SAMBIT ON PANDIAN Photograph: (OTV)
ଯେଉଁ ସମ୍ବିତ ଦିନେ ଟିକେଟ ପାଇବା ପରେ କୃତ୍ୟ କୃତ୍ୟ ହୋଇ ଭି କେ ପାଣ୍ଡିଆନଙ୍କୁ ଧନ୍ୟବାଦ ଦେଇଥିଲେ ସେ ଏବେ ବଦଳିଗଲେ। ପୂର୍ବରୁ ଢୋଲ ଭିତରେ ମୂଷା, ଷଡଯନ୍ତ୍ରକାରୀ ଏମିତି ଅନେକ କିଛି ଭାଷାରେ କହି ଟାର୍ଗେଟ କରୁଥିବା ସମ୍ବିତ ଏବେ ପାଦେ ଆଗକୁ ଯାଇ କହିଦେଲେ ପାଣ୍ଡିଆନ ଜଣେ ମ୍ୟାନେଜର। ଭି କେ ପାଣ୍ଡିଆନ ନେତା ଥିଲେ କି ମ୍ୟାନେଜର ଥିଲେ ତାହା ସାରା ରାଜ୍ୟ ଜାଣିଛି। ଆଉ ବିଜେଡି ନେତା କେଉଁ ଭଳି ଭାବରେ ପାଣ୍ଡିଆନଙ୍କୁ ଦେଖୁଥିଲେ କାହାକୁ ଅଛପା ନାହିଁ। ହେଲେ ଏବେ ହାରିଯିବା ପରେ ତାଙ୍କ ନାଁ ନେଇ ନେଇ ସମ୍ବିତଙ୍କ ଏଭଳି ବୟାନ ବେଶ ଖୋରାକ ଯୋଗାଇଛି। ପାଣ୍ଡିଆନଙ୍କୁ ନେତା ହିସାବରେ ତାଙ୍କୁ କେବେ ମାନିନାହୁଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ।
ଏଠାରେ ପ୍ରଶ୍ନ କ୍ଷମତାରେ ଥିଲା ବେଳେ କାହିଁକି ଏଭଳି କହି ପାରୁନଥିଲେ ସମ୍ବିତ ? ଯଦି ସେ ମ୍ୟାନେଜର ଥିଲେ କହିବାକୁ କାହିଁକି କୁଣ୍ଠାବୋଧ କରୁଥିଲେ ବିଜେଡି ନେତା ? ନବୀନଙ୍କ ନିର୍ଦ୍ଦେଶ କଣ ସିଧାସଳଖ ନେତାଙ୍କ ପାଖରେ ପହଞ୍ଚାଇବାରେ ଅସୁବିଧା କେଉଁଠି ଥିଲା ? ନବୀନ କଣ ନିଜ ଦଳର ନେତାଙ୍କୁ ଭରସା କରୁନଥିଲେ କି ? ଯଦି ପାଣ୍ଡିଆନ ମ୍ୟାନେଜର ଥିଲେ ତାହଲେ ଜିଲ୍ଲାକୁ ଜିଲ୍ଲା ବୁଲି ନିର୍ବାଚନ ପ୍ରଚାର କରୁଥିଲେ କିପରି ? ସେପଟେ ବରିଷ୍ଠ ନେତା ଅଶୋକ ପଣ୍ଡା କହିଛନ୍ତି, ଦଳ ଭିତରେ ମତ ମତାନ୍ତର ରହିବ, ସମସ୍ତଙ୍କୁ ନେଇ ଦଳ ଚାଲିବ।
୨୪ ପରାଜୟକୁ ଏବେ ବି ବିଜେଡି ନେତା ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଯେଉଁଥିପାଇଁ ବୟାନବାଜି ଏବେ ବି ଜାରି ରହିଛି। ସେପଟେ ଆସନ୍ତା ୨୬ ତାରିଖରେ ଦଳର ପ୍ରତିଷ୍ଠା ଦିବସରେ ପାଣ୍ଡିଆନ କପଲଙ୍କୁ ଗୁରୁ ଦାୟିତ୍ବ ମିଳିବା ନଇେ ଚର୍ଚ୍ଚା ଚାଲିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/22/sambit-on-pandian-2025-12-22-14-41-43.jpg)