Nuapada Bypoll Photograph: (OTV)
ବିହାର ବିଧାନସଭା ନିର୍ବାଚନ ସହ ହେବ ନୂଆପଡ଼ା ଉପନିର୍ବାଚନ। ସୂଚନା ଜାରି କଲେ ଭାରତୀୟ ନିର୍ବାଚନ କମିଶନ। ବିହାର ସମେତ ୮ଟି ରାଜ୍ୟରେ ଉପନିର୍ବାଚନରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିୟୋଜିତ ହେବେ। ଏନେଇ ECI ସୂଚନା ଦେଇଛନ୍ତି।
ବିହାର ବିଧାନସଭା ନିର୍ବାଚନ ସହ ଜମ୍ମୁ-କାଶ୍ମୀର, ରାଜସ୍ଥାନ, ଝାଡ଼ଖଣ୍ଡ, ତେଲେଙ୍ଗାନା, ପଞ୍ଜାବ, ମିଜୋରାମ ଏବଂ ଓଡ଼ିଶାରେ ଉପ-ନିର୍ବାଚନ ହେବ। ଏଥିପାଇଁ ୪୭୦ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିବେ ନିର୍ବାଚନ କମିଶନ। ର୍ଯ୍ୟବେକ୍ଷକମାନଙ୍କ ମଧ୍ୟରେ ୩୨୦ ଜଣ IAS, ୬୦ ଜଣ IPS ଓ IRS ଅଧିକାରୀ ରହିବେ।
ସେମାନେ ବିହାରର ନିର୍ବାଚନ ପ୍ରକ୍ରିୟା ସହ ୮ ରାଜ୍ୟରେ ଉପନିର୍ବାଚନ ତଦାରଖ କରିବେ। ପର୍ଯ୍ୟବେକ୍ଷକମାନେ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ଯାଏଁ ଆୟୋଗଙ୍କ ତତ୍ତ୍ବାବଧାନ, ନିୟନ୍ତ୍ରଣ ଓ ଶୃଙ୍ଖଳା ଅଧୀନରେ କାମ କରିବେ। ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ା ଆସନ ଖାଲି ପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/09/28/nuapada-bypoll-2025-09-28-17-19-54.jpg)