Advertisment

Significance of Tuesday: ମଙ୍ଗଳବାରର ଧାର୍ମିକ ମହତ୍ତ୍ୱ; ଏହା କେଉଁ ଦେବାଦେବୀଙ୍କ ତିଥି? ଏହିଦିନ କେଉଁ କାମ କରିବେ ଓ କ’ଣ କଲେ ଅଶୁଭ?

ଭାରତୀୟ ଧର୍ମଶାସ୍ତ୍ର ଓ ଜ୍ୟୋତିଷ ଶାସ୍ତ୍ରରେ ସପ୍ତାହର ପ୍ରତ୍ୟେକ ଦିନର ନିଜସ୍ୱ ମହତ୍ତ୍ୱ ରହିଛି। ସବୁ ବାର ଜଣେ ଜଣେ ଦେବତା ବା ଦେବୀଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ଆଜି ଆସନ୍ତୁ ଜାଣିବା ମଙ୍ଗଳବାର ସଂପର୍କରେ।

Significance of Tuesday

ମଙ୍ଗଳବାରର ବିଶେଷତ୍ୱ Photograph: (OTV)

Advertisment

ଭାରତୀୟ ଧର୍ମଶାସ୍ତ୍ର ଓ ଜ୍ୟୋତିଷ ଶାସ୍ତ୍ର (Astrology) ରେ ସପ୍ତାହର ପ୍ରତ୍ୟେକ ଦିନର ନିଜସ୍ୱ ମହତ୍ତ୍ୱ ରହିଛି। ସବୁ ବାର ଜଣେ ଜଣେ ଦେବତା ବା ଦେବୀଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ଆଜି ଆସନ୍ତୁ ଜାଣିବା ମଙ୍ଗଳବାର ସଂପର୍କରେ। ମଙ୍ଗଳବାର ଦିନଟି ବିଶେଷ ଶକ୍ତି, ସାହସ ଓ ଭକ୍ତି ସହିତ ଜଡିତ। ଏହିଦିନ ଭଗବାନ ହନୁମାନଙ୍କ ଉପାସନା ପାଇଁ ଅତ୍ୟନ୍ତ ଶୁଭ ବୋଲି ହିନ୍ଦୁ ଧର୍ମଶାସ୍ତ୍ରରେ କୁହାଯାଇଛି।

Advertisment

ମଙ୍ଗଳବାର କେଉଁ ଦେବତାଙ୍କ ଦିନ?

ପ୍ରଭୁ ହନୁମାନ: ମଙ୍ଗଳବାରକୁ ପ୍ରଧାନତଃ ଭଗବାନ ହନୁମାନଙ୍କର ଦିନ ଭାବେ ପାଳନ କରାଯାଏ। ହନୁମାନ ହେଉଛନ୍ତି ବଳ, ବୁଦ୍ଧି, ଭକ୍ତି ଓ ସେବାର ପ୍ରତୀକ। ସପ୍ତାହର ଏହି ଦିନଟିରେ ହନୁମାନ ଚାଳିଶା ପାଠ କଲେ ଭୟ, ଦୁର୍ବଳତା ଓ ନକାରାତ୍ମକ ଶକ୍ତି ଦୂର ହୁଏ ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ କରାଯାଏ। ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କ ଆରାଧନାକୁ ହିନ୍ଦୁ ଧର୍ମରେ ବିଶେଷ ମହତ୍ୱ ଦିଆଯାଇଛି।

ମଙ୍ଗଳବାର ହେଉଛି ବୀରତ୍ୱ, ଶକ୍ତି ଓ ସାହସର ପ୍ରତୀକ ହନୁମାନଜୀଙ୍କ ପ୍ରିୟ ଦିନ। ଏହି ଦିନ ହନୁମାନ ମନ୍ଦିରକୁ ଯାଇ ସିନ୍ଦୂର ଅର୍ପଣ, ତେଲ ଦୀପ ଜ୍ଵଳନ କରାଯିବା ସହିତ ହନୁମାନ ଚାଳିଶା ପାଠ କଲେ ଭୟ, ରୋଗ, ଦୁଃଖ ଓ ନେଗେଟିଭ୍ ଶକ୍ତି ଦୂର ହୁଏ ବୋଲି ଆସ୍ଥା ରହିଛି। ମଙ୍ଗଳବାରରେ ବ୍ରତ ରଖି ହନୁମାନଜୀଙ୍କୁ ଚଣା, ଗୁଡ଼ ଓ ଲାଲ୍ ଫୁଲ ଅର୍ପଣ କରିବାକୁ ମଧ୍ୟ ଶୁଭ ବୋଲି କୁହାଯାଏ।

Advertisment

ମଙ୍ଗଳବାର ହନୁମାନ ଆରାଧନା ଦ୍ୱାରା ମନସିକ ସାହସ, ଶାରୀରିକ ଶକ୍ତି ଓ ଆତ୍ମବିଶ୍ୱାସ ବଢ଼ିଥାଏ ବୋଲି ଧାର୍ମିକ ବିଶ୍ୱାସ ଅଛି। ଜ୍ୟୋତିଷ ଅନୁସାରେ ମଙ୍ଗଳ ଗ୍ରହର କୁପ୍ରଭାବ କମାଇବା ପାଇଁ ମଙ୍ଗଳବାର ହନୁମାନଜୀଙ୍କ ପୂଜା ବିଶେଷ ଫଳଦାୟକ ମନାଯାଏ। ଭକ୍ତମାନେ ଏହି ଦିନ ମଦ୍ୟ, ମାଂସ ଓ ଅସତ୍ୟ କଥାରୁ ଦୂରେ ରହି ନିଷ୍ଠା ଓ ଶ୍ରଦ୍ଧା ସହିତ ହନୁମାନ ଆରାଧନା କଲେ ଜୀବନରେ ବାଧା ଦୂର ହୋଇ ସଫଳତା ଓ ଶାନ୍ତି ଲାଭ ହୁଏ ବୋଲି ମନାଯାଏ।

ଶକ୍ତି ଉପାସନା: ମଙ୍ଗଳବାର ଦିନ ମାଆ ଦୁର୍ଗା, କାଳୀ ଓ ମାଆ ମଙ୍ଗଳାଙ୍କ ଉପାସନା କରାଯାଏ।  କାରଣ ଏହି ଦିନଟି ଶକ୍ତି, ସାହସ ଓ ସଂଘର୍ଷର ପ୍ରତୀକ ମଙ୍ଗଳ ଗ୍ରହ ସହିତ ସଂପୃକ୍ତ। ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ମଙ୍ଗଳବାର ଦିନ ଶକ୍ତି ସ୍ୱରୂପା ଦେବୀମାନଙ୍କର ଆରାଧନା କଲେ ମନୁଷ୍ୟ ଭିତରେ ସାହସ, ବୀରତ୍ୱ ଓ ଆତ୍ମବିଶ୍ୱାସ ଜାଗ୍ରତ ହୁଏ। ମାଆ ଦୁର୍ଗା ଅସୁରବିନାଶିନୀ, ମାଆ କାଳୀ କାଳ ଓ ଅନ୍ୟାୟର ବିନାଶକାରୀ ଏବଂ ମାଆ ମଙ୍ଗଳା ସମସ୍ତ ଅମଙ୍ଗଳକୁ ଦୂର କରି ମଙ୍ଗଳ ପ୍ରଦାନ କରୁଥିବା ଦେବୀ ଭାବେ ପୂଜିତା। ସେଥିପାଇଁ ମଙ୍ଗଳବାର ଏହି ଦେବୀମାନଙ୍କ ଉପାସନାକୁ ବିଶେଷ ଫଳଦାୟକ ବୋଲି ବିଚାର କରାଯାଏ।

Advertisment

ମଙ୍ଗଳବାର ଦିନ ଶକ୍ତି ଉପାସନାର ଆଉ ଗୋଟିଏ ମୂଳ କାରଣ ହେଉଛି—ଏହି ଦିନଟି ତନ୍ତ୍ର ଓ ଶାକ୍ତ ପରମ୍ପରାରେ ଅତ୍ୟନ୍ତ ଶୁଭ ଭାବରେ ଗଣ୍ୟ। ମାଆ କାଳୀ ଓ ମାଆ ଦୁର୍ଗାଙ୍କ ଉପାସନା ମାଧ୍ୟମରେ ନେଗେଟିଭ୍ ଶକ୍ତି, ଭୟ, ରୋଗ ଓ ବାଧା ଦୂର ହୁଏ ବୋଲି ଭକ୍ତମାନଙ୍କର ବିଶ୍ୱାସ ଅଛି। ଓଡ଼ିଶାରେ ମାଆ ମଙ୍ଗଳାଙ୍କୁ ଶକ୍ତି ଓ ସୁରକ୍ଷାର ମୂର୍ତ୍ତି ଭାବେ ଦେଖାଯାଏ, ତେଣୁ ମଙ୍ଗଳବାର ତାଙ୍କ ପୂଜା କଲେ ପରିବାରରେ ସୁଖ-ଶାନ୍ତି, ସମୃଦ୍ଧି ଓ ସୁରକ୍ଷା ଆସେ ବୋଲି ଧାର୍ମିକ ଆସ୍ଥା ରହିଛି।

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ମଙ୍ଗଳବାରର ମହତ୍ତ୍ୱ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମଙ୍ଗଳବାର ମଙ୍ଗଳ ଗ୍ରହ (Mars) ସହିତ ସଂପୃକ୍ତ। ଏହି ଗ୍ରହ ସାହସ, ରକ୍ତ, ଶକ୍ତି, ଯୁଦ୍ଧ ଓ କ୍ରିୟାଶୀଳତାର ପ୍ରତୀକ। ମଙ୍ଗଳ ଦୋଷ ଥିବା ବ୍ୟକ୍ତିମାନେ ଏହି ଦିନ ଉପବାସ ଓ ହନୁମାନ ପୂଜା କଲେ ଦୋଷ କମିଥାଏ ବୋଲି ବିଶ୍ୱାସ।

ମଙ୍ଗଳବାର କେଉଁ ସବୁ ନିୟମ ମାନିବା ଉଚିତ?

•    ପ୍ରାତଃ କାଳରେ ସ୍ନାନ କରିବା ପରେ ପ୍ରଭୁ ହନୁମାନଙ୍କ ପୂଜା କରନ୍ତୁ।
•    ମଙ୍ଗଳବାର ହନୁମାନ ଚାଳିଶା ନିଶ୍ଚୟ ପାଠ କରନ୍ତୁ। କିମ୍ବା ସୁନ୍ଦରକାଣ୍ଡ ପାଠ କରିପାରିବେ।
•    ସେଦିନ ପ୍ରଭୁ ବଜରଙ୍ଗବଲୀଙ୍କୁ ଲାଲ୍ ଫୁଲ, ସିନ୍ଦୂର ଓ ଗୁଡ଼ ଅର୍ପଣ କରନ୍ତୁ।
•    ମଙ୍ଗଳବାର ଉପବାସ ରହିଲେ ଭଲ। ନହେଲେ ଫଳ ଖାଇପାରିବେ।
•    ସେହିଦିନ ମନେକରି ଗରିବ ଓ ଅସହାୟଙ୍କୁ କିଛି ଜିନିଷ ବା ଖାଦ୍ୟ ଦାନ କରନ୍ତୁ।

ମଙ୍ଗଳବାର କେଉଁ କାମ କରିବା ଉଚିତ ନୁହେଁ?

ଧର୍ମଶାସ୍ତ୍ର ଓ ଲୋକବିଶ୍ୱାସ ଅନୁଯାୟୀ ଅନେକ କାର୍ଯ୍ୟ ମଙ୍ଗଳବାର ପାଇଁ ନିଷେଧ ହୋଇଥାଏ। ଏହା ହିନ୍ଦୁ ଧର୍ମର ଦେବାଦେବୀଙ୍କ ସହ ଜଡ଼ିତ। ଯେହେତୁ ଏହି ଦିନଟି ପ୍ରଭୁ ହନୁମାନ ଓ ମାଆ ମଙ୍ଗଳା କିମ୍ବା ମା ଦୁର୍ଗାଙ୍କ ତିଥି, ତେଣୁ ଏହିସବୁ କାର୍ଯ୍ୟ କଲେ ସେମାନେ ଅସନ୍ତୁଷ୍ଟ ହୁଅନ୍ତି ବୋଲି ଭକ୍ତମାନେ ବିଶ୍ୱାସ କରନ୍ତି।

ମଙ୍ଗଳବାର ମାଂସ ଆହାର ଓ ମଦ୍ୟ ସେବନ କରିବା ଅନୁଚିତ। ଅର୍ଥାତ ଆମିଷ ଭୋଷନ ଓ ମଦ ପିଆ ବନ୍ଦ କରିବା ଦରକାର। ସେହିପରି ଏହିଦିନ କାହା ସହିତ ଝଗଡ଼ା କରିବା ଅନୁଚିତ। କୌଣସି ବି ପରିସ୍ଥିତିରେ କ୍ରୋଧ କରନ୍ତୁନି ବା ରାଗନ୍ତୁନି। କାହା ସହିତ ହିଂସା ଆଚରଣ କେବେବି କରନ୍ତୁ ନାହିଁ। ସେହିପରି ଶାସ୍ତ୍ର କହୁଛି, ମଙ୍ଗଳବାର କାହାଠାରୁ ଋଣ ଆଣନ୍ତୁ ନାହିଁ କିମ୍ବା କାହାକୁ ଋଣ ଦିଅନ୍ତୁ ନାହିଁ। ଅର୍ଥାତ କାହାଠାରୁ ଉଧାର ଆଣନ୍ତୁନି କିମ୍ବା କାହାକୁ ଉଧାର ଦିଅନ୍ତୁନି। ସେହିପରି ମଙ୍ଗଳବାର ଅନ୍ୟାୟ ଓ ଅସତ୍ୟ କାମ କରନ୍ତୁ ନାହିଁ। ଏହିଦିନ କୌଣସି ବିବାଦରେ ଫସିବାଠାରୁ ଦୂରେଇ ରୁହନ୍ତୁ।

ବାସ୍ତୁଶାସ୍ତ୍ର (Vastu Sastra) ରେ ମଙ୍ଗଳବାରର ଗୁରୁତ୍ୱ: ଏହି ଦିନ କ’ଣ କଲେ ଅଶୁଭ?

ଭାରତୀୟ ପରମ୍ପରାରେ ବାସ୍ତୁଶାସ୍ତ୍ର ଓ ଜ୍ୟୋତିଷ ଶାସ୍ତ୍ର ପରସ୍ପର ସଂପୃକ୍ତ। ସପ୍ତାହର ପ୍ରତ୍ୟେକ ଦିନ ନିର୍ଦ୍ଦିଷ୍ଟ ଗ୍ରହ ଓ ଶକ୍ତି ସହିତ ସଂଯୁକ୍ତ ଥାଏ। ମଙ୍ଗଳବାର ଦିନଟି ବିଶେଷଭାବେ ମଙ୍ଗଳ ଗ୍ରହ (Mars) ସହିତ ସମ୍ପୃକ୍ତ ଓ ଏହାକୁ ଶକ୍ତି, ଅଗ୍ନି, ସାହସ, କ୍ରିୟାଶୀଳତା ଓ ସଂଘର୍ଷର ପ୍ରତୀକ ଭାବରେ ଦେଖାଯାଏ।
ବାସ୍ତୁଶାସ୍ତ୍ର ଅନୁସାରେ, ମଙ୍ଗଳବାରରେ କରାଯାଉଥିବା କିଛି କାର୍ଯ୍ୟ ଘରେ ସକାରାତ୍ମକ ଶକ୍ତି ବଢ଼ାଇଥାଏ, ତେବେ କିଛି କାର୍ଯ୍ୟ ଅଶାନ୍ତି, ବିବାଦ ଓ ଆର୍ଥିକ କ୍ଷତିର କାରଣ ହୋଇପାରେ।

ବାସ୍ତୁଶାସ୍ତ୍ର ଅନୁସାରେ ମଙ୍ଗଳବାରର ଶକ୍ତି

ବାସ୍ତୁରେ ମଙ୍ଗଳ ଗ୍ରହକୁ ଅଗ୍ନି ତତ୍ତ୍ୱ ସହିତ ଯୋଡ଼ାଯାଇଛି। ଏହି ଦିନର ଶକ୍ତି ତୀବ୍ର, ଉତ୍ସାହମୟ ଓ କ୍ରିୟାଶୀଳ ଥାଏ। ତେଣୁ ଘର, ଦେହ ଓ ମନ—ତିନୋଟିରେ ସନ୍ତୁଳନ ରଖିବା ବହୁତ ଆବଶ୍ୟକ।

ମଙ୍ଗଳବାର ବାସ୍ତୁ ଅନୁସାରେ କେଉଁ କାମ କରିବା ଭଲ?

୧. ଘର ସଫା କରିବା: ମଙ୍ଗଳବାର ଘର ସଫା କରିବା, ବିଶେଷକରି ରସୋଇଘର ଓ ଦକ୍ଷିଣ ଦିଗ, ବାସ୍ତୁ ଦୃଷ୍ଟିରୁ ଶୁଭ ମନାଯାଏ। ଏହା ନକାରାତ୍ମକ ଶକ୍ତିକୁ ଦୂର କରେ।

୨. ଲାଲ୍ ବର୍ଣ୍ଣର ବ୍ୟବହାର: ମଙ୍ଗଳବାର ଲାଲ୍ ବର୍ଣ୍ଣ (ପୋଷାକ, ଫୁଲ) ବ୍ୟବହାର କଲେ ମଙ୍ଗଳ ଗ୍ରହ ଶକ୍ତିଶାଳୀ ହୁଏ।

୩. ଅଗ୍ନି ସମ୍ବନ୍ଧୀୟ କାମ: ଗ୍ୟାସ୍, ଚୁଲା, ଦୀପ ଜଳାଇବା—ଏସବୁ କାର୍ଯ୍ୟ ଦକ୍ଷିଣ-ପୂର୍ବ (ଆଗ୍ନେୟ କୋଣ)ରେ କରିବା ଏହିଦିନ ଅତ୍ୟନ୍ତ ଶୁଭ।

୪. ହନୁମାନ କିମ୍ବା ଶକ୍ତି ଉପାସନା: ଘରର ପୂଜାଘରେ ହନୁମାନ କିମ୍ବା ଦୁର୍ଗାପୂଜା କଲେ ଘରେ ସୁରକ୍ଷା ଓ ସାହସ ବଢ଼େ।

ମଙ୍ଗଳବାର ବାସ୍ତୁ ଅନୁସାରେ କେଉଁ କାମ କରିବା ଉଚିତ ନୁହେଁ?

୧. ଘରର ଦକ୍ଷିଣ ଦିଗରେ ଭଙ୍ଗାରୁଜା: ମଙ୍ଗଳବାର ଦକ୍ଷିଣ ଦିଗରେ ଦେୱାଲ ଭାଙ୍ଗିବା ଏବଂ ଖୋଦେଇ କାମ କରିବାକୁ ଅଶୁଭ ବୋଲି ବିଚାର କରାଯାଏ। ଏହା ଦୁର୍ଘଟଣା ଓ ବିବାଦ ବଢ଼ାଏ।

୨. ନୂଆ ଘର କିମ୍ବା ଦୋକାନ ଆରମ୍ଭ: ବାସ୍ତୁଶାସ୍ତ୍ର ଅନୁସାରେ, ମଙ୍ଗଳବାର ଗୃହପ୍ରବେଶ, ଦୋକାନ ଉଦ୍ଘାଟନ ପାଇଁ ଶୁଭ ନୁହେଁ (ଯଦି ମୁହୂର୍ତ୍ତ ନ ଥାଏ)।

୩. ଉଧାର ଦେବା କିମ୍ବା ଉଧାର ନେବା: ମଙ୍ଗଳବାର ଟଙ୍କା ଉଧାର ଦେବା କିମ୍ବା ନେବା ଅନୁଚିତ। ଏହା ଆର୍ଥିକ ଅସନ୍ତୁଳନ ସୃଷ୍ଟି କରିଥାଏ ବୋଲି ବାସ୍ତୁଶାସ୍ତ୍ର ମନେ କରେ।

୪. ଲୁହା ଜିନିଷ କିଣିବା: ଲୁହା, ଧାରୁଆ ଜିନିଷ ଓ ହତିଆର ଇତ୍ୟାଦି କିଣିବା ଏହି ଦିନ ଅଶୁଭ। କାରଣ ଏହା ଅଗ୍ନି ତତ୍ତ୍ୱକୁ ଅତ୍ୟଧିକ ସକ୍ରିୟ କରେ।
ମଙ୍ଗଳବାର ଘରର କେଉଁ ଦିଗରେ କ’ଣ ଧ୍ୟାନ ଦେବେ?

•    ଦକ୍ଷିଣ ଦିଗ: ଓଜନିଆ ଫର୍ଣ୍ଣିଚର ରଖନ୍ତୁ
•    ଦକ୍ଷିଣ-ପୂର୍ବ: ରୋଷେଇଘର ଓ ଅଗ୍ନି କାର୍ଯ୍ୟ
•    ଉତ୍ତର-ପୂର୍ବ: ଏହି ଦିନ ଖାଲି ଓ ସଫା ରଖିବା ଭଲ
•    ମଧ୍ୟଭାଗ (ବ୍ରହ୍ମସ୍ଥାନ): ଅବ୍ୟବସ୍ଥା ରଖିବା ଉଚିତ ନୁହେଁ

ମଙ୍ଗଳବାର ବାସ୍ତୁ ନିୟମ ନ ମାନିଲେ କଣ ହୁଏ?

•    ଘରେ ବିବାଦ ଓ କ୍ରୋଧ ବଢ଼ିଥାଏ
•    ରକ୍ତଚାପ, ଦୁର୍ଘଟଣା ଓ ଆକସ୍ମିକ ସମସ୍ୟା ଉପୁଜିଥାଏ
•    ଆର୍ଥିକ ଅଭାବ ଅସୁବିଧା ଲାଗିରହେ
•    ସମ୍ପର୍କରେ ବିଘ୍ନ ସୃଷ୍ଟି ହୁଏ, ଶିଥିଳ ପଡ଼ିଯାଏ

ମଙ୍ଗଳବାର ହେଉଛି ଶକ୍ତି ଓ କ୍ରିୟାଶୀଳତାର ଦିନ। ବାସ୍ତୁଶାସ୍ତ୍ର ଅନୁସାରେ, ଏହି ଦିନ ସଠିକ୍ କାର୍ଯ୍ୟ କଲେ ଘରେ ସାହସ, ସୁରକ୍ଷା ଓ ସ୍ଥିରତା ଆସେ। ଭୁଲ୍ କାର୍ଯ୍ୟ କଲେ ଏହି ଶକ୍ତି ବିପରୀତ ଦିଗକୁ ଯାଇପାରେ। ସେଥିପାଇଁ ମଙ୍ଗଳବାରରେ ବାସ୍ତୁ ନିୟମ ମାନି ଚାଲିବା ଜୀବନ ପାଇଁ ଲାଭଦାୟକ।

Astrology Vastu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ