Advertisment

ISKCON Again Violates: ଅମାନିଆ ଇସ୍କନ, ନାଇଜେରିଆ ଓ ତାଇୱାନରେ ପୁଣି ପାଳିଲା ଅଦିନିଆ ରଥଯାତ୍ରା

ବାରମ୍ବାର ବାରଣ ସତ୍ତ୍ବେ ବିଭିନ୍ନ ସମୟରେ ପାଳନ କରୁଛି ଅଦିନିଆ ରଥଯାତ୍ରା। ତିଥି ବାହାରେ ଏବେ ନାଇଜେରିଆ ଓ ତାଇୱାନରେ ପୁଣି ଅଦିନିଆ ରଥଯାତ୍ରା ଆୟୋଜନ କରି କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଧର୍ମୀୟ ଓ ଆଧ୍ୟାତ୍ମିକ ଭାବନାକୁ ଆଘାତ କରିଛନ୍ତି ଇସ୍କନ କର୍ତ୍ତୃପକ୍ଷ।

iskcon

iskcon Photograph: (OTV)

Advertisment

ଯେତେ କହିଲେ ମାନୁନି କି ଶୁଣୁନି ଇସ୍କନ। ବାରମ୍ବାର ବାରଣ ସତ୍ତ୍ବେ ବିଭିନ୍ନ ସମୟରେ ପାଳନ କରୁଛି ଅଦିନିଆ ରଥଯାତ୍ରା। ତିଥି ବାହାରେ ଏବେ ନାଇଜେରିଆ ଓ ତାଇୱାନରେ ପୁଣି ଅଦିନିଆ ରଥଯାତ୍ରା ଆୟୋଜନ କରି କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଧର୍ମୀୟ ଓ ଆଧ୍ୟାତ୍ମିକ ଭାବନାକୁ ଆଘାତ କରିଛନ୍ତି ଇସ୍କନ କର୍ତ୍ତୃପକ୍ଷ। ଗତ ୨୨ ତାରିଖରେ ନାଇଜେରିଆରେ ଇସ୍କନ ପକ୍ଷରୁ ରଥଯାତ୍ରା ଆୟୋଜନ ନେଇ ସୋସିଆଲ୍ ମିଡିଆରେ ସୂଚନା ପରେ ଅଦିନିଆ ରଥକୁ ନେଇ ଆପତ୍ତି ଉଠିଛି। ଏନେଇ ନାଇଜେରିଆ ସ୍ଥିତ ଇସ୍କନ ମୁଖ୍ୟଙ୍କୁ ଚିଠି ଲେଖିଛନ୍ତି ଶ୍ରୀଜଗନ୍ନାଥ ଚୈତନ୍ୟ ଓ ଚେତନା ୱାର୍ଲଡୱାଇଡ୍।

Advertisment

ଯେଉଁଥିରେ ଉଲ୍ଲେଖ ରହିଛି, ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ବିତୀୟାରେ ମହାପ୍ରଭୁଙ୍କ ରଥଯାତ୍ରା ହୋଇଥାଏ। କିନ୍ତୁ କାର୍ତ୍ତିକ ମାସରେ କେମିତି ଆୟୋଜନ ହେଉଛି ? ଥରେ ପରମ୍ପରା ଭାଙ୍ଗିଲେ ଆମ ଉତ୍ତରାଧିକାରୀମାନେ ଏହାକୁ ଅନୁସରଣ କରିବେ। ବ୍ୟବସ୍ଥା ଓ ପବିତ୍ରତା ଆହୁରି ନଷ୍ଟ ହୋଇଯିବ। ଏଭଳି ଅଦିନିଆ ଉତ୍ସବ ପାଳନ ସମଗ୍ର ହିନ୍ଦୁ ସମୁଦାୟ ସମେତ ସାରା ଦେଶରେ ଅଶାନ୍ତି ସୃଷ୍ଟି ହେଉଛି। ଏହାର ପୁନର୍ବିଚାର କରିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସର୍ବୋତ୍ତମ ସ୍ୱାର୍ଥ ପାଇଁ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ କୁହାଯାଇଛି।

ପୂର୍ବରୁ ଅଦିନରେ ଜଗନ୍ନାଥଙ୍କ ରଥଯାତ୍ରା ନକରିବାକୁ ଇସ୍କନ ମାୟାପୁରୀ କର୍ତ୍ତୃପକ୍ଷଙ୍କୁ କଡ଼ା ବାଣୀ ଶୁଣାଇଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ତଥାପି ସେମାନେ ନଛୋଡବନ୍ଦା ହୋଇ ବିଭିନ୍ନ ସମୟରେ ବିଦେଶରେ ଅଦିନରେ ରଥଯାତ୍ରା ଆୟୋଜନ କରୁଛନ୍ତି। ... 

Advertisment

ନଛୋଡବନ୍ଧା ଇସ୍କନ

ବାରମ୍ବାର ଆପତ୍ତି, ଆଲୋଚନା ଆଉ ତାଗିଦ। ତଥାପି ଭୁଲ୍ ପରେ ଭୁଲ୍। ନଛୋଡବନ୍ଧା ଇସ୍କନ। ମାନୁନି ପରମ୍ପରା, କରୁଛି ଶାସ୍ତ୍ର ବିରୋଧୀ କାମ। ଅଦିନରେ କରୁଛି ମହାପ୍ରଭୁଙ୍କ ସ୍ନାନ ଆଉ ରଥଯାତ୍ରା । ଭାରତ ଭିତରେ ପରମ୍ପରା ମାନୁଥିଲେ ବି ବିଦେଶରେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ସାଂଘାତିକ ଖେଳ ଖେଳୁଛନ୍ତି। ଶେଷରେ ଗତ ସେପ୍ଟେମ୍ୱର ମାସରେ ଚରମବାଣୀ ଶୁଣାଇଛନ୍ତି ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜା। ... 

ବହୁତ ହୋଇଗଲା, ଆଉ ବରଦାସ୍ତ କରାଯିବନି ଇସ୍କନ ମନମାନୀ। ଦଶନ୍ଧି ଧରି ସ୍ନାନ ଓ ରଥଯାତ୍ରାକୁ ନେଇ ଶାସ୍ତ୍ରସମ୍ମତ ତିଥି ଓ ଅନନ୍ତ କାଳରୁ ଚାଲି ଆସିଥିବା ପରମ୍ପରାକୁ ବାରମ୍ବାର ଭାଙ୍ଗୁଛି। ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନ ପୂର୍ଣ୍ଣିମା ଓ ଆଷାଢ଼ ଶୁକ୍ଳ ଦ୍ବିତୀୟ ତିଥିରେ ରଥଯାତ୍ରା ନେଇ ମହାପ୍ରଭୁଙ୍କ ମୁଖନିଃସୃତ ନିର୍ଦ୍ଦେଶ ରହିଛି। ଯାହା କଦାପି ଗ୍ରହଣୀୟ ନୁହେଁ। ରଥଯାତ୍ରା ହେଉଛି ଲୋକଙ୍କ ମଙ୍ଗଳ ପାଇଁ। ଅଦିନରେ କଲେ ଦୁର୍ବିପାକ ଆଣୁଛି। ତେଣୁ ଇସ୍କନକୁ କଡ଼ା ବାର୍ତ୍ତା ସହ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶହେ ପୃଷ୍ଠାର ପ୍ରାମାଣିକ ଦସ୍ତାବିଜ ମାୟାପୁରୀକୁ ପଠାଇ ମାସେ ସମୟ ଦିଆଯାଇଥିଲା। କିନ୍ତୁ ମାନିଲେ ନାହିଁ ଇସ୍କନ କର୍ତ୍ତୃପକ୍ଷ । ...

Advertisment
ISKCON Cotroversy Over ISKCON Rath Yatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ