Advertisment

Sunabesha at Shree Jagannath Temple: ଶ୍ରୀମନ୍ଦିରରେ ଗ୍ରହଣ ପାଇଁ ସ୍ବତନ୍ତ୍ର ନୀତିକାନ୍ତି, ଶ୍ରୀଜିଉଙ୍କ ହେବ ସୁନାବେଶ

ଶ୍ରୀମନ୍ଦିରରେ ଗ୍ରହଣ ପାଇଁ ସ୍ବତନ୍ତ୍ର ନୀତିକାନ୍ତି। ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ହେବ ସୁନାବେଶ। ରାତିରେ ସୁନା ଅଳଙ୍କାରରେ ମହାପ୍ରଭୁ ବିଭୂଷିତ ହେବେ।

Srimandir

Srimandir Photograph: (OTV)

Advertisment

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ହେବ ସୁନାବେଶ। କେତୁଗ୍ରସ୍ତ ଚନ୍ଦ୍ର ଗ୍ରହଣ ପଡ଼ିଥିବାରୁ ଦିନ ପରିବର୍ତ୍ତେ ରାତିରେ ସୁନା ଅଳଙ୍କାରରେ ମହାପ୍ରଭୁ ବିଭୂଷିତ ହେବେ। ଆଜି ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ମଣି ବିମାନରେ ଦୋଳବେଦୀକୁ ବିଜେ କରିବା ସହ ଭକ୍ତଙ୍କ ସହିତ ଅବିର ଓ ଫଗୁ ଖେଳିବେ। 

Advertisment

ରାତି ଗୋଟାଏ ରେ ଦ୍ବାର ଫିଟା ପରେ ସବୁ ନୀତି ସରିଛି। ସକାଳ ୬ଟା ୮ ମିନିଟ ପରଠାରୁ ଦେବନୀତି ନିଷେଧ ରହିଛି। ତେବେ ସକାଳ ସମୟରେ ଦୋଳବେଦୀକୁ ମହାପ୍ରଭୁ ବିଜେ କରିବେ ନା ସନ୍ଧ୍ୟା ସମୟରେ ଦୋଳବେଦୀକୁ ବିଜେ କରିବେ ତାହା ନୀତି ଉପରେ ନିର୍ଭର କରେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

Shree Jagannath Temple SunaBesha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ