
୧୦୮ ଗରା ସୁବାସିତ ଜଳରେ ଦେବସ୍ନାନ କରିବା ପରେ ମହାପ୍ରଭୁ ଜ୍ବରରେ ପୀଡିତ ହୋଇ ଅଣସରରେ ଅଛନ୍ତି। ଚତୁର୍ଦ୍ଧାମୂର୍ତ୍ତି ଦୀର୍ଘ ୧୫ ଦିନ ଧରି ଅଣସର ଘରେ ରହିବେ ଓ ଦଇତାପତି ସେବକମାନେ ଗୁପ୍ତ ଉପଚାର କରିବେ।
ମଙ୍ଗଳାର୍ପଣ,ଡୋରଲାଗି ଓ ପୁଷ୍ପାଞ୍ଜଳି ପରେ ଧାଡ଼ି ପହଣ୍ଡିରେ ରତ୍ନସିଂହାସନରୁ ସ୍ନାନବେଦୀକୁ ଓହ୍ଲାଇ ଆସିଛନ୍ତି ଚତୁର୍ଦ୍ଧାମୂରତି। ପ୍ରଥମେ ଚକ୍ରରାଜ ସୁଦର୍ଶନ, ତାପରେ ବଡ଼ଠାକୁର ବଳଭଦ୍ର, ତାଙ୍କ ପଛକୁ ଦେବୀ ସୁଭଦ୍ରା ଓ ଶେଷରେ ଆସି ସ୍ନାନ ବେଦୀରେ ବିଜେ କରିଛନ୍ତି ମହାପ୍ରଭୁ ଜଗନ୍ନାଥ ।
ପୁରୀ ରଥଯାତ୍ରାକୁ ଶୃଙ୍ଖଳା ଭାବେ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ମନ୍ତ୍ରିସ୍ତରୀୟ କମିଟି ଗଠନ କରିଛନ୍ତି । ଏହି କମିଟିର ଆବାହକ ରହିବେ ଆଇନ ବିଭାଗ ପ୍ରମୁଖ ସଚିବ ।
ଆସନ୍ତା ୨୭ରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଲକ୍ଷାଧିକ ଭକ୍ତଙ୍କ ପାଇଁ ସୁରକ୍ଷା ବନ୍ଦୋବସ୍ତ । ସିସିଟିଭି ବ୍ୟବସ୍ଥା, ଟ୍ରାଫିକ ସୁପରିଚାଳନା ସହ ସମୁଦ୍ର କୂଳରେ ହେବ ପାଟ୍ରୋଲିଂ ।
ବସ୍ ରହଣିସ୍ଥଳରୁ ବଡ଼ଦାଣ୍ଡକୁ ଚଳାଚଳ କରିବ ଶହେଟି ବ୍ୟାଟେରୀ ଚାଳିତ ଗାଡି । ଧାର୍ଯ୍ୟ ଭଡ଼ା ଠାରୁ ଗାଡି ମାଲିକ ଅଧିକ ଭଡ଼ା ନ ନେବାକୁ ନିର୍ଦ୍ଦେଶ ରହିଛି ।
ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରିବିଜେ ବେଳେ ପ୍ରଭୁ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଅଟକାଇଥିଲେ ଦେବୀ ମହାଲକ୍ଷ୍ମୀ । ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ପ୍ରଭୁ ଚକାଡୋଳା ସାଙ୍ଗରେ ନେଇ ଆସିଥିବା ସ୍ବାଦିଷ୍ଟ ରସଗୋଲା ଦେଇ ମାନ ଭଙ୍ଗ କରିଥିଲେ ।
ସଂଜ ନଇଁଲେ ଧାଡି ପହଣ୍ଡିରେ ଆସି ରଥାରୁଢ଼ ହୁଅନ୍ତି ଚତୁର୍ଦ୍ଧା ମୂରତି। ୪ଦିନ ରଥ ଟଣା। ଜାଣନ୍ତୁ ଏହି ନିଆରା ରଥଯାତ୍ରା ସମ୍ପର୍କରେ ।
ମହାପ୍ରଭୁଙ୍କର ୧୨ ଦିନର ମାନବୀୟ ଲୀଳାଖେଳାର ଆଜି ଅନ୍ତିମ ପର୍ବ ନୀଳାଦ୍ରିବେଜି। ରଥ ଉପରୁ ରତ୍ନସିଂହାସନକୁ ବିଜେ କରିବେ ମହାପ୍ରଭୁ।
ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ପ୍ରତିବର୍ଷ ଯେବେ ଆଷାଢ ଦ୍ୱିତୀୟା ତିଥି ଶୁକ୍ଳପକ୍ଷ ପଡ଼େ ସେହିଦିନ ଶ୍ରୀଜିଉଙ୍କ ହୋଇଥାଏ ଏହି ପତିତପାବନ ଲୀଳା...। କାଳିଆର ଏହି ଅପୂର୍ବ ଯାତ୍ରାକୁ ଅବଲୋକନ କରିବାକୁ ଦେଶବିଦେଶରୁ ଛୁଟି ଆସନ୍ତି ଅଗଣିତ ଭକ୍ତ। ଏହି ଅନନ୍ୟ ଯାତ୍ରାକୁ ନେଇ ରହିଛି ଅନେକ କଥା...ଅନେକ କାହାଣୀ। କୋଟି ଓଡ଼ିଆଙ୍କର ଏହା ଏକ ବିରାଟ ପର୍ବ । ଏହି ଦିନ ରତ୍ନବେଦୀ ଛାଡ଼ି ରଥରେ ମାଉସୀ ଘରକୁ ବାହାରନ୍ତି ମଉଡ଼ମଣି କାଳିଆ ସାଆନ୍ତ । ରଥ ଉପରେ କାଳିଆ ସାଆନ୍ତଙ୍କୁ ଦର୍ଶନ କରି ଚର୍ମଚକ୍ଷୁ ପବିତ୍ର କରନ୍ତି ଭକ୍ତ। ଏହି ରଥଯାତ୍ରାକୁ ଘୋଷଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମକ ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ମଧ୍ୟ କୁହାଯାଏ । ଅନେକଙ୍କ ମତରେ ରଥଯାତ୍ରାର ୮ଟି ଅଙ୍ଗ ରହିଛି । ଯାହାକୁ ଅଷ୍ଟାଙ୍ଗ ବିଧି କୁହାଯାଏ । ସେହି ବିଧି ଗୁଡ଼ିକ ହେଉଛି, ସ୍ନାନ ଉତ୍ସବ, ଅନବସର, ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ, ଶ୍ରୀଗୁଣ୍ଡିଚା, ହେରାପଞ୍ଚମୀ, ଆଡ଼ପ ପର୍ବ, ବାହୁଡ଼ା ଯାତ୍ରା ଓ ନୀଳାଦ୍ରି ବିଜେ।
ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ କଳସୀର ପବିତ୍ର ଜଳରେ ସ୍ନାନ କରନ୍ତି ଶ୍ରୀଜିଉ। ଏହି ଅନନ୍ୟ ପରମ୍ପରା ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଭାବବିହ୍ୱଳ କରିଦିଏ। କିପରି ହୁଏ ସ୍ନାନ ବିଧି। ୧୦୮ କଳସରୁ କେଉଁ ଠାକୁର କେତେ କଳସରେ ସ୍ନାନ କରନ୍ତି ଜାଣିବା ପାଇଁ ପଢନ୍ତୁ। Read More
ରଥଯାତ୍ରା ବହୁ ପ୍ରାଚୀନ ବୋଲି ଗବେଷକମାନେ ମତ ଦିଅନ୍ତି। ଋଗ୍ବେଦ ଓ ଅଥର୍ବ ବେଦ ଇତ୍ୟାଦିରେ ରଥ ଶବ୍ଦର ପ୍ରୟୋଗ ଦେଖାଯାଏ। ପରବର୍ତ୍ତୀ କାଳରେ ଶତପଥ ବ୍ରାହ୍ମଣ ଗ୍ରନ୍ଥରେ ମଧ୍ୟ ଏହାର ଆଭାସ ମିଳିଥାଏ। ଆସନ୍ତୁ ଜାଣିବା ମହାପ୍ରଭୁଙ୍କ ଏହି ରଥଯାତ୍ରାର କାରଣ କ’ଣRead More
ରଥଯାତ୍ରା ସମୟରେ ଠାକୁରମାନେ ଉତ୍ତରାଭିମୁଖୀ ହୋଇ ଯାତ୍ରା କରୁଥିବା ସମୟରେ ଦର୍ଶନ କଲେ ଯେଉଁ ଫଳ ମିଳେ, ବାହୁଡା ଯାତ୍ରାରେ ଦକ୍ଷିଣାଭିମୁଖୀ ହୋଇ ଯାତ୍ରା କରୁଥିବା ବେଳେ ଠାକୁରମାନଙ୍କୁ ଦର୍ଶନ କଲେ ଠିକ୍ ସେହିପରି ଫଳ ମିଳେ। ଏହି ଦୁର୍ଲଭ ଦର୍ଶନରେ ଭକ୍ତମାନଙ୍କ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ କରାଯାଏ।Read More
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ସୁନାବେଶ ଅନ୍ୟତମ, ଯାହାକି ଅତ୍ୟନ୍ତ ଉପଭୋଗ୍ୟ ଓ ଆକର୍ଷଣୀୟ। ଏହାକୁ ‘ରାଜାଧିରାଜ’ ବେଶ ମଧ୍ୟ କୁହାଯାଏ। ଏହାକୁ ଦର୍ଶନ କରିବା ନେଇ ଶ୍ରୀକ୍ଷେତ୍ର ପାଲଟେ ଜନ ସମୁଦ୍ର।Read More
ଠାକୁରଙ୍କ ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଅଧରପଣା ନୀତି ଅନୁଷ୍ଠିତ ହୋଇଥାଏ। ରଥାରୂଢ଼ ଠାକୁରମାନଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ହେଉଥିବା ପଣା ଭୋଗକୁ ଅଧରପଣା କୁହାଯାଏ। ତେବେ ଏହି ନୀତି ପଛର ରହସ୍ୟ କ’ଣ ଜାଣିବା ପାଇଁ ପଢନ୍ତୁ।Read More
ନୀଳାଦ୍ରିବିଜେରେ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳେ ମହାପ୍ରଭୁଙ୍କ ମାନବୀୟ ଲୀଳା ଖେଳାର ଏକ ଅନନ୍ୟ ନିଦର୍ଶନ। ପତ୍ନୀଙ୍କୁ ସାଥିରେ ନ ନେଇ ରଥଯାତ୍ରାରେ ଯାଇଥିବାରୁ ମହାପ୍ରଭୁଙ୍କ ଉପରେ ଅଭିମାନ କରିଥାନ୍ତି ମହାଲଷ୍ମୀ। କାଳିଆ ସାଆନ୍ତ ବଡ଼ ଦେଉଳ ଭିତରକୁ ପ୍ରବେଶ କଲାବେଳେ ବାଟ ଓଗାଳନ୍ତି ମହାଲଷ୍ମୀ। ଏହା ପରେ କ’ଣ ହୁଏ ଜାଣିବା ପାଇଁ ପଢନ୍ତୁ।Read More