Advertisment

Srimandir: ବୁଦ୍ଧ ନା ଜଗନ୍ନାଥ... ସିଂହଦ୍ବାରରେ କାହା ମୂର୍ତ୍ତି ରହିବ?

ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟରେ କେବେ ସ୍ଥାନ ପାଇବ ଦଶାବତାର ମୂର୍ତ୍ତି ? ୨୦୧୨ ମସିହାରୁ ଦଶଅବତାର ମୂର୍ତ୍ତି ତିଆରି ହୋଇଥିଲେ ମଧ୍ୟ ନବମ ଆବତାର ବିବାଦ ଯୋଗୁଁ ଲାଗିପାରିନାହିଁ।

Srimandir

Srimandir Photograph: (OTV)

Advertisment

ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟରେ କେବେ ସ୍ଥାନ ପାଇବ ଦଶାବତାର ମୂର୍ତ୍ତି ? ୨୦୧୨ ମସିହାରୁ ଦଶଅବତାର ମୂର୍ତ୍ତି ତିଆରି ହୋଇଥିଲେ ମଧ୍ୟ ନବମ ଆବତାର ବିବାଦ ଯୋଗୁଁ ଲାଗିପାରିନାହିଁ। ପୌରାଣିକ ତଥ୍ୟ ଅନୁସାରେ ପ୍ରାୟ ୧୫୦ ବର୍ଷ ତଳେ ସିଂହଦ୍ୱାରକୁ ଶଙ୍କରାଚାର୍ଯ୍ୟ ନିର୍ମାଣ କରାଇଥିଲେ। 

Advertisment

ତେବେ ନବମ ଅବତାରକୁ ନେଇ ବିବାଦ ପରେ ଦୀର୍ଘ ୧୩ ବର୍ଷ ହେବ ଲାଗିପାରିନାହି ଦଶାବତାର ମୂର୍ତି। ଦୁଇ ଦିନ ତଳେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପ୍ରସ୍ତୁତ ଦଶ ଅବତାର ମୂର୍ତ୍ତି ଆଣି ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ପ୍ରଦର୍ଶନ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଏଥିପାଇଁ ଏକ ମାସ ସମୟ ଦିଆଯାଇଛି। 

ପ୍ରଶାସନ ଏହା ନ ଲଗାଇଲେ ବାଧ୍ୟ ହୋଇ ଭକ୍ତଙ୍କ ସହାୟତାରେ ଶ୍ରୀଜଗନ୍ନାଥ ସେନା ଏହା ଲଗାଇବ ବୋଲି କହିଛି। ସେପଟେ ପରିଚାଳନା କମିଟି ନିଷ୍ପତ୍ତି ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ।

Advertisment

ଦଶାବତାର ମୂର୍ତ୍ତି ନେଇ ସିଂହଦ୍ବାରରେ ପହଞ୍ଚିଲା ଶ୍ରୀଜଗନ୍ନାଥ ସେନା 
ସିଂହଦ୍ୱାର ଗୁମୁଟରେ କେବେ ସ୍ଥାନ ପାଇବ ଦଶାବତାର ମୂର୍ତ୍ତି  
୨୦୧୨ ମସିହାରୁ ଦଶ ଅବତାର ମୂର୍ତ୍ତିକୁ ବାହାର କରାଯାଇଥିଲା 
ନବମ ଅବତାରକୁ ନେଇ ବିବାଦ ପରେ ଆଉ ଲାଗି ପାରିନି 
ବୁଦ୍ଧ ନା ଜଗନ୍ନାଥ...କାହା ମୂର୍ତ୍ତି ରହିବ ତାକୁ ନେଇ ବିବାଦ

Srimandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ