Advertisment

Tight Security For Maha Shivratri: ଜାଗର ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ମନ୍ଦିର ଭିତରେ ଓ ବାହାରେ କଡା ସୁରକ୍ଷା

ଆଖଣ୍ଡଳମଣିଙ୍କ ପୀଠରେ ଜାଗର ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା। ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମୁତୟନ ହେବେ ୧୮ ପ୍ଲାଟୁନ ଫୋର୍ସ। ଭଦ୍ରକ ଠାରୁ ଆରଡି ପର୍ଯ୍ୟନ୍ତ ଟ୍ରାଫିକ ବ୍ୟବସ୍ଥା କଡାକଡି।

Maha Shivratri

Maha Shivratri Photograph: (OTV)

Advertisment

ଭଦ୍ରକ ଆଖଣ୍ଡଳମଣିଙ୍କ ପୀଠରେ ଜାଗର ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ୧୮ ପ୍ଲାଟୁନ ଫୋର୍ସ ମୁତୟନ ହେବ। ଭଦ୍ରକ ଏସପି ମନୋଜ ରାଉତଙ୍କ ସହ ଆଡିସନାଲ ଏସପି ଅଂଶୁମାନ ଦ୍ବିବେଦୀ ସ୍ଥିତି ପରଖିଛନ୍ତି। ପୀଠକୁ ଆସୁଥିବା ସମସ୍ତ ଛୋଟବଡ଼ ଗାଡି ପାନ୍ଥନିବାସ ନିକଟରେ ପାର୍କିଂ କରିବାକୁ ସ୍ଥିର ହୋଇଛି। 

Advertisment

ସେହିପରି ଭଦ୍ରକ ଠାରୁ ଆରଡି ପର୍ଯ୍ୟନ୍ତ ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯିବ। ବିଶେଷକରି ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା। ଭିଡ଼କୁ ଦୃଷ୍ଟିରେ ରଖି ମେଡିକାଲ ଛକ ଠାରୁ ଶିବପ୍ଲାଜା ଯାଏଁ ସିସିଟିଭି କ୍ୟାମେରା ଲଗାଯିବା ସହ ଡ୍ରୋନ ଦ୍ବାରା ଅସାମାଜିକ ବ୍ୟକ୍ତିମାନଙ୍କ ପ୍ରତି ନଜର ରଖାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

Maha Shivratri
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ