Advertisment

ରଥଯାତ୍ରା 2020:ସୁପ୍ରିମକୋର୍ଟଙ୍କ ଏହିସବୁ ସର୍ତ୍ତାବଳୀ ଭିତରେ ଚାଲିଛି ପୁରୀ ରଥଯାତ୍ରା

ପୁରୀ: ଉତ୍ସବ ମୁଖର ଶ୍ରୀକ୍ଷେତ୍ର। ଆଜି ମହାପ୍ରଭୁଙ୍କ ପ୍ରସିଦ୍ଧ ଘୋଷଯାତ୍ରା। ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ଗୁଣ୍ଡିଚା ଘରକୁ ଯିବେ। ବଡଦାଣ୍ଡରେ ଆଜି ଗଡିବ ତିନିରଥ।ତେବେ ପୂର୍ବ ବର୍ଷ ଭଳି ଏଥର ଗହଳି ଚହଳି ନାହିଁ। କରୋନା କଟକଣା ପାଇଁ ଭକ୍ତଙ୍କ ଭିଡ଼ ବି ନାହିଁ। ସୁପ୍ରିମକୋର୍ଟଙ୍କ କିଛି ସର୍ତ୍ତାବଳୀ ମଧ୍ୟରେ ଆଜି ପୁରୀରେ ରଥଯାତ୍ରା ହେଉଛି। ବହୁ କଳ୍ପନା ଜଳ୍ପନା ମଧ୍ୟରେ ଶେଷରେ ନିର୍ଦ୍ଦିଷ୍ଟ ସର୍ତ୍ତ ରଖି କେବଳ […]

ରଥଯାତ୍ରା 2020:ସୁପ୍ରିମକୋର୍ଟଙ୍କ ଏହିସବୁ ସର୍ତ୍ତାବଳୀ ଭିତରେ ଚାଲିଛି ପୁରୀ ରଥଯାତ୍ରା

Rath yatra 2020

Advertisment

ପୁରୀ: ଉତ୍ସବ ମୁଖର ଶ୍ରୀକ୍ଷେତ୍ର। ଆଜି ମହାପ୍ରଭୁଙ୍କ ପ୍ରସିଦ୍ଧ ଘୋଷଯାତ୍ରା। ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ଗୁଣ୍ଡିଚା ଘରକୁ ଯିବେ। ବଡଦାଣ୍ଡରେ ଆଜି ଗଡିବ ତିନିରଥ।ତେବେ ପୂର୍ବ ବର୍ଷ ଭଳି ଏଥର ଗହଳି ଚହଳି ନାହିଁ। କରୋନା କଟକଣା ପାଇଁ ଭକ୍ତଙ୍କ ଭିଡ଼ ବି ନାହିଁ। ସୁପ୍ରିମକୋର୍ଟଙ୍କ କିଛି ସର୍ତ୍ତାବଳୀ ମଧ୍ୟରେ ଆଜି ପୁରୀରେ ରଥଯାତ୍ରା ହେଉଛି। ବହୁ କଳ୍ପନା ଜଳ୍ପନା ମଧ୍ୟରେ ଶେଷରେ ନିର୍ଦ୍ଦିଷ୍ଟ ସର୍ତ୍ତ ରଖି କେବଳ ପୁରୀରେ ରଥଯାତ୍ରା ପାଇଁ ଗତକାଲି ସୁପ୍ରିମକୋର୍ଟ ଅନୁମତି ଦେଇଥିଲେ।

Advertisment

ରଥଯାତ୍ରାର ଅନୁମତି ମିଳିବା ପରେ ପରେ ଶ୍ରୀକ୍ଷେତ୍ରରେ ଆନନ୍ଦର ଲହରି ଖେଳି ଯାଇଥିଲା।

ପୁରୀ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ସର୍ତ୍ତାବଳୀ....

  • ରଥଯାତ୍ରା ବେଳେ ପୁରୀର ସବୁ ପ୍ରବେଶ ପଥ ସିଲ୍ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
  • ପୁରୀରେ କର୍ଫ୍ୟୁ ଜାରି କରିବାକୁ ନିର୍ଦ୍ଦେଶ।
  • ଗୋଟିଏ ରଥକୁ ୫ ଶହରୁ ଅଧିକ ଲୋକ ଟାଣିବେ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।
  • ରଥ ଟାଣିବାକୁ ଥିବା ସମସ୍ତ ବ୍ୟକ୍ତିଙ୍କ କରୋନା ଟେଷ୍ଟ ହେବ ବୋଲି କୋର୍ଟ ନିଜ ରାୟରେ କହିଛନ୍ତି।
  • ଘଣ୍ଟାଏ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ରଥ ଟଣାଯିବ।
  • ରଥଟଣା ବେଳେ ସାମାଜିକ ଦୂରତାକୁ ମାନିବା ବାଧ୍ୟତାମୂଳକ।
  • ରଥଯାତ୍ରାରେ ସାମିଲ ଥିବା ସେବାୟତଙ୍କ ରିପୋର୍ଟ ନେଗେଟିଭ ଥିଲେ ହିଁ ସେମାନେ ରଥ ଟାଣି ପାରିବେ।
  • ରଥଟଣା ଓ ନୀତିରେ ସର୍ବନିମ୍ନ ସଂଖ୍ୟକ ଲୋକଙ୍କୁ ନିୟୋଜିତ କରାଯାଉ ବୋଲି ଦୋହରାଇଛନ୍ତି ସୁପ୍ରିମକୋର୍ଟ।
  • ରଥ ଟଣା ଓ ନୀତିରେ ସଂପୃକ୍ତ ବ୍ୟକ୍ତିଙ୍କ ସମସ୍ତ ତଥ୍ୟ ରାଜ୍ୟ ସରକାର ରଖିବେ। ସେମାନଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ସୂଚନା ମଧ୍ୟ ରଖାଯିବ।
  • ରଥଯାତ୍ରାକୁ ଟିଭିରେ ଦେଖାଇବାର ବ୍ୟବସ୍ଥା। ଆବଶ୍ୟକ ଅନୁସାରେ କ୍ୟାମେରା ଲଗାଇବାକୁ  ଅନୁମତି।
  •  ରଥଯାତ୍ରା ନେଇ କେନ୍ଦ୍ରର ସାହାଯ୍ୟ ନେଇ ପାରିବେ ରାଜ୍ୟ ସରକାର। ରଥଯାତ୍ରାରେ ସାମିଲ ସମସ୍ତ ବ୍ୟକ୍ତିଙ୍କ ତଥ୍ୟ ରଖନ୍ତୁ ସରକାର।
Advertisment
Puri Rath Yatra 2020 Puri Rath Yatra 2020 Update Puri Rath Yatra News In Odia Ratha Jatra 2020 Ratha Yatra 2020 ଘୋଷଯାତ୍ରା ରଥଯାତ୍ରା 2020
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ