Lord Jagannath Photograph: (OTV)
ଓଦା ହୋଇଯାଉଛି ଚର୍ମଚକ୍ଷୁ। ଭକ୍ତିରେ ଭିଜୁଛି ଭକ୍ତ। ଏକାସାଙ୍ଗେ ୨୪ଟି ବେଶରେ ଦର୍ଶନ ଦେଉଛନ୍ତି କାଳିଆ ସାଆନ୍ତ (Lord Jagannath) । ଆଉ ମହାପ୍ରଭୁଙ୍କ ଦିବ୍ୟ ଦୁର୍ଲଭ ବେଶ ଦେଖି ଭକ୍ତ ଆଖିରୁ ଝରି ଯାଉଛି ଧାର ଧାର ଲୁହ। ଯେଉଁ ବେଶ ଦେଖିବା ପାଇଁ ଭକ୍ତଟିଏ ବର୍ଷ ବର୍ଷ ଧରି ଚାତକ ପରି ଚାହିଁ ରହେ, ସେସବୁ ବେଶରେ ମହାପ୍ରଭୁ ଏଠି ଦେଉଛନ୍ତି ଦର୍ଶନ।
ଲକ୍ଷ୍ମୀନାରାୟଣ ବେଶ, ଗଜ ଉଦ୍ଧାରଣ ବେଶ, ଶ୍ରାଦ୍ଧ ବେଶ, ତ୍ରିବିକ୍ରମ ବେଶ, ନବାଙ୍କ ବେଶ, ପଦ୍ମ ବେଶ, ଘୋଡଲାଗି ବେଶ ଓ ଦୁର୍ଲଭ ନାଗାର୍ଜୁନ ବେଶ ଭଳି ୨୪ ବେଶରେ ଦର୍ଶନ ଦେଉଛନ୍ତି ଅନନ୍ତ କୋଟି ବ୍ରହ୍ମାଣ୍ଡର ନାୟକ। ଯାହାକୁ ଦେଖି ଭକ୍ତ ଆଜି କୃତ୍ୟ କୃତ୍ୟ ହୋଇଛି। ଆଉ ବାଷ୍ପରୁଦ୍ଧ କଣ୍ଠରେ କହୁଛି ଦେଖ ଆହା କେଡ଼େ ସୁନ୍ଦର ଦିଶୁଛି ମୋ ସାଆନ୍ତ ।
ଲାଗୁଛି ଭକ୍ତଙ୍କ ଭିଡ଼
ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ସବୁର ଠିକଣା ସାଜିଛି କଟକ ଜିଲ୍ଲା ସାଲେପୁର ବ୍ଲକ ଗୋପୀନାଥପୁର ହରିଡା ପଡିଆ। ଗୋଟିଏ ଜାଗାରେ ଟି ବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଯାହାକୁ ଦେଖିବା ପାଇଁ ଦୂର ଦୂରାନ୍ତରୁ ଶତାଧିକ ଭକ୍ତମାନଙ୍କ ଲାଗୁଛି ଭିଡ଼। ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ଗୋପୀନାଥପୁର ଦ୍ୱାରା ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ପ୍ରତ୍ୟହ ହୋମଯଜ୍ଞ ସହ ମହାପ୍ରଭୁଙ୍କର ପ୍ରବଚନ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି।
ଶ୍ରୀଜୀଉମାନଙ୍କ ଏହିସବୁ ଅନନ୍ୟ ବେଶକାନ୍ତି ଦର୍ଶନ କରି ଭାବବିହ୍ଵଳ ହୋଇ ପଡୁଛନ୍ତି ଶ୍ରଦ୍ଧାଳୁ। ଆଉ ଆୟୋଜକ କମିଟିର ଏହି ଉଦ୍ୟମକୁ ପ୍ରଶଂସା ମଧ୍ୟ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/11/lord-jagannath-2025-11-11-12-46-41.jpg)