Advertisment

Mystery of Faith: ଭାରତର ଏହି ପ୍ରସିଦ୍ଧ ଦେବସ୍ଥାନ, ଯେଉଁଠି ପ୍ରସାଦ ଗ୍ରହଣ ନିଷେଧ

ବାଲାଜୀ ମନ୍ଦିର ଦୁଷ୍ଟ ଆତ୍ମା ଏବଂ ନକରାତ୍ମକ ଶକ୍ତିକୁ ଦୂର କରିବାର କ୍ଷମତା ପାଇଁ ପ୍ରସିଦ୍ଧ । ଏଠାରେ ଭଗବାନ ବାଲାଜୀଙ୍କୁ ବୁନ୍ଦି ଲଡୁ ଅର୍ପଣ କରାଯାଏ ଏବଂ ଭୈରବ ବାବାଙ୍କୁ ହରଡ଼  ଡାଲି ଏବଂ ଚାଉଳ ଅର୍ପଣ କରାଯାଏ। ହେଲେ ଏହି ମନ୍ଦିରରେ ଭୋଗ ଖାଇବା କିମ୍ବା ଘରକୁ ନେବା ଅଶୁଭ ବୋଲି ବିବେଚନା କରାଯାଏ ।

Temple

Temple Photograph: (OTV)

Advertisment

ଭାରତର ପ୍ରତି ରାଜ୍ୟ, ଜିଲ୍ଲା, ବ୍ଲକ ଓ ଗାଁରେ କୌଣସି ନା କୌଣସି ମନ୍ଦିର ନିଜର ରହସ୍ୟ ଓ ଭିନ୍ନ ପରମ୍ପରା ପାଇଁ ପ୍ରସିଦ୍ଧ । ଆମ ଦେଶରେ ଲୋକମାନେ ମନ୍ଦିର ଯାଇ ଦର୍ଶନ କରିବା ସହ ଭଗବାନଙ୍କ ଉଦ୍ଦେଶ୍ୟରେ ଭୋଗ ଅର୍ପଣ କରନ୍ତି । ଆଉ ତା’ପରେ ମନ୍ଦିରର ପୂଜାରୀଙ୍କ ଦ୍ୱାରା ଦିଆଯାଉଥିବା ପ୍ରସାଦ ସେବନ କରି ଘରକୁ ଫେରନ୍ତି । ଶାସ୍ତ୍ର ଅନୁସାରେ ମନ୍ଦିରରେ ପ୍ରସାଦ ସେବନକୁ ଶୁଭ ବୋଲି ବିବେଚନା କରାଯାଏ, କାରଣ ଏଥିରେ ଉଭୟ ଶରୀର ଓ ମନ ଶୁଦ୍ଧ ହୋଇଯାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଦେଶରେ କିଛି ଏପରି ମନ୍ଦିର ରହିଛି ଯେଉଁଠାରେ ପ୍ରସାଦକୁ ଛୁଇଁବା କିମ୍ବା ଖାଇବାକୁ ଅଶୁଭ କୁହାଯାଏ । ଚାଲନ୍ତୁ ଏହା ପଛରେ ଲୁଚିଥିବା ମାନ୍ୟତା ସମ୍ପର୍କରେ ଜାଣିବା... ।

Advertisment

୧.ମେହେନ୍ଦୀପୁର ବାଲାଜୀ ମନ୍ଦିର, ରାଜସ୍ଥାନ: ପ୍ରସାଦ ଗ୍ରହଣ କରିବା ଅଶୁଭ

ହନୁମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ ମେହନ୍ଦିପୁର ବାଲାଜୀ ମନ୍ଦିର ଦୁଷ୍ଟ ଆତ୍ମା ଏବଂ ନକରାତ୍ମକ ଶକ୍ତିକୁ ଦୂର କରିବାର କ୍ଷମତା ପାଇଁ ପ୍ରସିଦ୍ଧ । ଏଠାରେ ଭଗବାନ ବାଲାଜୀଙ୍କୁ ବୁନ୍ଦି ଲଡୁ ଅର୍ପଣ କରାଯାଏ ଏବଂ ଭୈରବ ବାବାଙ୍କୁ ହରଡ଼  ଡାଲି ଏବଂ ଚାଉଳ ଅର୍ପଣ କରାଯାଏ। ହେଲେ ଏହି ମନ୍ଦିରରେ ଭୋଗ ଖାଇବା କିମ୍ବା ଘରକୁ ନେବା ଅଶୁଭ ବୋଲି ବିବେଚନା କରାଯାଏ । ଭକ୍ତମାନେ କେବଳ ଦେବତାଙ୍କୁ ଅର୍ପଣ କରାଯାଇଥିବା ଭୋଗ ବା ପ୍ରସାଦକୁ ଦର୍ଶନ କରିପାରିବେ। ପ୍ରସାଦ ଘରକୁ ନେବା ଦ୍ୱାରା ନକାରାତ୍ମକ ଶକ୍ତି ଉତ୍ପନ୍ନ ହୁଏ ବୋଲି ବଶ୍ୱାସ ରହିଛି ।

୨. କାମାକ୍ଷା ଦେବୀ ମନ୍ଦିର, ଆସାମ: ଋତୁସ୍ରାବ ସମୟରେ ପ୍ରସାଦ ସେବନ ନିଷେଧ

ଆସାମର ଗୌହାଟୀରେ ଥିବା କାମାକ୍ଷା ଦେବୀ ମନ୍ଦିରକୁ ଶକ୍ତି ପୀଠ ମଧ୍ୟରୁ ସବୁଠାରୁ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ। ଏଠାରେ ଦେବୀଙ୍କ ପୂଜା ତାଙ୍କର ମାସିକ ଧର୍ମ ଅନୁସାରେ ତିନି ଦିନ ପାଇଁ ବନ୍ଦ ରଖାଯାଏ। ଏହି ସମୟରେ ଭକ୍ତମାନଙ୍କୁ ପ୍ରବେଶ କିମ୍ବା ପ୍ରସାଦ ଗ୍ରହଣ କରିବାକୁ ଅନୁମତି  ନଥାଏ । ଦେବୀଙ୍କୁ ବିଶ୍ରାମ ଦେବା ପାଇଁ ଏହି ଦିନଗୁଡ଼ିକରେ ପ୍ରସାଦ ନିଷେଧ ବୋଲି ବିଶ୍ୱାସ କରାଯାଏ।

Advertisment

୩. କାଳ ଭୈରବ ମନ୍ଦିର, ଉଜ୍ଜୟିନୀ: ପ୍ରସାଦ ରୂପରେ ବାବା ଭୈରବଙ୍କୁ ମଦିରା ସମର୍ପିତ କରାଯାଏ

ମଧ୍ୟପ୍ରଦେଶ ଉଜ୍ଜୟିନୀର କାଳ ଭୈରବ ମନ୍ଦିରରେ ଭୈରବ ବାବାଙ୍କ ଠାରେ ମଦିରା ଭୋଗ ଲାଗିହୁଏ । ଭାରତର ଏକମାତ୍ର ମନ୍ଦିର ଯେଉଁଠାରେ ଏହି ପରମ୍ପରା ପ୍ରଚଳିତ। ଏହି ଭୋଗ କେବଳ ଭଗବାନ ଭୈରବଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ଭକ୍ତମାନେ ଏହା ଗ୍ରହଣ କରିବା ଉଚିତ ନୁହେଁ ବୋଲି ବିଶ୍ୱାସ ରହିଛି । ଏହି ନିୟମ ଭଙ୍ଗ କଲେ ଜୀବନରେ ବାଧା ଏବଂ ଦୁର୍ଭାଗ୍ୟର ସମ୍ମୁଖୀନ ହେବାକୁ ପଡ଼େ ।

Advertisment

୪. ନୈନା ଦେବୀ ମନ୍ଦିର, ହିମାଚଳ ପ୍ରଦେଶ : ଘରକୁ ପ୍ରସାଦ ନେବା ନିଷେଧ

୫୧ ଶକ୍ତିପୀଠ ମଧ୍ୟରୁ ଗୋଟିଏ ନୈନା ଦେବୀ ମନ୍ଦିରରେ କେବଳ ଦେବୀଙ୍କ ଉଦ୍ଦେଶ୍ୟରେ ପ୍ରସାଦ  ଅର୍ପଣ କରାଯାଏ। ଦେବୀଙ୍କ ପ୍ରସାଦ ମନ୍ଦିର ପରିସରରେ ଗ୍ରହଣ କରାଯିବାର ପରମ୍ପରା ରହିଛି । କୌଣସି ବ୍ୟକ୍ତି ଏହି ପ୍ରସାଦ ଘରକୁ ନେଲେ ଏହାର ଦୁର୍ଭାଗ୍ୟ ଆଣିପାରେ ।

୫. କୋଟିଲିଙ୍ଗେଶ୍ୱର ମନ୍ଦିର, କର୍ଣ୍ଣାଟକ: ଶିବଲିଙ୍ଗରୁ ବାହାରୁଥିବା ପ୍ରସାଦ ନିଷେଧ

କର୍ଣ୍ଣାଟକର କୋଲାର ଜିଲ୍ଲାରେ ଅବସ୍ଥିତ କୋଟିଲିଙ୍ଗେଶ୍ୱର ମନ୍ଦିରରେ ଏକ କୋଟି ଶିବଲିଙ୍ଗ ରହିଛି। ଏଠାରେ ପୂଜା ପରେ ଅର୍ପଣ କରାଯାଉଥିବା ପ୍ରସାଦ କେବଳ ପ୍ରତୀକାତ୍ମକ ଭାବରେ ଗ୍ରହଣ କରାଯାଏ। ଏହାକୁ ଖାଇବା କିମ୍ବା ଘରକୁ ନେବା ଅଶୁଭ ବୋଲି ବିବେଚନା କରାଯାଏ। ବିଶେଷକରି ଶିବଲିଙ୍ଗ ଉପରୁ ପ୍ରସାଦ ଖାଇବା ଉଚିତ୍ ନୁହେଁ, କାରଣ ଏହା ଚଣ୍ଡେଶ୍ୱରଙ୍କୁ ସମର୍ପିତ ।

ଭାରତର ଏହି ମନ୍ଦିରଗୁଡ଼ିକ ସେମାନଙ୍କର ଅନନ୍ୟ ପରମ୍ପରା ଏବଂ ବିଶ୍ୱାସ ପାଇଁ ପ୍ରସିଦ୍ଧ। ଏହା ବ୍ୟତୀତ ଏହି ପାଞ୍ଚଟି ମନ୍ଦିର ଏକ ଉଲ୍ଲେଖନୀୟ ରହସ୍ୟ ବହନ କରେ । ପ୍ରସାଦକୁ ଦେବତାର ଏକ ରୂପ ଭାବରେ ବିବେଚନା କରାଯାଏ, ତେଣୁ ଭକ୍ତମାନେ ଏହାକୁ ଶ୍ରଦ୍ଧାର ସହିତ ଗ୍ରହଣ କରିବା ଉଚିତ,  ସଂଗ୍ରହ କରି ଘରକୁ ନେବା ଉଚିତ ନୁହେଁ ।

( ଏଠାରେ ଦିଆଯାଇଥିବା ସୂଚନା ଧାର୍ମିକ ବିଶ୍ୱାସ ଏବଂ ଲୋକଙ୍କ ବିଶ୍ୱାସ ଉପରେ ଆଧାରିତ। ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ।)

ବି.ଦ୍ର.- ଏହା ଲେଖିକାଙ୍କ ନିଜସ୍ୱ ମତ 

Temple Eating
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ