Advertisment

From Odisha to England: ଇଂଲଣ୍ଡରେ ମହାଶିବରାତ୍ରି ପାଳିତ, ଆୟୋଜନ କରିଥିଲେ ଓଡ଼ିଆ ଶ୍ରଦ୍ଧାଳୁ

ସକାଳୁ ସକାଳୁ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ଭିଡ ସହ ଓଁ ନମଃ ଶିବାୟ ମନ୍ତ୍ର ଧ୍ବନିରେ ଗୁଂଜରିତ ହୋଇଥିଲା। ଭକ୍ତମାନେ ଦେବ ଦେବ ମହାଦେବଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ।

mahashivaratri

mahashivaratri Photograph: (OTV)

Advertisment

ପବିତ୍ର ମହାଶିବରାତ୍ରି ଉପଲକ୍ଷେ ଇଂଲଣ୍ଡର ସିଟି ଅଫ୍ ବାଥ୍ ଶ୍ରୀଜଗନ୍ନାଥ ମନ୍ଦିର ହୋଇଥିଲା ଚଳଚଞ୍ଚଳ । ସକାଳୁ ସକାଳୁ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ଭିଡ ସହ ଓଁ ନମଃ ଶିବାୟ ମନ୍ତ୍ର ଧ୍ବନିରେ ଗୁଂଜରିତ ହୋଇଥିଲା। ଭକ୍ତମାନେ ଦେବ ଦେବ ମହାଦେବଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ।

Advertisment

ମନ୍ଦିରରେ ମହାଦେବଙ୍କୁ ଅଭିଷେକ କରାଯାଇ ନୂଆ ବସ୍ତ୍ର ପରିଧାନ କରାଯାଇଥିଲା। ବିଦେଶରେ ରହୁଥିବା ଓଡିଆଙ୍କ ସହ ଅନ୍ୟ ଭାରତୀୟମାନେ ଉପବାସ କରି ଉଜାଗର ରହି ଜାଗର ବ୍ରତ ପାଳନ କରିଥିଲେ । ଶ୍ରଦ୍ଧାଳୁମାନେ ଜାଗର ଦୀପ ଜାଳିଥିଲେ। ବିଳମ୍ବିତ ରାତିରେ ମହାଦୀପ ଉଠିଥିଲା । ଏହି ସମୟରେ ହର ହର ମହାଦେବ, ଓଁ ନମଃ ଶିବାୟ, ଜୟ ଶିବ ଶଙ୍କର ଧ୍ବନି ଓ ଜୟ ଜୟକାରରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଉଠିଥିଲା ।

ମନ୍ଦିର ପରିସର ହୋଇଥିଲା ଶିବମୟ

ଏହି ଅବସରରେ ଭଜନ ସଂଧ୍ୟାର ଆୟୋଜନ କରାଯାଇଥିଲା । ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ କୁନି କୁନି ପିଲାମାନେ ନୃତ୍ୟ, ସଂଗୀତ ପରିବେଷଣ ସହ ଭଜନ ଗାଇଥିଲେ । ଉପସ୍ଥିତ ଭକ୍ତମାନେ ମନ୍ତ୍ର ମୁଗ୍ଧ ହୋଇଥିଲେ । ମହାଶିବରାତ୍ରିରେ ମନ୍ଦିର ପରିସର ହୋଇଥିଲା ଶିବମୟ ।

Advertisment

ଏହି ପର୍ବରେ ସାମିଲ ହେବାପାଇଁ ପ୍ରବାସୀ ଇଂଲଣ୍ଡ, କାନାଡା, ଆମେରିକା, ନେଦରଲାଣ୍ଡ, ଜର୍ମାନୀରୁ ବହୁ ଓଡିଆ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ଜଗନ୍ନାଥ ମନ୍ଦିର, ସିଟି ଅଫ୍ ବାଥ୍ର ଟ୍ରଷ୍ଟି ସେବକ ସୁସ୍ମିତା ରାଜହଂସ ପରିଚାଳନା କରିଥିଲେ । 

Odia England Mahashivratri
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ