Advertisment

Pankoddhar Ekadashi: ପଙ୍କୋଦ୍ଧାର ଏକାଦଶୀ, ଆଜିଠୁ ତିନିଦିନ ଧରି ଜଳିବ ଜଗତ ମଙ୍ଗଳ ଦୀପ

ଆଜି ପଙ୍କୋଦ୍ଧାର ଏକାଦଶୀ। ବାବା ଶ୍ରୀଲୋକନାଥଙ୍କର ପଙ୍କୋଦ୍ଧାର ଏକାଦଶୀ। ଲୋକନାଥ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ। ହଜାର ହଜାର ଭକ୍ତଙ୍କ ସମାଗମ।

Pankodhar Ekadashi

Pankodhar Ekadashi Photograph: (OTV)

Advertisment

ଆଜି ପଙ୍କୋଦ୍ଧାର ଏକାଦଶୀ। ପୁରୀରେ ବାବା ଶ୍ରୀଲୋକନାଥଙ୍କର ପଙ୍କୋଦ୍ଧାର ଏକାଦଶୀ ଲୋକନାଥ ମନ୍ଦିରରେ ଅନୁଷ୍ଠିତ ହୋଇଛି। ଏଥିରେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଛି। ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ପୁରୀ ପୋଲିସ ପକ୍ଷରୁ ସୁରକ୍ଷିତ ଦର୍ଶନ ପାଇଁ ବ୍ୟାପକ ବ୍ୟାପକ ବ୍ୟବସ୍ଥା କରାଯାଇଛି। 

Advertisment

ବିଶେଷକରି ରାତ୍ର ୧୨ଟାରୁ ଦ୍ବାର ଫିଟାଯାଇ ଭୋର ୪ଟାରୁ ପଙ୍କୋଦ୍ଧାର କରାଯାଇଛି। ଦିନ ତମାମ ସହ ରାତ୍ର ୧୧ଟା ପର୍ଯ୍ୟନ୍ତ ଦର୍ଶନ ହେବ। ସେପଟେ ପଙ୍କୋଦ୍ଧାର ଏକାଦଶୀ ଠାରୁ ମହାଶିବରାତ୍ରିରେ ମହାଦୀପ ଉଠିବା ପର୍ଯ୍ୟନ୍ତ ତିନିଦିନ ଧରି ଜଳିବ ଜଗତ ମଙ୍ଗଳ ଦୀପ। ସ୍ୱତନ୍ତ୍ର ଭାବେ ଅଷ୍ଟଧାତୁରେ ନିର୍ମିତ ଏହି ଦୀପ  ପ୍ରାୟ ଅଢେଇ କୁଇଣ୍ଟାଲ ଘିଅରେ ଜଳିବ ଦୀପ।

Pankoddhar Ekadashi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ