Advertisment

Odisha Politics Shocker: ନୂଆପଡ଼ା ଉପନିର୍ବାଚନ, ସ୍ଥିର କରିବ ୩ ପ୍ରମୁଖ ଦଳର ରାଜନୈତିକ ଦୃଶ୍ୟପଟ୍ଟ

ନୂଆପଡ଼ାରେ ଏବେ ବିଚିତ୍ର ସ୍ଥିତି । ଦୀର୍ଘ ୨୪ ବର୍ଷ ରାଜ୍ୟ ଶାସନରେ ଥିବା ବିଜୁ ଜନତା ଦଳ ଏବେ ଉପନିର୍ବାଚନ ପ୍ରସ୍ତୁତି ଓ ପ୍ରଚାରରେ ଢ଼େର ପଛରେ ପଡ଼ିଯାଇଥିବା ଭଳି ଜଣାପଡ଼ୁଛି । ପ୍ରାର୍ଥୀ ଚୟନ ନେଇ ଦଳ ବହୁ କସରତ କଲା ପରେ ସୁଦୂର ବରଗଡ଼ ଜିଲ୍ଲାର ସ୍ନେହାଙ୍ଗିନୀ ଛୁରିଆଙ୍କୁ ରଣାଙ୍ଗନରେ ଓହ୍ଲାଇଛି ।

nuapada

nuapada Photograph: (OTV)

Advertisment

ନୂଆପଡ଼ାରେ ଏବେ ବିଚିତ୍ର ସ୍ଥିତି । ଦୀର୍ଘ ୨୪ ବର୍ଷ ରାଜ୍ୟ ଶାସନରେ ଥିବା ବିଜୁ ଜନତା ଦଳ ଏବେ ଉପନିର୍ବାଚନ ପ୍ରସ୍ତୁତି ଓ ପ୍ରଚାରରେ ଢ଼େର ପଛରେ ପଡ଼ିଯାଇଥିବା ଭଳି ଜଣାପଡ଼ୁଛି । ପ୍ରାର୍ଥୀ ଚୟନ ନେଇ ଦଳ ବହୁ କସରତ କଲା ପରେ ସୁଦୂର ବରଗଡ଼ ଜିଲ୍ଲାର ସ୍ନେହାଙ୍ଗିନୀ ଛୁରିଆଙ୍କୁ ରଣାଙ୍ଗନରେ ଓହ୍ଲାଇଛି ।  ଦଳର ଏଭଳି ନିଷ୍ପତି ସ୍ଥାନୀୟ ନେତୃବୃନ୍ଦ ଓ କର୍ମୀମାନଙ୍କୁ ବେଶ୍ ବ୍ୟଥିତ କରିଛି । 

Advertisment

ସ୍ନେହାଙ୍ଗିନୀଙ୍କୁ ପ୍ରାର୍ଥୀ ଭାବେ ଚୟନ କରିବାର ପ୍ରତିବାଦରେ ଦଳର ୫୦ରୁ ଅଧିକ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଦଳ ଏବଂ ହଜାର ହଜାର କର୍ମୀ ଦଳ ଛାଡ଼ି ଗତ ୧୬ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟିରେ (ବିଜେପି) ଯୋଗଦେଇଛନ୍ତି । କେବଳ ସେତିକି ନୁହେଁ, କଳାହାଣ୍ଡି ଲୋକସଭା ଆସନ ଲାଗି ବିଜେଡ଼ିରୁ ୨୦୨୪ରେ ନିର୍ବାଚନ ଲଢ଼ିଥିବା ବରିଷ୍ଠ ନେତା ଲମ୍ବୋଧର ନିଆଲ ଓ ଜିଲ୍ଲା ଶାଖାର ବହୁ ବରିଷ୍ଠ ନେତା ବିଜେପିରେ ସାମିଲ ହୋଇଛନ୍ତି ।
ଦିନ ଥିଲା ବିଜେଡି ନିଜକୁ ଅଜୟ ଓ ଓ ଅପରାଜେୟ ବୋଲି ଦାବି କରୁଥିଲା । ୨୦୨୪ ପରେ ଦଳରୁ ବହୁ ନେତା ମୁଁହ ଫେରାଇ ନେଲେଣି । ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଜେପିରେ ଯୋଗ ଦେଉଥିବା ବେଳେ ଆଉ କିଛି କଂଗ୍ରେସରେ ଯୋଗ ଦେଇଛନ୍ତି ।

ନୂଆପଡ଼ାରେ ବିଜେପିର ରଣନୀତି ଆଗରେ ବିଜେଡି ଏକ ପ୍ରକାର କିଂକର୍ତ୍ତବ୍ୟବିମୂଢ଼ ହୋଇପଡ଼ିଛି । ଅତୀତରେ ଉପନିର୍ବାଚନ ଲଢ଼ିଲାବେଳେ ବିଜୁ ଜନତା ଦଳ ଯେମିତି ପତି ପକ୍ଷ ଶିବିରରେ କଳ, ବଳ ଓ କୌଶଳ ପ୍ରୟୋଗ କରି ଫାଟ ସୃଷ୍ଠି କରି ନିର୍ବାଚନ ଜିତୁଥିଲା, ଅନୁରୂପ ଭାବରେ ଭାରତୀୟ ଜନତା ପାର୍ଟି ଏଥର ବିଜୁ ଜନତା ଦଳକୁ ସେହି ପରିସ୍ଥିତିରେ ପକାଇ ଦେଇଛି । ଦିବଙ୍ଗତ ବିଜେଡି ବିଧାୟକ ରାଜୁ ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ବିଜେପିରେ ସାମିଲ କରି ପ୍ରଥମେ ବଡ଼ ରାଜନୈତିକ ଧକ୍କା ଦେଲା ବିଜେପି । ଏହି ଧକ୍କା ବା ଆଘାତର ତୀବ୍ରତା ଏତେ ଥିଲା ଯେ ଦଳକୁ ଏହା ବଳୟରୁ ବାହାରିବା ପାଇଁ ଢେର ସମୟ ଲାଗିଲା । 

Advertisment

ନୂଆପଡ଼ା ଲାଗି ବିଜେଡ଼ି ପ୍ରଥମେ ତିନିଟି କମିଟି ଗଠନ କରିଥିଲା । ଏହି କମିଟିଗୁଡ଼ିକରେ କେହି ଉପକୂଳିଆ ନେତା ନଥିଲେ । କହିବାକୁ ଗଲେ ଏହି ତିନିଟି କମିଟି ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଚାଲିବା ପାଇଁ ଏକ ପ୍ରକାର ନିଷ୍ପତି ହୋଇଥିଲା । କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ଦଳ ପୁଣିଥରେ ତାହାର ଉପନିର୍ବାଚନ ସ୍ପେସାଲିଷ୍ଟମାନଙ୍କର ଆବଶ୍ୟକତା ଅନୁଭବ କରି ସେଠାକୁ ନିର୍ବାଚନ ପରିଚାଳନା କରିବା ପାଇଁ ପଠାଇଛି ।

ସ୍ନେହାଙ୍ଗିନୀ ଛୁରିଆଙ୍କ ଘର ବରଗଡ଼ ଜିଲ୍ଲାର ଅତାବିରାରେ । ବରଗଡ଼ରୁ ନୂଆପଡ଼ାର ଦୂରତା ୧୬୦ କିଲୋମିଟର । ଗତ ୨୦୨୪ ନିର୍ବାଚନ ରେ ବିଜେପିର ନିହାର ମହାନନ୍ଦଙ୍କ ପାଖରୁ ୨୮ହଜାର ୯୧୦  ଖଣ୍ଡ ଭୋଟ୍‌ରେ ହାରିଥିଲେ । ନୂଆପଡ଼ା ଲୋକମାନଙ୍କ ମନରେ ବର୍ତ୍ତମାନ ଯେଉଁ କେତୋଟି ପ୍ରଶ୍ନ ଆନ୍ଦୋଳିତ ହେଉଛି ସେଗୁଡ଼ିକ ହେଲା – ଜିଲ୍ଲାର କ’ଣ କେହି ସକ୍ଷମ ଓ ପାରଦର୍ଶୀ ନେତା ନାହାଁନ୍ତି ? ଜଣେ ହାରିଥିବା ଅନ୍ୟ ଜିଲ୍ଲାର ନେତ୍ରୀଙ୍କୁ କ’ଣ ପାଇଁ ଆଣି ନୂଆପଡ଼ାବାସୀଙ୍କ ଉପରେ ଲଦି ଦିଆଗଲା?

Advertisment

ନୂଆପଡ଼ା ରାଜନୀତିର ଫଳାଫଳ କ’ଣ ହେବ ସେ ନେଇ ଏବେ ଗଳିକନ୍ଦିରେ ଆଲୋଚନା ଚାଲିଛି । ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ରାଜନେତା ଓ ରାଜନୈତିକ ସମୀକ୍ଷକମାନେ ଚା’ ଦୋକାନ ଠାରୁ ଆରମ୍ଭ କରି ଢାବା, ବଡ଼ ହୋଟେଲ୍ ଏବଂ ପାର୍କରେ ଆଲୋଚନା କରୁଛନ୍ତି । ଏହାର ମୁଖ୍ୟ କାରଣ ହେଲା ଯେ ୨୦୨୪ ନିର୍ବାଚନ ପରେ ରାଜ୍ୟର ତିନି ପ୍ରମୂଖ ଦଳ ଏକ ସିଧାସଳଖ ନିର୍ବାଚନୀ ଯୁଦ୍ଧରେ ନିଜନିଜର ଶକ୍ତି ଓ ସମାର୍ଥ୍ୟରେ ପରୀକ୍ଷା ଦେବାକୁ ଯାଉଛନ୍ତି । ଏହି ପରୀକ୍ଷା ତିନି ଦଳର ବର୍ତ୍ତମାନର ସ୍ଥିତି ପ୍ରଦର୍ଶିତ କରିବା ସହିତ ଭବିଷ୍ୟତ କିପରି ରହିବ ସେ ସମ୍ପର୍କରେ ସୂଚନା ପ୍ରଦାନ କରିବ ।

ଭାରତୀୟ ଜନତା ପାର୍ଟି କୌଣସି ପ୍ରକାରରରେ ଏହି ନିର୍ବାଚନ ଜିତିବାକୁ ଚାହୁଁଛି । କାରଣ ଏହି ନିର୍ବାଚନର ବିଜୟ ମୋହନ ମାଝି ସରକାରଙ୍କ ସଫଳତାର ସ୍ୱାକ୍ଷର ବୋଲି ବିବେଚିତ ହେବ । ଅପରପକ୍ଷରେ ବିଜୁ ଜନତା ଦଳର ଜନପ୍ରିୟତାକୁ ବଜାୟ ରଖିବାକୁ ହେଲେ ଏହି ନିର୍ବାଚନରେ ନବୀନ ପଟ୍ଟନାୟକଙ୍କୁ ଏଠାରେ ଦଳକୁ ଜିତାଇବାକୁ ପଡ଼ିବ । ସେଥିପାଇଁ ସେ ପ୍ରଚାର ପାଇଁ ନୂଆପଡ଼ାକୁ ଦୁଇଥର ଯିବା ପାଇଁ ଦଳ ପକ୍ଷରୁ ଚିନ୍ତା କରାଯାଇଛି । ପ୍ରଥମରୁ ଏହି ନିର୍ବାଚନକୁ ଅତ୍ୟନ୍ତ ଗମ୍ଭୀରତାର ସହିତ ନେଇଥିବା କଂଗ୍ରେସ ରାଜ୍ୟ ରାଜନୀତିରେ ନିଜକୁ ପୁନଃ ପ୍ରତିଷ୍ଠା କରିବା ପାଇଁ ଦଳର ପ୍ରାର୍ଥୀଙ୍କ ବିଜୟ ପାଇଁ ପ୍ରାଣପଣେ ଚେଷ୍ଟା କରୁଛି । 

ଏହି ନିର୍ବାଚନ କିଛି ନେତାଙ୍କ ପାଇଁ ଫ୍ରାନ୍ସ ସମ୍ରାଟ୍ ନେପୋଲିନଙ୍କ ଜୁନ୍ ୧୮ ତାରିଖ ୧୮୧୫ର ବହୁଚର୍ଚ୍ଚିତ ବ୍ୟାଟେଲ୍ ଅଫ୍ ୱାଟରଲୁ ଭଳି ହେବାର ସମ୍ଭାବନା ରହିଛି । ଏହି ଯୁଦ୍ଧ ଜିତିଥିଲେ ନେପୋଲିୟନ ଫ୍ରାନ୍ସର ସାମ୍ରାଜ୍ୟକୁ ରକ୍ଷା କରିବା ସହିତ ନିଜର ରାଜନୈତିକ ଭବିଷ୍ୟତକୁ ମଧ୍ୟ ରକ୍ଷା କରିପାରିଥାନ୍ତେ । ହେଲେ ଏହି ଯୁଦ୍ଧରେ ବ୍ରିଟେନ୍‌, ଦି ନେଦରଲାଣ୍ଡସ୍‌, ବେଲଜିୟମ ଓ ଜର୍ମାନୀ ଦ୍ୱାରା ପରାସ୍ତ ହେବା ପରେ ତାଙ୍କୁ ସବୁଦିନ ପାଇଁ କ୍ଷମତାର ଅପସରି ଯିବା ଲାଗି ପଡ଼ିଥିଲା ଏବଂ ୧୮୨୧ ମସିହା ପର୍ଯ୍ୟନ୍ତ ବାକି ଜୀବନ  ଆଟଲାଣ୍ଟିକ ମହାସାଗରର ସେଣ୍ଟ ହେଲେନା ଦୀପରେ କାଟିବାକୁ ପଡ଼ିଥିଲା ।

ନବୀନ ତାଙ୍କ ଜୀବନରେ ଅନେକ ଯୁଦ୍ଧ ଲଢିଛନ୍ତି ଓ ଜିତିଛନ୍ତି । କିନ୍ତୁ ୨୦୨୪ରେ ସେ କଣ୍ଟାବାଞ୍ଜି ନିର୍ବାଚନରେ ପରାସ୍ତ ହେବା ଏବଂ ହିଞ୍ଜିଳି ନିର୍ବାଚନରେ ଅଳ୍ପକେ ଏକ ସମ୍ଭାବ୍ୟ ବିପର୍ଯ୍ୟୟରୁ ରକ୍ଷାପାଇବା କୌଣସି ପ୍ରକାର ତାଙ୍କର ସ୍ଥିତି ରକ୍ଷା କରାଇପାରିଥିଲା । ଯଦି ବିଜେଡ଼ି ଏହି ନିର୍ବାଚନ ନଜିତୁଛି, ତେବେ ନବୀନ ଏବଂ ତାଙ୍କର ତଥା କଥିତ ଉପନିର୍ବାଚନ ସ୍ପୋସାଲିଷ୍ଟମାନଙ୍କର ପତିଆରା ଓ ପ୍ରତିଷ୍ଠା ଭୀଷଣ ଭାବରେ କ୍ଷତିଗ୍ରସ୍ତ ହେବ । ନବୀନ ଏହି ଯୁଦ୍ଧରେ ସମସ୍ତ ଆବଶ୍ୟକ ସମ୍ବଳ ଓ ସାମର୍ଥ୍ୟ ବିନିଯୋଗ କରୁଥିବା ପରିଲକ୍ଷିତ ହେଉଛି 

ମୁଖ୍ୟମନ୍ତ୍ରୀ ମୋହନ ମାଝି ଓ ବିଜେପି ରାଜ୍ୟ ସଭାପତି ଏହି ନିର୍ବାଚନକୁ ଜିତି ରାଜ୍ୟବାସୀଙ୍କ ଆଗରେ ଦଳ ଓ ସରକାରଙ୍କ ଗ୍ରହଣୀୟତାକୁ ଅଧିକ ଦୃଢ଼ କରିବା ପାଇଁ ଉଦ୍ୟମ କରୁଛନ୍ତି । ଯଦି ଦଳ କୌଣସି ପ୍ରକାରରେ ବିପର୍ଯ୍ୟର ସାମ୍ନା କରେ ତେବେ ଏହି ଦୁଇଜଣ ଦଳ ଭିତରୁ ବିରୋଧର ସମ୍ମୁଖୀନ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।

ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସଙ୍କ ପାଇଁ ଏହା ଏକ ବଡ଼ ଅଗ୍ନିପରୀକ୍ଷା । ଗତଥର ଦଳର ପ୍ରାର୍ଥୀ ଶରତ ପଟ୍ଟନାୟକ ମାତ୍ର ୧୫ହଜାର ୫୦୫ ଭୋଟ୍ ପାଇଥିଲେ । ହେଲେ ଦଳର ବିଦ୍ରୋହୀ ଭାବେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିବା ଘାସିରାମ ମାଝି ୫୦ହଜାର ୯୪୧ ଖଣ୍ଡ ଭୋଟ୍ ପାଇଥିଲେ । ଶରତ ଏହି ଭୋଟ୍‌କୁ ମିଶାଇ ହିସାବ କରୁଛନ୍ତି ଯେ ଏହି ଦିବଙ୍ଗତ ବିଜେଡ଼ି ବିଧାୟକ ରାଜେନ୍ଦ୍ର ଢୋଲାକିଙ୍କ ୬୧ହଜାର ୮୨୨ ଭୋଟ୍ ଠାରୁ ଢେର ଅଧିକ । ହେଲେ ଉପନିର୍ବାଚନ ଗଣିତ ଭିନ୍ନ । ଏଥିରେ ସାଧାରଣ ଲୋକ ସରକାରୀ ଦଳ ସହିତ ଯିବାକୁ ପସନ୍ଦ କରିଥାନ୍ତି । କାରଣ ସେମାନେ ଭାବନ୍ତି ଯେ ଉପନିର୍ବାଚନରେ ସରକାରୀ ସପକ୍ଷରେ ଗଲେ ନିର୍ବାଚନମଣ୍ଡଳୀରେ ଉନ୍ନତି ସାଧିତ ହେବ ।

ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ୪୪ହଜାର ୮୧୪ ଖଣ୍ଡ ଭୋଟ୍ ପାଇଥିଲେ । ଦେଖିବାର କଥା ବିଜେଡ଼ିରୁ ପ୍ରାର୍ଥୀ ଆଣି ବିଜେପି ଯେଉଁ ଗେମ୍‌ପ୍ଲାନ ଦେଇ ନିର୍ବାଚନ ଲଢୁଛି. ସେଥିରେ କେତେ ସଫଳ ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ