X-MAS Photograph: (OTV)
ଆଜି ପବିତ୍ର ବଡ଼ ଦିନ। ମଧ୍ୟରାତ୍ରରେ ଧରାପୃଷ୍ଟକୁ ଆଗମନ କରିଛନ୍ତି ପ୍ରଭୁ ଯୀଶୁ। ସାରା ବିଶ୍ବରେ ସେଲିବ୍ରେସନ୍, ଚର୍ଚ୍ଚରେ ଭିଡ଼। ବାଇବେଲ ପାଠ ଓ ପ୍ରାର୍ଥନା ପରେ ସମସ୍ତେ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି ଖ୍ରୀଷ୍ଟଧର୍ମାବଲମ୍ବୀ। ବଡଦିନ ଅବସରରେ ଦେଶ ତଥା ରାଜ୍ୟର ବିଭିନ୍ନ ଚର୍ଚରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲାଗିଥିଲା ଗହଳ ଚହଳ। ଠିକ ମଧ୍ୟ ରାତିରେ ପ୍ରତୀକଧର୍ମୀ ଗୁହାଳ ଭିତରେ ମଦର ମେରିଙ୍କ ଗର୍ଭରୁ ଯୀଶୁ ଅବତରିଥିଲେ।
ଏହାପରେ ଆରମ୍ଭ ହୋଇ ଯାଇଛି ଶୁଭେଚ୍ଛାର ପର୍ବ। ପରସ୍ପରକୁ ଆଲିଙ୍ଗନ କରି ବଡ ଦିନର ଶୁଭେଚ୍ଛା ଜଣାଉଛନ୍ତି। ବିଶ୍ୱାସ ଅଛି, ପ୍ରଭୁ ଶାନ୍ତି ଓ ପ୍ରେମର ବାର୍ତ୍ତା ନେଇ ଆସିଛନ୍ତି। ଶ୍ରଦ୍ଧାଳୁମାନେ ଯୀଶୁଙ୍କ ପାଦ ଚୁମ୍ବନ କରି ଶ୍ରଦ୍ଧା ନିବେଦନ କରୁଛନ୍ତି। ରଙ୍ଗୀନ ଆଲୋକମାଳା ସାଙ୍ଗକୁ ଭଳିକି ଭଳି ଷ୍ଟାର, ଖ୍ରୀଷ୍ଟମାସ ଟ୍ରି, ସ୍ନୋ ବଲ, ବେଲୁନ୍ ଓ ତୋରଣରେ ଝଲସୁଛି ଚର୍ଚ୍ଚ। ଯୀଶୁଙ୍କ ଜନ୍ମ ସମୟର ଦୃଶ୍ୟକୁ ଦେଖାଇବା ପାଇଁ ଚର୍ଚ୍ଚ ପରିସରରେ ବିଭିନ୍ନ ପ୍ରକାର ମୂର୍ତ୍ତି ସହ କୁଡିଆ ଘର ପ୍ରସ୍ତୁତ କରାଯାଇଥିଲା। ଆଜି ମହା ଆଡମ୍ବରରେ ବଡ଼ଦିନ ପାଳନ କରାଯାଉଛି ।
ଏପଟେ ରାଜ୍ୟର ବିଭିନ୍ନ ଚର୍ଚରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରଭୁଙ୍କ ଧରାବତଣକୁ ସ୍ବାଗତ କରାଯାଇଛି। ଭୁବନେଶ୍ୱର, କଟକ, ରାଉରକେଲା, କନ୍ଧମାଳ ଆଦି ସ୍ଥାନରେ ଠିକ ମଧ୍ୟ ରାତିରେ ପ୍ରତୀକଧର୍ମୀ ଗୁହାଳ ଭିତରେ ମଦର ମେରିଙ୍କ ଗର୍ଭରୁ ଯୀଶୁ ଅବତରିଥିଲେ । ଏହାପରେ ସମସ୍ତେ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି। ପରସ୍ପରକୁ ଆଲିଙ୍ଗନ କରି ଉତ୍ସାହର ବଡଦିନ ପାଳନ କରିଛନ୍ତି। ଏହାସହ ବାଇବେଲ ପାଠ ଓ ପ୍ରାର୍ଥନାରେ ମସଗୁଲ ହୋଇଥିଲେ ସାରା ଖ୍ରୀଷ୍ଟିଆନ ସଂପ୍ରଦାୟ ।
• ଆଜି ପବିତ୍ର ବଡ଼ ଦିନ
• ଧରାବତରଣ କଲେ ପ୍ରଭୁ ଯୀଶୁ
• ସାରା ବିଶ୍ବରେ ସେଲିବ୍ରେସନ୍, ଚର୍ଚ୍ଚରେ ଭିଡ଼
• ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ଭିତରେ ପ୍ରବଳ ଉତ୍ସାହ
• ପରସ୍ପରକୁ ଶୁଭେଚ୍ଛା ଜଣାଇଲେ ଖ୍ରୀଷ୍ଟ ଧର୍ମାବଲମ୍ବୀ
• ରଙ୍ଗୀନ ଆଲୋକମାଳାରେ ଝଲସୁଛି ଚର୍ଚ୍ଚ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/25/x-mas-2025-12-25-09-23-56.jpg)