୁଛି। ସେ ଛୋଟ ଦେଶ ହେଉ ବା ବଡ଼ ଦେଶ ସମସ୍ତେ ଏହି ମହାମାରୀର କବଳରେ। ବର୍ତ୍ତମାନ କେଉଁଠି ଏହାର ଦ୍ୱିତୀୟ ଲହର ଚାଲିଛି ତ ପୁଣି କେଉଁଠି ତୃତୀୟ ଲହର ଚାଲିଛି। ତେବେ ଏହି ଭାଇରସ ୨୦୧୯ରେ ଆସିଥିବା କୁହାଯାଉଥିବାରୁ ଏହାକୁ କୋଭିଡ୍-୧୯ ମଧ୍ୟ କୁହାଯାଉଛି। କିନ୍ତୁ ବାସ୍ତବ କଥା ଭିନ୍ନ। ଏହି ଭାଇରସ ୨୦୧୯ରେ ନୁହେଁ ବରଂ ଏହା ପୂର୍ବରୁ […]

୨୦୧୬-୧୭ରେ ବ୍ୟାପୀଥିଲା କରୋନା ଭାଇରସ୍!

5

Advertisment

ବୁହାନ: କରୋନା ଭାଇରସ୍‌ ଯୋଗୁଁ ଏବେ ସାରା ବିଶ୍ୱ ଭୟଙ୍କର ପରିସ୍ଥିତି ଦେଇ ଗତିକରୁଛି। ସେ ଛୋଟ ଦେଶ ହେଉ ବା ବଡ଼ ଦେଶ ସମସ୍ତେ ଏହି ମହାମାରୀର କବଳରେ। ବର୍ତ୍ତମାନ କେଉଁଠି ଏହାର ଦ୍ୱିତୀୟ ଲହର ଚାଲିଛି ତ ପୁଣି କେଉଁଠି ତୃତୀୟ ଲହର ଚାଲିଛି। ତେବେ ଏହି ଭାଇରସ ୨୦୧୯ରେ ଆସିଥିବା କୁହାଯାଉଥିବାରୁ ଏହାକୁ କୋଭିଡ୍-୧୯ ମଧ୍ୟ କୁହାଯାଉଛି। କିନ୍ତୁ ବାସ୍ତବ କଥା ଭିନ୍ନ। ଏହି ଭାଇରସ ୨୦୧୯ରେ ନୁହେଁ ବରଂ ଏହା ପୂର୍ବରୁ ଚୀନରେ ଅନେକ ଲୋକଙ୍କୁ ବେମାରରେ ପକେଇଥିଲା। କିନ୍ତୁ ଏହାର ସୂଚନା ବହୁ କମ ଲୋକଙ୍କ ପାଖରେ ଅଛି। କାରଣ ଚୀନ ସେତେବେଳେ ଏହି ଖବର ପ୍ରଚାର କରିବାର ସୁଯୋଗ ଦେଇ ନ ଥିଲା। ଏହି ଘଟଣା ୨୦୧୬-୧୭ ଭିତରର। ସେତେବେଳେ ଚୀନରେ ୨୬ହଜାର ଘୁଷୁରି ଛୁଆ ମରିଥିଲେ। ଏହାର କାରଣ ଥିଲା ବାଦୁଡ଼ିମାନଙ୍କ ଠାରୁ ଏହି ଭାଇରସର ଉତ୍ପତ୍ତି ହୋ‍ଇ ଘୁଷୁରିମାନଙ୍କୁ ବ୍ୟାପୀଥିଲା । ଏକ ପ୍ରଜାତିର ବାଦୁଡ଼ିଙ୍କ ଠାରୁ ଏହି କରୋନା ଭାଇରସ ଆସିଥିଲା। ଏହି ବାଦୁଡ଼ିଙ୍କ କାରଣରୁ ୨୦୦୨ରେ ସାର୍ସ ନାମକ ଏକ ବେମାର ମଧ୍ୟ ବ୍ୟାପୀ ଥିଲା।

Advertisment

publive-image

୨୦୧୬-୧୭ ରେ ୨୫ ହଜାରରୁ ଊର୍ଦ୍ଧ୍ୱ ଘୁଷୁରିଙ୍କୁ ଯେଉଁ କରୋନା ଭାଇରସ ମାରିଥିଲା ତାହାର ନାମ ଥିଲା ସ୍ୱାଇନ ଏକ୍ୟୁଟ୍ ଡାଏରିଆ ସିଣ୍ଡ୍ରୋମ କରୋନାଭାଇରସ(SADS-CoV)। ଏଥିରେ ମଣିଷ ସଂକ୍ରମିତ ହୋଇ ନ ଥିଲେ। କିନ୍ତୁ ସାର୍ସରେ ୮୦୦୦ ଲୋକ ସଂକ୍ରମିତ ହୋଇଥିବା ବେଳେ ୭୭୪ ଜଣ ମୃତ୍ୟୁବରଣ କରିଥିଲେ।

publive-image

ସାର୍ସ କେସ୍ ଚୀନରେ ୨୦୦୪ ପରେ ଆସି ନ ଥିଲା। କିନ୍ତୁ ଗୁଆଙ୍ଗଣ୍ଡୋଗ ଅଞ୍ଚଳର ୪ଟି ଘୁଷୁରୀ ଫାର୍ମରେ (SADS-CoV) କେସ୍ ଆସିଥିଲା। ଏହାର ଚିହ୍ନଟ ଇକୋହେଲଥ୍ ଏଲାୟଂସ, ଡ୍ୟୁକ୍-ଏନୟୁଏସ୍ ମେଡିକାଲ ସ୍କୁଲ, ବୁହାନ ଇନଷ୍ଟିଟ୍ୟୁଟ୍ ଅଫ୍ ବାୟୋଲୋଜୀ ମିଳିତ ଭାବେ କରିଥିଲେ। ଏହାର  ଅଧ୍ୟୟନ ନେସନାଲ ଷ୍ଟଡିଜ୍ ଅଫ୍ ଏଲର୍ଜି ଆଣ୍ଡ୍ ଇମ୍ଫେକ୍ସିୟନ ଡିଜିନେସ୍ ଫଣ୍ଡିଂ କରିଥିଲା। ଏହାର ରିସର୍ଚ୍ଚ ସାଇନ୍ସ ଜର୍ନଲ ନେଚରରେ ମଧ୍ୟ ପ୍ରକାଶିତ ହୋଇଥିଲା।

Advertisment

publive-image

ସେତେବେଳେ ମଧ୍ୟ ବୈଜ୍ଞାନିକମାନେ ପଶୁଜନ୍ତୁମାନଙ୍କ ମଧ୍ୟରେ ଭାଇରସ ଖୋଜିବା ଏବଂ ସେ ବିଷୟରେ ସୂଚନା ଲାଭ କରିବା ବହୁତ ଜରୁରୀ ବୋଲି କହିଥିଲେ। କିନ୍ତୁ ଫଳ କ’ଣ ହେଲା। ଚୀନ ଏତେ ବଡ଼ ବଡ଼ କଥା କହୁଥିବା ବେଳେ ୨୦୧୯ରେ ବୁହାନରେ ହିଁ ପୁଣି ନୂଆ ଭାଇରସ୍ ଦେଖାଦେଲା। ଆଜି ତା’ରି ପାଇଁ ଦୁନିଆରେ କେତେ ଯେ କରୋନା ଭାଇରସ ବୁଲୁଛନ୍ତି ଜଣା ନାହିଁ।

publive-image

୨୦୧୬ ଅକ୍ଟୋବର ଶେଷସୁଦ୍ଧା ଗୁଆଙ୍ଗଣ୍ଡୋଗର ଫୋଶାନସ୍ଥ ଏକ ଫାର୍ମରେ ଘୁଷୁରୀମାନେ ମରିବାକୁ ଲାଗିଲେ। ପ୍ରଥମେ ବିଜ୍ଞାନିକମାନେ ଭାବିଲେ ଯେ ଏହା ପୋର୍ସୀନ ଏପିଡେମିକ ଡାଏରିଆ ଭାଇରସ୍ (PEDV)। ଏହା ଏଭଳି ଏକ ଭାଇରସ ଯାହା ଘୁଷୁରିମାନଙ୍କ ଦେହରେ ମିଳୁଥିବା ସାମାନ୍ୟ କରୋନା ଭାଇରସ ହୋଇଥାଏ। କିନ୍ତୁ ୨୦୧୭ରେ ଏହି (PEDV)। କେସ୍ ଆସିବା ବନ୍ଦ ହୋଇଗଲା, କିନ୍ତୁ  ଘୁଷୁରିମାନଙ୍କ ମରିବା ବନ୍ଦ ହେଲାନି।

Advertisment

publive-image

ସେତେବେଳେ ବୈଜ୍ଞାନିକମାନେ ପୁନର୍ବାର ଯାଞ୍ଚ ଆରମ୍ଭ କରିଦେଲେ। ଭିନ୍ନ ଭିନ୍ନ ଜାଗା ବୁଲି ଘୁଷୁରିମାନଙ୍କ ମୃତ୍ୟୁର କାରଣ ଯାଞ୍ଚ କରାଗଲା। ୨୦୧୭ ମେ’ରେ ଜଣାଗଲା ଯେ କରୋନା ଭାଇରସର ଏକ ନୂଆ ରୂପ ଏହି ଘୁଷୁରିମାନଙ୍କୁ ସଂକ୍ରମଣ କରିଥିଲା। ଏହି କାରଣରୁ ସେମାନେ ମୃତ୍ୟୁବରଣ କରୁଥିଲେ। ବୈଜ୍ଞାନିକମାନେ ଶେଷରେ ଏହି ସିଦ୍ଧାନ୍ତରେ ପହଞ୍ଚିଥିଲେ ଯେ ବାଦୁଡ଼ିରୁ ଆସିଥିବା କରୋନା ଭାଇରସ ଘୁଷୁରିମାନଙ୍କ ଦେହରେ ପ୍ରବେଶ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ