Advertisment

Badasinghara Niti: ଆଜି ମହାପ୍ରଭୁଙ୍କ ଦିବ୍ୟ ଦୁର୍ଲଭ ପଦ୍ମବେଶ

ଆଜି ମହାପ୍ରଭୁଙ୍କ ଦିବ୍ୟ ଦୁର୍ଲଭ ପଦ୍ମବେଶ। ମାଘ ମାସ ଶୁକ୍ଳ ପ୍ରତିପଦା ଠାରୁ ଶ୍ରୀ ପଞ୍ଚମୀ ମଧ୍ୟରେ ପ୍ରଥମ ବୁଧବାର ଅନୁଷ୍ଠିତ ହୋଇଥାଏ ମହାପ୍ରଭୁଙ୍କ ଅତୀବ ରାମଣୀୟ ପଦ୍ମବେଶ।

Padmabesha

Padmabesha Photograph: (OTV)

Advertisment

ଆଜି ମହାପ୍ରଭୁଙ୍କ ଦିବ୍ୟ ଦୁର୍ଲଭ ପଦ୍ମବେଶ। ମାଘ ମାସ ଶୁକ୍ଳ ପ୍ରତିପଦା ଠାରୁ ଶ୍ରୀ ପଞ୍ଚମୀ ମଧ୍ୟରେ ପ୍ରଥମ ବୁଧବାର ଅନୁଷ୍ଠିତ ହୋଇଥାଏ ମହାପ୍ରଭୁଙ୍କ ଅତୀବ ରାମଣୀୟ ପଦ୍ମବେଶ। ବଡ଼ଛତା ମଠ ପକ୍ଷରୁ ପ୍ରତିବର୍ଷ ବେଶ ପାଇଁ ଆବଶ୍ୟକ ସରଞ୍ଜାମ ଯୋଗାଇ ଦିଆଯାଇଥାଏ। 

Advertisment

ସୋଲ, କଦଳୀ ପାଟୁକା, ଜରି, ଜମ୍ବୁରା ଆଦି ପାରମ୍ପରିକ ରଙ୍ଗ ଓ ଅଠା ବ୍ୟବହାର କରାଯାଇ ଏହି ବେଶ ପ୍ରସ୍ତୁତ କରାଯାଇଥାଏ। ଏହି ବେଶ ପ୍ରସ୍ତୁତକାରୀ ହବିଷ ଅନ୍ନ ଭକ୍ଷଣ କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧା ଓ ଭକ୍ତି ଭାବ ରଖି ଏହି ବେଶ ନିର୍ମାଣ କରିଥାନ୍ତି। 

ବର୍ଷକରେ ଏହି ଗୋଟିଏ ଦିନ ବଡ଼ସିଂହାର ନୀତିରେ ପଦ୍ମ ବେଶରେ ଥାଇ ପହୁଡ଼ ହୁଅନ୍ତି ମହାପ୍ରଭୁ। ପରଦିନ ମଙ୍ଗଳା ଆଳତୀ ପର୍ଯ୍ୟନ୍ତ ମହାପ୍ରଭୁଙ୍କର ଏହି ବେଶ ଦର୍ଶନ ମିଳେ। ଭକ୍ତ ମନହର ଦାଶଙ୍କର ମନବାଞ୍ଛା ପୂରଣ କରିବା ପାଇଁ ମହାପ୍ରଭୁ ଏହି ବେଶ ଧାରଣ କରିଥିବାରୁ ପରମ୍ପରା ରହିଛି।

Advertisment

ଆଜି ମହାପ୍ରଭୁଙ୍କ ଦିବ୍ୟ ଦୁର୍ଲଭ ପଦ୍ମବେଶ
ଅତୀବ ରମଣୀୟ ପଦ୍ମବେଶରେ ଦର୍ଶନ ଦେବେ ମହାପ୍ରଭୁ
ବଡ଼ଛତା ମଠ ପକ୍ଷରୁ ଯୋଗାଇ ଦିଆଯିବ ଆବଶ୍ୟକ ସରଜ୍ଜାମ 
ସୋଲ, କଦଳୀ ପାଟୁକା, ଜରି, ଜମ୍ବୁରା ଓ ଅଠା ବ୍ୟବହାର ହେବ
ବର୍ଷକରେ ଗୋଟିଏ ଦିନ ପଦ୍ମବେଶରେ ମହାପ୍ରଭୁଙ୍କ ପହୁଡ଼ ହେବ
ଭକ୍ତ ମନୋହର ଦାଶଙ୍କର ମନବାଞ୍ଛା ପୂରଣ ପାଇଁ ମହାପ୍ରଭୁଙ୍କ ପଦ୍ମବେଶ

Lord Jagannath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ