Chandrabhaga Photograph: (OTV)
ମାଘ ସପ୍ତମୀ ପାଇଁ ଚଳଚଞ୍ଚଳ ଅର୍କକ୍ଷେତ୍ର। ଆଜି ଚନ୍ଦ୍ରଭାଗାରେ ବୁଡ଼ ପକାଉଛନ୍ତି ଶହ ଶହ ଶ୍ରଦ୍ଧାଳୁ । ମହାପ୍ରଭୁଙ୍କ ଚନ୍ଦ୍ରଭାଗା ତୀର୍ଥରେ ମହାସ୍ନାନ ପରେ ବୁଡ଼ ପକାଇ ସୂର୍ଯ୍ୟନାରାୟଣଙ୍କ ଦର୍ଶନ କରିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ।
ପରମ୍ପରା ଅନୁଯାୟୀ ତିନି ଠାକୁର ମାଧିପୁରର ତ୍ରିବେଣୀଶ୍ୱର, ସନ୍ଥପୁରର ଐଶାନେଶ୍ୱର୍ ଓ କୁରୁଜଙ୍ଗର ଦକ୍ଷିଣେଶ୍ୱର୍ ମହାପ୍ରଭୁଙ୍କ ଚନ୍ଦ୍ରଭାଗା ତୀର୍ଥରେ ମହାସ୍ନାନ ପରେ ବୁଡ଼ ପକାଇ ସୂର୍ଯ୍ୟନାରାୟଣଙ୍କ ଦର୍ଶନ କରିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ତିନି ଠାକୁର ବିମାନ ବିଜେ ହେବା ପରେ ଏକତ୍ର ବିରାଜମାନ ହୋଇ ଭୋଗ ଲାଗି ହୋଇଥିଲା।
ଭୋରରେ ତିନି ଠାକୁର ପାରମ୍ପରିକ ଶୋଭାଯାତ୍ରାରେ ଆସି ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଞ୍ଚିବା ପରେ ମହାସ୍ନାନ ହୋଇଥିଲା। ପରେ ସ୍ବତନ୍ତ୍ର ନୀତିକାନ୍ତି ପରେ ସାଧୁ ସନ୍ଥ ଓ ଶ୍ରଦ୍ଧାଳୁ ମାନେ ବୁଡ଼ ପକାଇଥିଲେ । ପୌରାଣିକ ମତାନୁସାରେ ଏହି ପବିତ୍ର ଦିନରେ ସୂର୍ଯ୍ୟ ଭଗବାନ ବା ମିତ୍ରାଦିତ୍ୟଙ୍କ ଜନ୍ମ ଦିନ।
ଏହି ଦିନରେ କୃଷ୍ଣଙ୍କ ପୁତ୍ର ଶାମ୍ବ ଚନ୍ଦ୍ରଭାଗା ନଦୀ ତଟରେ ତପସ୍ୟା କରି ସ୍ରାପ ଜନିତ ରୋଗରୁ ମୁକ୍ତି ହୋଇଥିଲେ । ଏହି ଦିନରେ ଲାଙ୍ଗୁଳା ନରସିଂହଦେବ ସୂର୍ଯ୍ୟ ମନ୍ଦିର ପ୍ରତିଷ୍ଠା କରିଥିଲେ । ତେଣୁ ନିଜ ପରିବାରକୁ ରୋଗ ଶୋକ ଭୟରୁ ମୁକ୍ତ ରଖିବା ପାଇଁ ହିନ୍ଦୁ ଧର୍ମାଲମ୍ବୀ ମାନେ ଏହି ପବିତ୍ର ଦିନରେ ଏହି ତୀର୍ଥରେ ବୁଡ଼ ପକାଇ ସୂର୍ଯ୍ୟଦୋୟ ଦର୍ଶନ କରିଥାନ୍ତି।
ଶ୍ରଦ୍ଧାଳୁ ମାନେ ଚନ୍ଦ୍ରଭାଗା ମେଳା ପଡ଼ିଆରେ ଅସ୍ଥାୟୀ କୁଡ଼ିଆରେ ମାଟି ହାଣ୍ଡିରେ ରୋଷେଇ କରି ହାଣ୍ଡି ବାଡ଼ିଆ ଅର୍ଥାତ ପୋଖରୀରେ ହାଣ୍ଡି ଭାଙ୍ଗି ରାତ୍ରୀ ଯାପନ କରି ଭୋରରେ ବୁଡ଼ ପକାଇବା ପରେ ସୂର୍ଯ୍ୟଦୋୟ ଦର୍ଶନ କରିଛନ୍ତି।
ମାଘ ସପ୍ତମୀ, ଚଳଚଞ୍ଚଳ ଅର୍କ କ୍ଷେତ୍ର
ଚନ୍ଦ୍ରଭାଗାରେ ମାଘ ସପ୍ତମୀ ବୁଡ଼ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
ମହୋଦଧିରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ
ଚନ୍ଦ୍ରଭାଗାରେ ଆସ୍ଥାର ବୁଡ଼
ମାଘ ସପ୍ତମୀରେ ଭଙ୍କଙ୍କ ସୁଅ
ବୁଡ଼ ପକାଉଛନ୍ତି ଶ୍ରଦ୍ଧାଳୁ
ସାରା ଦେଶରୁ ଆସିଛନ୍ତି ଶ୍ରଦ୍ଧାଳୁ
ବୁଡ଼ ପକାଉଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/25/chandrabhaga-2026-01-25-08-48-37.jpg)